ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସଂସ୍କୃତି ଓ ସମର୍ପଣର ପର୍ବ ନୂଆଖାଇ :ଏହି ପର୍ବର ଐତିହ

ନବରଙ୍ଗପୁର—ନୂଆଖାଇ ଏକ କୃଷିଭିତ୍ତିକ ଗଣପର୍ବ |ଆଜି ଏହି ପର୍ବକୁ ପଶ୍ଚିମ/ଦକ୍ଷିଣ ଓଡିଶାର ଅଞ୍ଚଳ ବାସୀ ତଥା ଆମ ନବରଙ୍ଗପୁର ଜିଲ୍ଲା ରେ ପାଳନ ହୋଇ ଯାଇଛି |ଚାଷୀ ଭାଇ ବର୍ଷ ର ଅମଳ କରିଥିବା ପ୍ରଥମ ଧାନ ପଶୁ, ପକ୍ଷୀ,ବା ଅନ୍ୟ ପ୍ରାଣୀର ପେଟ ଭିତରକୁ ଯିବା ପୂର୍ବରୁ ତାହାକୁ ସର୍ବନିୟନ୍ତା ଙ୍କ ପାଖରେ ଅର୍ପଣ କରାଯାଇଥାଏ |ପୂର୍ଣ୍ଣଗଭା ହୋଇଥିବା ଧାନ ଖେଡ଼କୁ ବିଲରୁ ବରଣ କରିଆଣି ନିଜ ନିଜ ଇଷ୍ଟ ଦେବୀ ମାନଙ୍କ ଠାରେ ଭୋଗ ଦିଆ ଯାଇଥାଏ | ପରେ ସପରିବାର ଏକା ସାଙ୍ଗରେ କୁରେଇ ପତ୍ରରେ ନୂଆ ଧାନର ନୂଆଚୁଡା ବେଳ ଲଗ୍ନ ଦେଖି ଖାଇଥାନ୍ତି |ନିଜର କୁଳ, ଗୋତ୍ର,ବଂଶର ପରମ୍ପରା ଅନୁସାରେ ନୂଆଖାଇ ପାଳନ କରିଥାନ୍ତି |ଏଥି ନିମନ୍ତେ ଘରର ମୁରବି ବିଲକୁ ଯାଇ ମାଟି ମାଆ କୁ ଆହ୍ୱାନ କରି ବିଲର ହିଡରେ ମାଟି ମାତା, ଅର୍ଣ୍ଣଦାତ୍ରୀ, ମାଆ ଲକ୍ଷ୍ମୀ ଓ ନାରାୟଣ ନାମରେ ତିନି ପୁଞ୍ଜା ଚାଉଳ ଉପରେ କ୍ଷୀର ଢାଳି ପୂଜା କରାଯାଏ | ବର୍ଷର ପ୍ରଥମ ଅମଳ କରିଥିବା ଧାନ କୁ ତୋଳିବା ପାଇଁ ମାଟିମାତା କୁ ଅନୁମତି ମାଗି ତୋଳି ଆଣି ନୂଆ ଅର୍ଣ୍ଣ , ନୂଆ ଚୁଡା ପ୍ରସ୍ତୁତି କରି ନୂଆଖାଇ ପାଳନ କରାଯାଇ ଥାଏ |ଚାଷୀ ପରିବାରରେ ଏଭଳି ଵିଧି ଥିବା ବେଳେ ଅଣ ଚାଷୀ ପରିବାର ଲୋକେ ଧାନ ବିଡା କିଣିଆଣୀ ନୂଆ ଭୋଗ ପ୍ରସ୍ତୁତି କରି ନୂଆ ଖାଇ ଥାନ୍ତି |ନିଜର ସାମର୍ଥ୍ୟ ଅନୁସାରେ କ୍ଷୀରି, ପୁରୀ, ପିଠା,ବିଭିନ୍ନ ପ୍ରକାରର ବ୍ୟଞ୍ଜନ ପ୍ରସ୍ତୁତ କରି ନିଜ ଇଷ୍ଟ ଦେବା ଦେବୀଙ୍କୁ ଅର୍ପଣ କରି ନୂଆ ଖାଇ ଥାନ୍ତି |ନୂଆଖାଇ ତିନିଟି ପର୍ଯାୟରେ ପାଳନ କରାଯାଏ |ପ୍ରଥମେ ନିଜ ନିଜ ଘର ଲିପା ପୋଛା,ଦ୍ୱତୀୟରେ ନୂଆଖାଇ, ତୃତୀୟ ରେ ଜୁହାର ଭେଟ ଘାଟ |ନୂଆଖାଇ ଆସିବା ପୂର୍ବରୁ ଲୋକେ ନିଜ ନିଜ ଘରକୁ ଲିପା ପୋଛା ଓ ପରିବାର ପାଇଁ ନୂଆ ବସ୍ତ୍ର କିଣିବା |ଏହି ପର୍ବ ପାଳନ ସମୟରେ ଘରର କେହି ସଦସ୍ୟ ବାହାର କୁ ଯାଇଥାନ୍ତି, ଏହି ଦିନ ବାହାରୁ ଘରକୁ ପ୍ରତ୍ୟାବର୍ତନ କରିଥାନ୍ତି |ଗାଁ ଲୋକ ସହିତ ବା ପରିବାର ଲୋକଙ୍କ ମଧ୍ୟରେ ଯଦି ବି ଝଗଡା ଥାଏ, ଏହି ଦିନ ସମସ୍ତେ ଝଗଡା କୁ ଭୁଲି ଯାଇ ଏକାଠି ହୋଇ ଥାନ୍ତି | ନୂଆ ଚୁଡା କୁରେଇ ପତ୍ରରେ ଖାଇ ସରିଲା ପରେ ବଡ଼ ଲୋକଙ୍କୁ ଜୁହାର କରି ଆଶ୍ରିବାଦ କାମନା କରି ଥାନ୍ତି |ଏହା କେବଳ ପରିବାର ଭିତରେ ସୀମିତ ରହେ ନାହିଁ,ପରିବାର ରୁ ଆରମ୍ଭ କରି ଜ୍ଞାତି କୁଟୁମ୍ବ ପର୍ଜ୍ୟନ୍ତ୍। ସରାଗୁଡା ଗାଁର ଏକ ନିଛକ ଦ୍ରୁଶ୍ୟ ଦେଖନ୍ତୁ। ଗା ଠାରୁ ସହର ସବୁଠି ଜୁହାର ଭେଟ ଘାଟ ହୋଇ ଥାଏ |ନୂଆଖାଇ ପରେ ଯେବେ ପ୍ରଥମେ ଭେଟ ହୁଏ, ତେବେ ନୂଆଖାଇ ଜୁହାର କରିବାର ପରମ୍ପରା ପଶ୍ଚିମାଞ୍ଚଳ/ଦକ୍ଷିଣାଞ୍ଚଳ ଭାତୃଭାଵ ଓ ସଂସ୍କୃତି କୁ ଅଧିକ ରୁର୍ଦ୍ଧିମନ୍ତ କରେ |

ନବରଙ୍ଗପୁର ଜିଲ୍ଲାରୁ ରବିନାରାୟଣ ମହନ୍ତି ଙ୍କ ରିପୋର୍ଟ ମସୀହା ନିୟୁଜ୍।

Related posts

ଗାମୁଛା ଲଗାଇ ଯୁବକର ଆତ୍ମହତ୍ୟା     

Sunil Chandra Nayak

ସାମ୍ବାଦିକମାନଙ୍କୁ ଆକ୍ରମଣର ସୁରକ୍ଷା ସହିତ ସ୍ୱତନ୍ତ୍ର ଆଇନ ପ୍ରଣୟନ ପାଇଁ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟ ରେ ଗୋଳାମୁଣ୍ଡାଓ କେଗାଁ ଥାନାରେ ଜନକଲ୍ୟାଣ ସଙ୍ଘର ଦାବିପତ୍ର ପ୍ରଦାନ

Sunil Chandra Nayak

ସାପ କାମୁଡ଼ାରେ ସ୍ୱାମୀ ସ୍ତ୍ରୀ ମୃତ

Sunil Chandra Nayak

Leave a Comment

error: Content is protected !!