ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସନ୍ତୋଷ କୁମାର ସାହୁ ଙ୍କ ରିପୋର୍ଟ ହେ ଗଜାନନ

  ହେ ଗଜାନନ

               ସନ୍ତୋଷ କୁମାର ସାହୁ

ବିଘ୍ନ ବିନାଶନ ହେ ଗଜାନନ
ସିଦ୍ଧିଦାତା ଜ୍ଞାନ ଦାତା
ସକଳ କାର୍ଯ୍ୟର ପ୍ରାରମ୍ଭ ତୁମେ
ଅଗ୍ରପୂଜ୍ୟ ଦିଅ ବାର୍ତ୍ତା।
ଦିଅ ପ୍ରଭୁ ମୋତେ ବିପଦେ ବାରତା
ରକ୍ଷାକର ଲମ୍ୱୋଦର
ଦୁଃଖର ପାହାଡ ଭାଜେ ମୋ ଉପରେ 
ଶିବସୂତ ରକ୍ଷାକର।
ମହାଭାରତକୁ ରଚି ବେଦବ୍ୟାସ
ହୋଇଲେ ସଂସାରେ ଜ୍ଞାନୀ
ପାର୍ବତୀ ନନ୍ଦନ ସିଦ୍ଧି ବିନାୟକ
ଦୟାକର ଧୁମ୍ରବର୍ଣ୍ଣୀ।
ତୁମ୍ଭ କରୁଣାରେ ମୂର୍ଖ ହୁଏ ଜ୍ଞାନୀ
ପାଏ ସମାଜେ ସମ୍ମାନ
ତୁମ କୃପା ଲଭି ମାନବ ମହୀରେ
ପାଇଥାଏ ଦିବ୍ୟ ଜ୍ଞାନ।
ଭାଦ୍ରବ ମାସର ଶୁକ୍ଳ ଚତୁର୍ଥୀରେ
ଧରାଧାମେ ବିଜେକର
ଅଧମ ଅକ୍ଷମ ଅବୋଧ ସନ୍ତାନ
ବିଘ୍ନର ବିନାଶ କର।

ନବରଙ୍ଗପୁର

Related posts

ଗାନ୍ଧୀ ଜୟନ୍ତି ଅବସର ରେ ସବୁଠି ସ୍ୱଚ୍ଛତା ହିଁ ସେବା

Sunil Chandra Nayak

ଆବାସ ଯୋଜନା ସାତ ସପନ, ପଲିଥିନ କୁଡ଼ିଆରେ ଦିନ କାଟୁଛନ୍ତି ବେଣୁଧର

Sunil Chandra Nayak

ତେନ୍ତୁଳିଖୁଣ୍ଟି ବ୍ଲକ ରେ ଅଂହିସା ରଥ କୁ ସ୍ୱାଗତ ଓ ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ବୈଠକ

Sunil Chandra Nayak

Leave a Comment

error: Content is protected !!