ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଧର୍ମଗଡ ଠାରେ ଅହିଂସା ରଥ କୁ ଭବ୍ୟ ସ୍ଵାଗତ

ଦେଶ ସ୍ବାଧୀନତାର ଅମୃତ ମହୋତ୍ସବ ପାଳନ ଅବସରରେ ସମଗ୍ର ରାଜ୍ୟ ପରିଭ୍ରମଣ କରୁଥିବା ଅହିଂସା ରଥ ଆଜି ନୂଆପଡ଼ା ଜିଲ୍ଲା ଅତିକ୍ରମ କରି କଳାହାଣ୍ଡି ଜିଲ୍ଲା ରେ ପ୍ରବେଶ କରିଛି । ଗୋଲାମୁଣ୍ଡା ରେ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ଙ୍କ ନେତୃତ୍ୱ ରେ ବ୍ଲକ ପ୍ରଶାସନ ପକ୍ଷରୁ ପ୍ରଥମେ ଅହିଂସା ରଥ କୁ ସ୍ଵାଗତ କରାଯାଇଥିଲା । ପରେ ପରେ ଏହା ଧର୍ମଗଡ ବ୍ଲକ ଅଞ୍ଚଳକୁ ଆସିଥିବା ବେଳେ ପ୍ରବେଶ ଦ୍ଵାର ଖମାର ହଳଦୀ ଠାରେ ରଥ କୁ ସ୍ୱାଗତ କରାଯାଇଥିଲା । ଉପଜିଲ୍ଲପାଳ ପାୱାର ସଚିନ ପ୍ରକାଶ, ଆଇଏଏସ, ଧର୍ମଗଡ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ବବିତା ପଟ୍ଟଯୋଷୀ, ବିଡ଼ିଓ ଶରତ କୁମାର ସେଠୀ, ଜିପିଓ ସୁଧାଂଶୁ ଶେଖର ନାଏକ, ଜିଲ୍ଲାପରିଷଦ ସଦସ୍ୟ ଗୋପୀନାଥ ମହାନନ୍ଦ, ଯନ୍ତ୍ରୀ ବିରେନ୍ଦ୍ର ମେହେର ବିଭିନ୍ନ ପଞ୍ଚାୟତ ର ସରପଞ୍ଚ, ସମିତି ସଭ୍ୟ ଓ ସ୍କୁଲ ଛାତ୍ର ଛାତ୍ରୀ ସମେତ ଗ୍ରାମ ବାସୀ ମାନେ ଅହିଂସା ରଥ କୁ ସ୍ଵାଗତ କରିଥିଲେ । ସେହିପରି ଚ୍ଛେଣ୍ଡିଆ ଗ୍ରାମ ଠାରେ ସରପଞ୍ଚ ମନୋଜ କୁମାର ନାଏକ, ରାମକୃଷ୍ଣ ଉଚ୍ଚ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ସ୍ବାଗତ ଜଣାଇ ଥିଲେ । ବିଜୁ ଏକ୍ସ ପ୍ରେସ ରାସ୍ତା ଗୋଲେଇ ଛକ ନିକଟରେ ଛିଲିପା ସରପଞ୍ଚ ବିଭୁଦତ୍ତ ପ୍ରଧାନୀ ଙ୍କ ନେତୃତ୍ଵ ରେ ଗ୍ରାମ ବାସୀ ସାଂସ୍କୃତିକଦଳ ସହ ରଥ କୁ ସ୍ୱାଗତ କରିଥିଲେ । ଅହିଂସା ରଥ ବ୍ଲକ ର ଶେଷ ମୁଣ୍ଡ ବେହେରା ଗ୍ରାମ ପର୍ଯ୍ୟନ୍ତ ପରିକ୍ରମା କରି ଧର୍ମଗଡ ଏନଏସି କୁ ଫେରି ଥିଲା । ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପ ଠାରେ ସାଂସ୍କୃତିକ କାର୍ଯ୍ୟ କ୍ରମ ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ଧର୍ମଗଡ ବିଧାୟକ ମୌଷଧି ବାଗ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଧର୍ମଗଡ ଏନଏସି ଅଧ୍ୟକ୍ଷ ଅଶୋକ କୁମାର ମହାନ୍ତି ଯୋଗଦେଇ ଥିଲେ। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମନୋଜ କୁମାର ବେହେରା ଓ ରମେଶ ସିଂ ସମଗ୍ର କାର୍ଯ୍ୟକ୍ରମର ପରିଚାଳନା କରିଥିଲେ। ଧର୍ମଗଡ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ ରଥ ର ରାତ୍ର ରହଣୀ ହୋଈ ଥିଲା । ଆଜି ଏଥି ରଥ ଜୁନାଗଡ ବ୍ଲକ ଅଭିମୁଖେ ଯାତ୍ରା କରିବ ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ଏନଡିଏର ରାଷ୍ଟ୍ରପତି ପ୍ରାର୍ଥିନୀ ଦ୍ରୌପଦୀ ମୁର୍ମୁଙ୍କ ଦିଲ୍ଲୀରେ ନାମାଙ୍କନ ପତ୍ର ଦାଖଲ ନେଇ ରାଇରଙ୍ଗପୁର ବାସ ଭବନ ସମ୍ମୁଖରେ ନୃତ୍ଯ ଆତଶବାଜୀ,ମିଷ୍ଟା ବଣ୍ଟନ

Sunil Chandra Nayak

ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ପାଇଁ ଚଳ ଚଞ୍ଚଳ ଢେ଼ଙ୍କାନାଳ

Sunil Chandra Nayak

ଜମି ବିବାଦକୁ ନେଇ ପଥରରେ ଛେଚି ଯୁବକଙ୍କୁ ନିର୍ମମ ହତ୍ୟା ଅଭିଯୋଗ, ପୁଲିସର ତଦନ୍ତ ଜାରି

Sunil Chandra Nayak

Leave a Comment

error: Content is protected !!