ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଘରୁ ହାଟକୁ ଯାଉଥିବା ରାସ୍ତାରେ ଟଳି ପଡିଲେ ମହିଳା

ମୟୂରଭଞ୍ଜ -୦୩/୦୯/୨୦୨୨(ମସିହା) ମୟୂରଭଞ୍ଜ ଜିଲ୍ଲାର ବହଳଦା ଥାନା ଅନ୍ତର୍ଗତ ବ୍ରାହ୍ଣବୋଷ ଗ୍ରାମର ସାରଥି ଦାସ (୫୫) ନାମକ ମହିଳା ଶନିବାର ଅପରାହ୍ନ ୪ ଘଟିକା ବେଳେ ସାପ୍ତାହିକ ହାଟ ଗମ୍ଭାରିଆକୁ ତେଲ ଲୁଣ ଆଣିବା ପାଇଁ ଯାଉଥିଲେ ।ଘରେ ଛୁଆ ପିଲାଙ୍କୁ କହି ଯାଇଥିଲେ ମାଛ ଆଣିବି ଓ ପରିବାରର ଆଣିବି ଭଲକି ଗଣ୍ଡେ ଖାଇବା ।ଛୁଆପିଲା ଖୁସିରେ ଘରେ ଚାତକ ଭଳି ଅନାଇ ଥିଲେ ।ହେଲେ ଦଇବ ଦଉଡ଼ି ମଣିଷ ଗାଈ ;ଯେଣିକି ଟାଣଇ ସେଣିକି ଯାଇ। ସତେ ଯେମିତି ଗାଁ ମୁଣ୍ଡ ଛକରେ ଯେମିତି ଜଗିଥିଲା ଯମ ! ହଠାତ୍ ଗାଁ ମୁଣ୍ଡରେ ପହଞ୍ଚିବା କ୍ଷଣି ମୁଣ୍ଡ ବୁଲାଇ ତଳେ ପଡିଗଲେ । ଅସୁସ୍ଥ ଅବସ୍ଥାରେ ଗାଁ ଲୋକେ ରାଇରଙ୍ଗପୁର ହସ୍ପିଟାଲକୁ ଆଣିଥିଲେ । ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ । ତାଙ୍କ ମୃତ୍ୟୁରେ ଗାଁ ରେ ଶୋକରେ ଛାୟା ଖେଳିଯାଇଛି । ରବିବାର ଦିନ ଶବ ବ୍ୟବଚ୍ଛେଦ କରାଯିବ ‌ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ବନ ମହୋତ୍ସବ ପାଳିତ

Sunil Chandra Nayak

ଓଡ଼ିଶା ଷ୍ଟେଟ ବ୍ରିଗେଡ ବିଦ୍ୟାଳୟ ରେ ଯୋଗ ଦିବସ

Sunil Chandra Nayak

ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

Sunil Chandra Nayak

Leave a Comment

error: Content is protected !!