ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସାମ୍ବାଦିକ ଗିରିଶ ନନ୍ଦ ଙ୍କ ଦ୍ୱିତୀୟ ଶ୍ରlଦ୍ଧ ବାର୍ଷିକୀ ପାଳନ 

ଢେଙ୍କାନାଳ:୦୪/୦୯/୨୨ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ କଳ୍ପନା କ୍ଲବ ଠାରେ କାମାକ୍ଷାନଗର ଉପଖଣ୍ଡ ସାମ୍ବାଦିକ ସଙ୍ଘ ଓ ସମାଜ ପାଠକ ବିଚାର ମଞ୍ଚ ତରଫରୁ ସାମ୍ବାଦିକ ଗୌରବ ଓ ଶାଳବଣ ର କବି ଗିରିଶ ନନ୍ଦ ଙ୍କର ଦ୍ୱିତୀୟ ଶ୍ରାଦ୍ଧ ବାର୍ଷିକ ପାଳନ କରାଯାଇଛି l ସେ ଏକାଧାରରେ ଜଣେ କବି, ଲେଖକ ଓ ସାମ୍ବାଦିକ ଥିଲେ l ପ୍ରଫେସର ଡ଼ ପ୍ରଫୁଲ୍ଲ କୁମାର ପାଣି ଙ୍କ ସଭାପତିତ୍ୱ ରେ ଆୟୋଜିତ ଏହି ସଭା ରେ ମେଜର ପ୍ରଭାତ କୁମାର ଦାସ, ସାହିତ୍ୟିକ ମନୋରଞ୍ଜନ ନନ୍ଦ, ଶିଳ୍ପୀ ନାରାୟଣ ସାହୁ ,ଆର୍ଯ୍ୟକବି ପଣ୍ଡିତ ପ୍ରମୋଦ କୁମାର ମିଶ୍ର, ଶ୍ରୀରାମ ରାଉତ , ନିରଞ୍ଜନ ମିଶ୍ର ଓ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ l ଉପଖଣ୍ଡ ସାମ୍ବାଦିକ ସଙ୍ଘ ର ସଭାପତି ଓ ଗିରିଶ ନନ୍ଦ ଙ୍କ ସୁପୁତ୍ର ଶୁଭମୟ ନନ୍ଦ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l ଉପଖଣ୍ଡ ସାମ୍ବାଦିକ ସଂଘ ଓ ସମାଜ ପାଠକ ବିଚାର ମଞ୍ଚ ର ସଦସ୍ୟ ମାନେ ଏଥିରେ ସହଯୋଗ କରିଥିଲେ l ପରିଶେଷରେ ଉପଖଣ୍ଡ ସାମ୍ବାଦିକ ସଙ୍ଘ ର ଉପସଭାପତି ଚିତ୍ତରଞ୍ଜନ ଦ୍ବିବେଦୀ ଧନ୍ୟବାଦ ଅର୍ପଣ କରିଥିଲେ l

କାମାକ୍ଷାନଗର ଉପଖଣ୍ଡ ରୁ ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ

Related posts

ନିଆଁ ଲାଗି ଦୋକାନ ଘର ସମ୍ପୂର୍ଣ ଜଳି ଗଲା

Sunil Chandra Nayak

ସାମ୍ବାଦିକଙ୍କୁ ମାଡ଼ ଘଟଣାରେ କଂଗ୍ରେସ ଓ ବିଜେପିର ତିବ୍ରନିନ୍ଦା

Sunil Chandra Nayak

ଆଞ୍ଚଳିକ ଅବସରପ୍ରାପ୍ତ କର୍ମଚାରୀ ସଂଘର ବାର୍ଷିକ ସମ୍ମିଳନୀ

Sunil Chandra Nayak

Leave a Comment

error: Content is protected !!