ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗଣେଶ ପୂଜା ପାଇଁ ନଗାରୀ ଗାଁ ଉତ୍ସବ ମୁଖର: ରଙ୍ଗୀନ ଆଲୁଅ ରେ ଝଲସୁଛି ସାରା ଗାଆଁ

ଢେ଼ଙ୍କାନାଳ ଜିଲ୍ଲା ଓଡ଼ପଡ଼ା ବ୍ଲକ୍ ଅନ୍ତର୍ଗତ ନଗାରୀ ଗାଆଁ ଏବେ ଉତ୍ସବ ମୁଖର । ଆକର୍ଷଣୀୟ ତୋରଣ ଓ ରଙ୍ଗୀନ ଆଲୁଅ ରେ ଝଲସି ଉଠୁଛି ଗାଆଁ ଏ ମୁଣ୍ଡ ରୁ ସେ ମୁଣ୍ଡ। ଏଠାରେ ସୂଚନାଯୋଗ୍ୟ ଯେ ଗାଆଁ ରେ କିଛି ଉଦୀୟମାନ ଯୁବକ ମାନଂକ ଆପ୍ରାଣ ଉଦ୍ୟମରେ ୧୯୯୭ ମସିହା ଠାରୁ ଏଯାବତ୍ ଗଜାନନ ଙ୍କ ପୂଜା ଧୁମ୍ ଧାମରେ ପାଳିତ ହେଉଅଛି।ଏହି ପରିପ୍ରେକ୍ଷୀରେ ଉପର ସାହି ପୂଜା କମିଟି ର ମୁଖ୍ୟ ଉଦ୍ୟକ୍ତା ଶ୍ରୀଯୁକ୍ତ ବାଙ୍କ ନିଧି ସାହୁ, ବିଶ୍ୱଜିତ୍ ସାହୁ ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ହେଉ ଥିଲା ବେଳେ ତଳ ସାହି ର ଉଦ୍ଦୀୟ ମାନ ଯୁବକ ସରୋଜ ସ୍ୱାଇଁ ଓ ଶୁଭେନ୍ଦୁ କୁମାର ସ୍ୱାଇଁ ଙ୍କ ପ୍ରଚେଷ୍ଟା ରେ ଚଳିତ ବର୍ଷ ମହା ସମାରୋହରେ ରୀତି ନୀତି ଅନୁଯାୟୀ ସମ୍ପନ୍ନ ହେଉଅଛି।ଏଥି ପାଇଁ ଆଖ ପାଖ ଗାଆଁ ର ଦୈନିକ ଶହ ଶହ ପୁରୁଷ, ମହିଳା, ଛୋଟ ଛୋଟ ପିଲା ଙ୍କ ଭିଡ ଜମି ବାରେ ଲାଗିଛି। ଏହା ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ପୂଜା କମିଟି ର ସଭାପତି ମତ ପ୍ରକାଶ କରିଛନ୍ତି।

ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀଙ୍କ ରିପୋର୍ଟ୍

Related posts

ରାଜ୍ୟ ସ୍ତରରେ ମସଜିଦ ରୁ ଲାଉଡ ସ୍ପିକର ହଟାଓ ଅଭିଜାନ ଆରମ୍ଭ କଲା ଦେବସେନା ସଂଗଠନ

ରାଇରଙ୍ଗପୁରରେ ବାଉଁଶ ହସ୍ତଶିଳ୍ପ ପୁଞ୍ଜ ସ୍ତରୀୟ କର୍ମଶାଳା ଅନୁଷ୍ଠିତ

Sunil Chandra Nayak

ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ ଙ୍କ ଙ୍କ ବିଜୟ ପରେ ମିଷ୍ଟାନ୍ନ ବଣ୍ଟନ

Sunil Chandra Nayak

Leave a Comment

error: Content is protected !!