ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଅପର୍ତ୍ତି ସେଠୀ ଙ୍କ କବିତା ଗୁରୁଙ୍କୁ ବସାଇ ଆସନେ

ଗୁରୁଙ୍କୁ ବସାଇ ଆସନେ

ଅପର୍ତ୍ତି ସେଠୀ

   (ରମ୍ୟ ରଚନା)
ଗୁରୁଙ୍କୁ ବସାଇ ଆସନେ
ବିଧା ମାରିବ ନାକକାନେ।
ଯଦି କହିବେ ମଲିମଲି
ଆଖିରେ ପୁରାଇବ ବାଲି।
ଯଦି କହିବେ ଇସ୍ ଇସ୍,
କଙ୍କାଳେ ମାରୁଥିବ ଭୂଷି।
ବଣ୍ଟି ଏ ଗୀତ ବୋଲୁ ଥିଲା,
ଗୁରୁଙ୍କ କାନେ ପଡ଼ିଗଲା। 
ଗୁରୁଜୀ ବଣ୍ଟି କାନଧରି ,
ବାହାରେ ଉଠାବସା କରି।
ବେତ ଖଣ୍ଡିକ‌ ଧରିନେଲେ,
ବଣ୍ଟିକୁ ନିର୍ଧୂମ୍ ପିଟିଲେ।
ବଣ୍ଟିଟା ମାଡ଼ ଖାଇ ଗଲା
ଯାଇ ତା’ ବାପାଙ୍କୁ କହିଲା ।
ତା’ ବାପା ଟାଙ୍କେ ମଦ ପିଇ ,
ନିଶାରେ ଘରେ କମ୍ପୁଥାଇ।
ପୁଅ କଥାକୁ ବାପା ଶୁଣି ,
କ୍ରୋଧରେ ଜଳିଯାଏ ପୁଣି।
ଡେରି ନ କରି ସ୍କୁଲ ଗଲା,
ମାଷ୍ଟର ଉପରେ ଚଢ଼ିଲା।
କହୁ କହୁ ଉଠାଏ ହାତ,
ଗୁରୁଙ୍କୁ ବାଧିଲା ବହୁତ।
ସେଦିନ ଗୁରୁ ପୂର୍ଣ୍ଣିମାରେ,
ମୂର୍ଖ ଠୁଁ ଏ ସବୁ ସହିଲେ।
ସରଳ ନିରୀହ ଶିକ୍ଷକ, 
ଇଜ୍ଜତ ନେଇଗଲା ମୂର୍ଖ।
ସରକାରଙ୍କର କାନରେ କଥାଟା
        ଶୀଘ୍ର ଯାଇ ପଡିଗଲା,
ତନାଘନା ହେଲା ଆଇନ କାନୁନ
        କୋର୍ଟ କଚେରୀ ହେଲା।
ଦଣ୍ଡମୁକ୍ତ ସ୍ଥାନ ବିଦ୍ୟାଳୟ ଯେଣୁ
        ଘୋଷଣା ହୋଇଛି ବୋଲି,
ପ୍ରଧାନ ଶିକ୍ଷକ ସସ୍‌ପେଣ୍ଡ ହେଲେ
        ଚାକିରୀଟା ଗଲା ଚାଲି।
ଏଇ କ’ଣ ଆମ ଦେଶର ଆଇନ
        ଏଇ କ’ଣ ଅଧିକାର,
ଗୁରୁ ମାଡଖାଇ ଚାକିରୀ ଛାଡ଼ିବେ
        ମଦୁଆ କରିବେ ଖେଳ?
ଆମ ପଢ଼ାବେଳ ବରଂ ଥିଲା ଭଲ
        ତାଗିଦି ଶାସନ ଥିଲା,
ଗୁରୁଙ୍କୁ ଦେଖିଲେ ଡରଭୟ ଥିଲା
        ଭକତି ଉପୁଜୁଥିଲା।
ସେତେବେଳ ପାଠ ଏ ବେଳରପାଠ
        ପ୍ରାର୍ଥକ୍ଯଟା ଜଣା ପଡ଼େ,
ମୁଠି ଚାଉଳରୁ ବିଦ୍ଯାର ଆରମ୍ଭ
        ହୁଏ ଖଡ଼ି ସିଲଟରେ।
ବୌଦ୍ଧିକ ବିକାଶ ନାଁରେ ସର୍କାର
        ଆଜି ଯେତେ ଫନ୍ଦାକରେ,
ଶିକ୍ଷା ନୀତି ଆଜି ଚାଲୁଅଛି ସିନା
        ଖାଲି କାଗଜ ପତ୍ରରେ।
ମଧ୍ୟାହ୍ନ ଭୋଜନ ଦାୟୀତ୍ବକୁ ଦେଇ
        ଶିକ୍ଷକଙ୍କୁ ଲଗାଇଲେ,
ହାଣ୍ଡି,ଦଣ୍ଡୀ,ରାଣ୍ଡୀ ଯୋଗାଡ଼ ପାଇଁକି
        ମାଷ୍ଟର ବ୍ୟସ୍ତ ରହିଲେ।
ଡାଲମା ଅଣ୍ଡାର ଛୁଙ୍କ ବାସନାକୁ
        ପିଲାର ରହିଲା ମନ,
ପାଠପଢା ସବୁ ଚୂଲିରେ ପଶିଲା
       ରାଜନୀତି ଚାଲ୍ ଜାଣ।
ଉପସ୍ଥାନ ହାର ବଢାଅ ଲାଞ୍ଚରେ
       ସାଇକେଲ ବୃତ୍ତି ଦେଇ,
କାହିଁକି ପିଲାଟି ପଢେ କନ୍‌ଭେଣ୍ଟରେ
       କହିପାରିବକି‌ ଭାଇ?
ଶିକ୍ଷାମନ୍ତ୍ରୀ କିମ୍ବା ବଡବଡିଆଙ୍କ
       ନିଜର ପିଲାଙ୍କୁ ଦେଖ ,
ସରକାରୀ ସ୍କୁଲ କେତେ ଯାଉଛନ୍ତି
       ରଖିଥାଅ‌ ଟିକେ ଲକ୍ଷ୍ୟ।  
ସ୍କୁଲ ଉନ୍ନତି କରିବା ପାଇଁକି 
       ମୂର୍ଖ ଚେୟାରମ୍ଯାନ୍ ହେଲେ,
ପାଠୁଆ ଶିକ୍ଷକ ବିନା କାରଣରେ
      ତାଙ୍କଠୁଁ ହୀନସ୍ତା ହେଲେ।
ଭୋଟର ତାଲିକା ପରିଚୟପତ୍ର
      ଜନଗଣନା କାର୍ଯ୍ୟରେ,
ଶିକ୍ଷକ ଲାଗିବେ ଯଦିବା ଏଥିରେ
      ପିଲା କୋଉ ପଢିପାରେ?
ପାଠର ଦ୍ଵାହୀରେ ନାଟ ଲଗାଇଲେ
      ଦେଶ କୋଉ ଆଗେଇବ,
ଯୋଉ ଚାଉରକୁ ସେଇ ତ ଚାଉର
      ପିଲାଟି ମୁରୂଖ ହେବ।
ବିଦ୍ୟାଳୟ ଅଟେ ପବିତ୍ର ମନ୍ଦିର
      ଗୁରୁ ଅଟନ୍ତି ଠାକୁର,
ଶିକ୍ଷା ନୀତି ପୁଣି ପୂଜା ଆରାଧନା
      ପିଲା ଭକ୍ତ ଗୁରୁଙ୍କର।
ମଣିଷ ତିଆରି କାରଖାନାଟିର‌
       ଗୁରୁ ଦକ୍ଷ‌ କାରିଗର,
ଗୁରୁ ଶ୍ରେଷ୍ଠ ଶିଳ୍ପୀ ଜ୍ଞାନ କୋଣାର୍କର
       ପ୍ରେମର ସେ ଅବତାର।
ଗୁରୁ ବ୍ରହ୍ମା, ବିଷ୍ଣୁ, ଗୁରୁ ମହେଶ୍ବର
       ଗୁରୁ ସଂସାର ଆଧାର,
ସେହି ଗୁରୁପାଦେ ପ୍ରଣାମ ଜଣାଏ
       ଅପର୍ତ୍ତି ମୂର୍ଖ ପାମର।

ପାଳକଣା‌, କୋରୋ‌ ‌, କେନ୍ଦ୍ରାପଡା

    

Related posts

ପୂର୍ବ ଶତ୍ରୁତାକୁ ଭୁଲିଯାଇ ଚୌଧୁରୀ ପରିବାର ର ୧୨୮ ସଦସ୍ୟ ଏକାଠି ନୂଆ ଖାଇଲେ

Sunil Chandra Nayak

ତିନୋଟି ଅନଥା ଶିଶୁଙ୍କୁ ଉଦ୍ଧାର , ଲୁହ ଭରା ଆଖିରେ ବିଦାୟ ଦେଲେ ଗ୍ରାମବାସୀ 

Sunil Chandra Nayak

ଜୁନାଗଡ଼ ବ୍ଲକରେ ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା – ଶିକ୍ଷାଦାନ ଓ ଶିକ୍ଷକ ଅଭାବ, ଅନିଶ୍ଚିତତା ମଧ୍ୟରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ

Sunil Chandra Nayak

Leave a Comment

error: Content is protected !!