ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗୈାନ୍ତିଆପଡା ପୂଜା କମିଟିରେ ଶିଶୁଙ୍କ ପ୍ରତିଯୋଗୀତା

ନର୍ଲା।(ମନିସ) ପବିତ୍ର ଗଣେଶ ପୂଜା ଓ ନୂଆଁଖାଇ ଭେଟଘାଟ ଅବସରରେ ଭୀମକେଲା ଗୈାନ୍ତିଆପଡା ଗଣେଶ ପୂଜା କମିଟି ପକ୍ଷରୁ ଶିଶୁ ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା। ଉଭୟ ବାଳକ ଓ ବାଳିକା ମଧ୍ୟରେ ଅନ୍ଧ ପୁଟୁଳି, ମ୍ୟୁଜିକ ଚେୟାର, ଏକ ଗୋଡ଼ ଡିଆଁ ଓ ବାଳିକା ପାଇଁ ପୁଚି ଖେଳ ହୋଇଥିଲା। ୧୨ ଗୋଟି ଉତ୍ତୀର୍ଣ୍ଣ ପ୍ରତିଭାଗୀଙ୍କୁ ପୁରସ୍କାତି କରାଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ବୟୋଜ୍ୟେଷ୍ଠ ନନ୍ଦକିଶୋର ଭୋଇ, ଭୁବନେଶ୍ୱର କରୁଆଁ, ଉଦେନାଥ ଭୋଇ ଉପସ୍ଥିତ ରହି ଶିଶୁ ଖେଳାଳିଙ୍କୁ ଉତ୍ସାହିତ କରି ପୁରସ୍କୃତ କରିଥିଲେ। ଗଣେଶ ପୂଜା କର୍ତ୍ତାରେ ହରିହର ଭୋଇ ଓ ତାଙ୍କ ପତ୍ନୀ ସଂଗୀତା ଭୋଇ ଦାୟିତ୍ଵ ନିର୍ବାହ କରିଥିଲେ। ପୂଜା କମିଟିର ସଭାପତି ଭାରତଭୂଷଣ କରୁଆଁଙ୍କ ସହ ଟୁକୁ କରୁଆଁ, ସୁନୀଲ ଭୋଇ, ରୋହିତ ସ୍ଵାଇଁ, ଆକାଶ ଭୋଇ, ନିଲେଶ ଭୋଇ, ଚିତ୍ତରଞ୍ଜନ କରୁଆଁ ପ୍ରମୁଖ ସହଯୋଗ ପ୍ରଦାନ କରିଥିଲେ।

ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି।

Related posts

କେନ୍ଦୁଡଙ୍ଗରି ଗାଁ ରେ ସୁପରିକଳ୍ପିତ ହତ୍ୟା ଘଟଣା ରେ ୩ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କଲା ପରେ ନିରପେକ୍ଷ ତଦନ୍ତ ଦାବି ରେ ମୃତକ ପରିବାର ପକ୍ଷରୁ ଥାନା ସମ୍ମୁଖରେ ଧାରଣା

ସଡକ ଦୁର୍ଘଟଣାରେ ଜଣେ ସାମ୍ବାଦିକ ମୃତ୍ୟୁ ଜଣେ ଗୁରୁତର । ମୃତ ସାମ୍ବାଦିକ ଙ୍କର ଶେଷକୃତ୍ୟ ସମ୍ପର୍ଣ୍ଣ

Sunil Chandra Nayak

ଶ୍ଯାମା ପ୍ରସାଦ୍ ବୋଷ୍  ଙ୍କ କବିତା ପ୍ରତିବାଦ

Sunil Chandra Nayak

Leave a Comment

error: Content is protected !!