ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସନ୍ତୋଷ କୁମାର ସାହୁ ଙ୍କ ରିପୋର୍ଟ ହେ ଗଜାନନ

  ହେ ଗଜାନନ

               ସନ୍ତୋଷ କୁମାର ସାହୁ

ବିଘ୍ନ ବିନାଶନ ହେ ଗଜାନନ
ସିଦ୍ଧିଦାତା ଜ୍ଞାନ ଦାତା
ସକଳ କାର୍ଯ୍ୟର ପ୍ରାରମ୍ଭ ତୁମେ
ଅଗ୍ରପୂଜ୍ୟ ଦିଅ ବାର୍ତ୍ତା।
ଦିଅ ପ୍ରଭୁ ମୋତେ ବିପଦେ ବାରତା
ରକ୍ଷାକର ଲମ୍ୱୋଦର
ଦୁଃଖର ପାହାଡ ଭାଜେ ମୋ ଉପରେ 
ଶିବସୂତ ରକ୍ଷାକର।
ମହାଭାରତକୁ ରଚି ବେଦବ୍ୟାସ
ହୋଇଲେ ସଂସାରେ ଜ୍ଞାନୀ
ପାର୍ବତୀ ନନ୍ଦନ ସିଦ୍ଧି ବିନାୟକ
ଦୟାକର ଧୁମ୍ରବର୍ଣ୍ଣୀ।
ତୁମ୍ଭ କରୁଣାରେ ମୂର୍ଖ ହୁଏ ଜ୍ଞାନୀ
ପାଏ ସମାଜେ ସମ୍ମାନ
ତୁମ କୃପା ଲଭି ମାନବ ମହୀରେ
ପାଇଥାଏ ଦିବ୍ୟ ଜ୍ଞାନ।
ଭାଦ୍ରବ ମାସର ଶୁକ୍ଳ ଚତୁର୍ଥୀରେ
ଧରାଧାମେ ବିଜେକର
ଅଧମ ଅକ୍ଷମ ଅବୋଧ ସନ୍ତାନ
ବିଘ୍ନର ବିନାଶ କର।

ନବରଙ୍ଗପୁର

Related posts

ଜାତୀୟ ରାଜପଥରେ ସଡ଼କ ଦୁର୍ଘଟଣା, ଶିକ୍ଷକ ଙ୍କ ଘଟଣା ସ୍ଥଳରେ ମୃତ୍ୟୁ

Sunil Chandra Nayak

ବନଲକ୍ଷ୍ମୀ ମହିନ୍ତି ଙ୍କ କବିତା ସକାଳ

Sunil Chandra Nayak

ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ, ଶିକ୍ଷା, ସଂସ୍କୃତି ଓ ଶିଷ୍ଟାଚାରକୁ ଗୁରୁତ୍ୱ ଦେବାକୁ କହିଲେ ବ୍ଲକ ଅଧ୍ଯକ୍ଷା

Sunil Chandra Nayak

Leave a Comment

error: Content is protected !!