ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପୁଣି ଭାଙ୍ଗିଲା ଇନ୍ଦ୍ରାବତୀ ବାମ କେନାଲ…୪୦ରୁ ଅଧିକ ଏକର ଚାଷ ଜମି ଜଳ ମଗ୍ନ

ପୁଣି ଭାଙ୍ଗିଲା ଉପର ଇନ୍ଦ୍ରାବତୀ ବାମ କେନାଲ l କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ବଗାଡ ଗ୍ରାମ ଠାରେ ଭାଙ୍ଗିଲା ଉପର ଇନ୍ଦ୍ରାବତୀରେ ବାମ କେନାଲ ଫଳରେ ୪୦ରୁ ଅଧିକ ଏକର ଚାଷ ଜମି ଜଳ ମଗ୍ନ ହୋଇଛି l ଦୀର୍ଘ ଦିନ ଧରି କେନାଲ ରେ ପଙ୍କ ଉଦ୍ଧାର ନ ହେବା ଓ ବିଭାଗ ଅଧିକାରୀ ଙ୍କ ଅବହେଳା ଯୋଗୁଁ କେନାଲ ଭାଙ୍ଗି ପଡ଼ିଛି ଓ ଘାଇ ସୃଷ୍ଟି ହେଉଛି l ଏହି କେନାଲ ଭାଙ୍ଗିବା ଦ୍ଵାରା ପ୍ରାୟ ବଗାଡ ଗାଁ ର କେନାଲ ତଳ ମୁଣ୍ଡ ରେ ଥିବା ୫୯ରୁ ଉର୍ଦ୍ଧ୍ବ ଚାଷୀ ଙ୍କ ଜମି ଜଳ ମଗ୍ନ ହୋଇ ଥିବା ବେଳେ ଘଟଣା ସ୍ଥଳରେ ବର୍ତ୍ତମାନ ସୁଦ୍ଧା ବିଭାଗୀୟ ଅଧିକାରୀ ପହଞ୍ଚି ପାରି ନ ଥିବା ଜଣା ଯାଏ l ନିମ୍ନ ମାନର କାର୍ଯ୍ୟ ଯୋଗୁଁ କେନାଲ ହୁଡ଼ା ଭାଙ୍ଗି ଚାଷୀଙ୍କ ଶହ ଶହ ଏକର ଚାଷ ନଷ୍ଟ ହେଉଥିଲେ ହେଁ ବିଭାଗୀୟ କର୍ତ୍ତୃପକ୍ଷ ଆଗତୁରା କୌଣସି ପଦକ୍ଷେପ ନେଉ ନ ଥିବାରୁ ବାରମ୍ୱାର ଏଭଳି ଦୁର୍ଘଟଣା ଘଟୁଛି ବୋଲି ଚାଷୀ ମାନେ ଅଭିଯୋଗ କରିଛନ୍ତି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

କାଙ୍ଗାଳି ଚରଣ ସେଠୀ ଙ୍କ କବିତା ନୀଳ ପଦ୍ମ ର ନକ୍ସା

ଅପର୍ତ୍ତି ସେଠୀ ଙ୍କ କବିତା ଯଦି ସୁନ୍ଦରୀଟି‌ ହୋଇଥାନ୍ତି

Sunil Chandra Nayak

ମମତା ସାହୁ ଙ୍କ କବିତା କାଶତଣ୍ଡୀ

Sunil Chandra Nayak

Leave a Comment

error: Content is protected !!