ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗୋଟିଏ ଦିନରେ ଦୁଇ ମହାବିଦ୍ୟାଳୟରେ ଅନୁଷ୍ଠିତ ହେବ ରକ୍ତଦାନ ଶିବିର

ବାଲେଶ୍ଵର,୦୪/୯/୨୨- ପ୍ରତିଟି ଜୀବନ ଆମ ସମସ୍ତଙ୍କ ପାଇଁ ମୂଲ୍ୟବାନ ଅଟେ । ତେଣୁ ରକ୍ତଦାନକୁ ଏକ ମହତ ଦାନ ବୋଲି ଭାବି ରକ୍ତଦାନ କାର୍ଯ୍ୟକ୍ରମରେ ସାମିଲ ହୋଇ ରକ୍ତଦାନ କରିବା ନିହାତି ଆବଶ୍ୟକ । ଏହି ପରିପ୍ରେକ୍ଷୀରେ ଆସନ୍ତାକାଲି ଅର୍ଥାତ୍ ତା ୦୫/୯/୨୨ ରିଖ ସୋମବାର ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକରେ ଗୋଟିଏ ଦିନରେ ଦୁଇ ମହାବିଦ୍ୟାଳୟରେ ପବିତ୍ର ଗୁରୁ ଦିବସ ଉପଲକ୍ଷେ ଖଇରା ବିଜୁ ଯୁବ ଏବଂ ଛାତ୍ର ଜନତା ଦଳ ତରଫରୁ ଓଡିଶା ମୋ ପରିବାର ଆନୁକୂଲ୍ୟରେ ଖଇରା ମହାବିଦ୍ୟାଳୟ ଏବଂ କୁପାରୀ ସ୍ଥିତ ଡଃ ହରେକୃଷ୍ଣ ମହତାବ ମହାବିଦ୍ୟାଳୟ ପରିସରରେ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହେବ । ଯେହେତୁ ପ୍ରତିଟି ଜୀବନ ଆମ ପାଇଁ ମୂଲ୍ୟବାନ ଅଟେ, ତେଣୁ ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେବାପାଇଁ ସମସ୍ତ ଯୁବ ବର୍ଗ ମାନଙ୍କୁ ସ୍ଥାନୀୟ ବିଧାୟକ ଜ୍ଯୋତିପ୍ରକାଶ ପାଣିଗ୍ରାହୀ ଅନୁରୋଧ କରିଛନ୍ତି । ମୁଖ୍ୟ ଅତିଥି ଭାବେ ବିଧାୟକ ଶ୍ରୀଯୁକ୍ତ ପାଣିଗ୍ରାହୀ ଯୋଗଦେଇ ଫିତାକାଟି ଶିବିର ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି ବୋଲି ସୂଚନା ମିଳିଛି । ଏଣୁ ଏ ଅଞ୍ଚଳର ସମସ୍ତ ସ୍ବେଚ୍ଛାକୃତ ରକ୍ତଦାତା ମାନେ ଆସନ୍ତୁ ଶିବିରରେ ଯୋଗଦେଇ ରକ୍ତଦାନ କରି ଅନ୍ୟର ଜୀବନ ବଞ୍ଚିବାରେ ସହାୟକ ହୁଅନ୍ତୁ । ଉକ୍ତ କାର୍ଯ୍ୟକ୍ରମ ପାଇଁ ମହାବିଦ୍ୟାଳୟ ଦ୍ବୟ ଚଳଚଞ୍ଚଳ ହୋଇ ଉଠିଛି ବୋଲି ସଂଗୃହିତ ଖବରରୁ ଜଣାପଡିଛି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ମାଝୀଗୁଡା ରେ ରାହସ ପୂର୍ଣ୍ଣିମା ଉପଲକ୍ଷେ ଘୁମୁରା ପ୍ରତିଯୋଗିତା

Sunil Chandra Nayak

ଧର୍ମଗଡ଼ ଠାରେ ରଥଯାତ୍ରା ଓ ବାହୁଡା଼ ଯାତ୍ରା ୨୦୨୨ ନିମନ୍ତେ ଧର୍ମଗଡ଼ ପ୍ରଶାସନର ପ୍ରସ୍ତୁତି ବୈଠକ

Sunil Chandra Nayak

ନୂଆପଡା ଜିଲା ର ଗର୍ବ ଓ ଗୌରବ, ଜିଲ୍ଲାର ପ୍ରଥମ କମ ବୟସ୍କ ଛାତ୍ରୀ ଅର୍ଚ୍ଚନା ତିୱାରୀ ଗଣିତ ବିଭାଗରେ ପିଏଚଡି ଲାଭ

Sunil Chandra Nayak

Leave a Comment

error: Content is protected !!