ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ, ୨ ଅଭିଯୁକ୍ତ ଗିରଫ

ଜୁନାଗଡ଼,୪।୯ (ମ ନି ସ )- ଜୁନାଗଡ଼ ଥାନା ଅଞ୍ଚଳରୁ ଏକ ଦୁଃଖଦ ଘଟଣା ସାମନାକୁ ଆସିଛି। ଜୁନାଗଡ଼ ସହରରେ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରାଯିବା ଫଳରେ ଚିକିତ୍ସାଧୀନ ଅବସ୍ଥାରେ ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହୋଇଛି। ମୃତ ଯୁବକଙ୍କ ନାମ ମାନସ ମେହେର ଓ ସେ ବଳଦିଆମାଲ ଗ୍ରାମର ବୋଲି ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ, ସନ୍ଧ୍ୟାରେ ମାନସ ଓ ତାଙ୍କ ସାଙ୍ଗ ବାଇକରେ ଜୁନାଗଡ଼ ସହରରୁ ଘରକୁ ଫେରୁଥିବାବେଳେ ନୂଆ ବସଷ୍ଟାଣ୍ଡ ନିକଟରେ ଅନ୍ୟ ଏକ ବାଇକ ତାଙ୍କୁ ଧକ୍କା ଦେଇଥିଲା। ଏହିସମୟରେ ଅନ୍ୟ ବାଇକ୍ ରେ ବସିଥିବା ଯୁବକ ମାନେ ଉତ୍ୟକ୍ତ ହୋଇ ମାନସକୁ ମରଣାନ୍ତକ ଆକ୍ରମଣ କରିଥିଲେ। ଏଥିରେ ମାନସ ଗୁରୁତର ହୋଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଜୁନାଗଡ଼ ସରକାରୀ ଡାକ୍ତରଖାନା ଓ ପରେ ରାୟପୁରଙ୍କୁ ନିଆଯାଉଥିବାବେଳେ ବାଟରେ ଚିକିତ୍ସା ଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ଅନ୍ୟପଟେ,ପରିବାର ଵର୍ଗ ଏହା ଏକ ସୁପରିକଳ୍ପିତ ହତ୍ୟା କାଣ୍ଡ ବୋଲି ଅଭିଯୋଗ ଆଣିଛନ୍ତି। ଏଥିରେ ସମ୍ପୃକ୍ତ ଥିବା ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ନେବାକୁ ପରିବାର ଓ ସମ୍ପର୍କୀୟ ଲୋକେ ଜୁନାଗଡ଼ ଥାନାର ଦ୍ୱାରସ୍ତ ହୋଇଥିଲେ। ଜୁନାଗଡ଼ ପୋଲିସ ଏ ନେଇଁ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରି ଘଟଣାରେ ସଂପୃକ୍ତ ୨ ଅଭିଯୁକ୍ତଙ୍କୁ ଗିରଫ କରିଥିଲା।ଅଭିଯୁକ୍ତ ମାନେ ହେଲେ ଜୁନାଗଡ଼ ସହରର ରାହୁଲ ଓରଫ ରଙ୍ଗାଧର ନାଏକ ଓ ନକଟିଗୁଡାର ରଞ୍ଜନ ଗୁରୁ ।ଉଭୟଙ୍କୁ ପୋଲିସ ସ୍ଥାନୀୟ କୋର୍ଟ ଚାଲାଣ କରାଯାଇଥିବା ଜଣାଯାଇଛି।

ଜୁନାଗଡ଼ ରୁ ନରେନ୍ଦ୍ର ଖିତୀ ଙ୍କ ରିପୋର୍ଟ 

Related posts

ଗୁଡ଼ାରୀ ବିଜ୍ଞାପିତ ଅଂଚଳରେ ବିଜେଡିର ନିର୍ବାଚନୀ ପ୍ରଚାର

Sunil Chandra Nayak

ଲମତାଗୁଡା ଗ୍ରାମ ପଞ୍ଚାୟତ :ମାସିକ ବୈଠକ ନହେବା ନେଇ ଅଭିଯୋଗ

Sunil Chandra Nayak

ଆକାଂକ୍ଷିତ ଭାରତ ନିର୍ମାଣ ପାଇଁ ସକାରାତ୍ମକ ସୃଜନ ଜରୁରି

Sunil Chandra Nayak

Leave a Comment

error: Content is protected !!