ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଡଃ ନବୀନ କୁମାର ସାହୁ ଙ୍କ ଶ୍ରାଦ୍ଧ ଦିବସ ଓ କବିତା ପାଠୋତ୍ସବ

ରାଉରକେଲା/ ରାଉରକେଲାର ସର୍ବ ପୁରାତନ ସାହିତ୍ୟ ଅନୁଷ୍ଠାନ ପ୍ରଗତି ଉତ୍କଳ ସଂଘ ଦ୍ୱାରା ଡ଼ଃ.ନବୀନ କୁମାର ସାହୁଙ୍କର ଶ୍ରାଦ୍ଧ ବାର୍ଷିକୀ ପାଳନ ଓ କବିତା ପାଠୋତ୍ସବ ସଂଘ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ସଂଘର ଉପସଭାପତି ରଶ୍ମି ରଞ୍ଜନ ବୋଇତାଇ ସଭାପତିତ୍ବ କରିଥିଲେ। ଇସ୍ପାତ ସ୍ଵୟଂ ଶାସିତ ମହାବିଦ୍ୟାଳୟର ଇତିହାସ ବିଭାଗର ମୁଖ୍ୟ ଡ଼ଃ. ସାକୀର୍ ହୁସେନ୍ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିବା ବେଳେ ସଙ୍ଘର ଅନ୍ୟତମ ଉପସଭାପତି ଡ଼ଃ.ପ୍ରଭାତ କୁମାର ମଲ୍ଲିକ ଅନ୍ୟତମ ବକ୍ତା ଭାବେ ନିଜ ବକ୍ତବ୍ୟ ରଖିଥିଲେ। ସଂଘର ବରିଷ୍ଠ ଉପଦେଷ୍ଟା ଭାରତ ଭୂଷଣ ମହାନ୍ତି ଓ ସାଧାରଣ ସମ୍ପାଦକ ରାଧାମୋହନ ନାୟକ ମଞ୍ଚାସୀନ ହୋଇଥିଲେ। ପ୍ରଥମେ ଅତିଥି ମାନଙ୍କ ଦ୍ବାରା ପ୍ରଦୀପ ପ୍ରଜ୍ବଳନ ସହ ଡ଼ଃ.ନବୀନ କୁମାର ସାହୁଙ୍କର ଫୋଟଚିତ୍ରରେ ମାଲ୍ୟାର୍ପଣ କରାଯାଇଥିଲା। ଉପସଭାପତି ଶ୍ରୀ ବୋଇତାଇ ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିଲେ। ଅନ୍ୟତମ ବକ୍ତା ଡ଼ଃ. ମଲ୍ଲିକ ସଂକ୍ଷେପରେ ଅତିଥି ପରିଚୟ ପ୍ରଦାନ କରିଥିଲେ। ମୁଖ୍ୟବକ୍ତା ଡ଼ଃ.ସାକୀର୍ ହୁସେନ ଡ଼ଃ. ସାହୁଙ୍କ ସ୍ମୃତି ଚାରଣ କରି ତାଙ୍କର ଇତିହାସ ଓ ସାହିତ୍ୟ ପ୍ରତି ଥିବା ଅବଦାନ ଉପରେ ଆଲୋକପାତ କରିଥିଲେ। ଅତିଥିମାନେ ତାଙ୍କ ବକ୍ତବ୍ଯରେ ଅତୀତରୁ ହିଁ ଇତିହାସର ସୃଷ୍ଟି କହିବା ସହ ଇତିହାସର ପ୍ରତ୍ନତତ୍ତ୍ୱ ବିଭାଗ ଓ ପୁରାତନ ଶିଳାଲିପିକୁ ନେଇ ତାଙ୍କର ଐତିହାସିକ ଗବେଷଣା ଉପରେ ଆଲୋଚନା କରିଥଲେ। ନିଃସନ୍ତାନ ହୋଇ ମଧ୍ଯ ସମସ୍ତ ସାହିତ୍ୟ ଅନୁଷ୍ଠାନ ଗୁଡିକୁ ନିଜର ସନ୍ତାନ ରୂପେ ଭଲ ପାଉଥିଲେ ଡଃ. ସାହୁ।ତାଙ୍କର ଅଧୁରା ସ୍ୱପ୍ନକୁ ଡ଼ଃ.ହୁସେନ ପୁରା କରିବାର ପ୍ରତିଶୃତି ଦେଇଥିଲେ। ଡ଼ଃ.ପ୍ରଭାତ କୁମାର ମଲ୍ଲିକ ଐତିହାସିକ ଗବେଷକ ଡଃ ସାହୁଙ୍କ ଉପରେ ସ୍ମୃତି ଚାରଣା କରି ସାହିତ୍ୟ ଓ ଇତିହାସପ୍ରତି ଥିବା ତାଙ୍କର ଅବଦାନ ଉପରେ ପର୍ଯ୍ୟାଲୋଚନା କରିଥଲେ। ସଂଘର ସାଂସ୍କୃତିକ ସମ୍ପାଦକ ଇଂ.ଅଶୋକ କୁମାର ପଟ୍ଟନାୟକ ମଞ୍ଚ ପରିଚାଳନା କରିଥଲେ। ଦ୍ୱିତୀୟ ପର୍ଯ୍ୟୟରେ ଉପେନ୍ଦ୍ର ବସ୍ତିଆଙ୍କର ସଭାପତିତ୍ବରେ ସ୍ମିତା ମିଶ୍ର ଓ ରଶ୍ମି ସାହୁଙ୍କର ସଂଯୋଜନାରେ କବିତା ପାଠ ଉତ୍ସବ ଅନୁଷ୍ଠିତ ହୋଇଥିଲା। କବି କୁଞ୍ଜ ବିହାରି ରାଉତ, ସ୍ୱର୍ଣ୍ଣପ୍ରଭା ଦତ୍ତ, ଅଜୟ କୁମାର ମହାନ୍ତି, ଅଭିରାମ ପ୍ରଧାନ, ଅର୍ଚ୍ଚନା ପାତ୍ର, ବିନତା ମହାନ୍ତ, ଅଶୋକ କୁମାର ପଟ୍ଟନାୟକ, ପ୍ରକାଶ ଚନ୍ଦ୍ର ସେଠୀ, ପ୍ରଫୁଲ୍ଲ କୁମାର ସାମଲ, ବସନ୍ତ ବିଶ୍ଵକର୍ମା ଅଞ୍ଜଳୀପ୍ରଭା ପଟ୍ଟନାୟକ, ସୁନିଲ୍ ମହାନ୍ତି ଓ ସଂଯୋଜିକାଦ୍ବୟ ପ୍ରମୁଖ କବିତା ପାଠ କରିଥଲେ। କବି ଅର୍ଚ୍ଚନା ପାତ୍ର ଓ ସୁଶ୍ରୀ ଅଞ୍ଜଳି ପ୍ରଭା ପଟ୍ଟନାୟକଙ୍କୁ ପ୍ରଗତି ଉତ୍କଳ ସଂଘର ଆଜୀବନ ସଭ୍ୟ ଭାବେ ସ୍ବାଗତ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ଅରବିନ୍ଦ ପାତ୍ର, ଘନଶ୍ୟାମ ଧଳ, ଶୁଭ୍ରାଂଶୁ ମହାପାତ୍ର,ଅର୍ଜୁନ ଭୂୟାଁ, ପ୍ରସନ୍ନ ମହାନ୍ତି, ପଶୁପତି ନାଥ ଚାଟାର୍ଜୀ, ପୂର୍ଣ୍ଣଚନ୍ଦ୍ର ଜେନା, ରତିକାନ୍ତ ମିଶ୍ର, କନକ ଲତା ମିଶ୍ର, ଇନ୍ଦ୍ରମଣି ମହାପାତ୍ର, ଧରଣୀଧର ସାମଲ, ତ୍ରିଲୋଚନ ସ୍ୱାଇଁ, ଅକ୍ଷୟ ଦାସ, ବିକ୍ରମ ଆଚାର୍ଯ୍ୟ, ପରୀକ୍ଷିତ ଗୁରୁ, ବିଭୁଦତ୍ତ ବେହେରା ଆଦି ସହଯୋଗ ପ୍ରଦାନ କରିଥଲେ। ପରିଶେଷରେ ସଂଘର ସାଧାରଣ ସମ୍ପାଦକ ରାଧା ମୋହନ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

 

Related posts

ନିରୁପମା ପାଣି ଙ୍କ କବିତା ଗଣ ପର୍ବ ରଜ

Sunil Chandra Nayak

ଶୁଭଶ୍ରୀ  ପ୍ରଧାନ ଙ୍କ କବିତା ସକାଳ ଜଣାଣ

Sunil Chandra Nayak

ଜୁନାଗଡ଼ ରେ ବିଜେପିର ମୁକେଶ ଅଗ୍ରୱାଲ ଅଧ୍ୟକ୍ଷ ନିର୍ବାଚିତ

Sunil Chandra Nayak

Leave a Comment

error: Content is protected !!