ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସରସ୍ଵତୀ ଶିଶୁ ମନ୍ଦିରରେ ଗୁରୁ ଦିବସ ପାଳିତ

ନର୍ଲା (ମନିସ)ପବିତ୍ର ଗୁରୁ ଦିବସ ତଥା ସର୍ବ ପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଦିନ ମହା ସମାରୋହରେ ରୁପ୍ରାରୋଡ ସରସ୍ଵତୀ ଶିଶୁ ମନ୍ଦିର ଠାରେ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଅବସର ପ୍ରାପ୍ତ ଖେଳ ଶିକ୍ଷକ ଶ୍ୟାମସୁନ୍ଦର ଶର୍ମା ଯୋଗଦାନ କରି ଗୁରୁ ,ଶିଷ୍ୟ ପରମ୍ପରାକୁ ଉଜ୍ଜୀବିତ କରିବାରେ ସର୍ବ ପଲ୍ଲୀ ରାଧାକ୍ରିଷ୍ଣନଙ୍କ ଅବଦାନ ଅତୁଳନୀୟ ବୋଲି କହିଥିଲେ। ଏଥିରେ ଅନ୍ୟତମ ଅତିଥି ଭାବେ ବିଦ୍ୟାଳୟ ସଂପାଦକ ସଞ୍ଜିବ ଦାସ ଯୋଗଦାନ କରିଥିଲେ। ଅତିଥିଙ୍କ ପରିଚୟ କାର୍ଯ୍ୟକ୍ରମର ଆଭିମୁଖ୍ୟ ପ୍ରଦାନ କରିଥିଲେ ପ୍ରଧାନ ଆଚାର୍ଯ୍ୟ ହେମନ୍ତ କୁମାର ଭୋଇ। ଉପସ୍ଥିତ ଗୁରୁଜୀ ଓ ଗୁରୁମାଙ୍କୁ ଶିଶୁ ଭାଇ, ଭଉଣୀ ଦ୍ଵାରା ବନ୍ଦାପନା କରାଯାଇ ଗୁରୁ ପୂଜନ କରାଯାଇ ଥିଲା। କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଗୁରୁମା ମାନସୀ ବିଶ୍ୱାଳ ଓ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଗୁରୁଜୀ ଜିତେନ୍ଦ୍ର ଗଉଡ।

ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି।

Related posts

ସାହିତ୍ୟ ଅଗଣା

Sunil Chandra Nayak

ଗରୀବ ଶ୍ରେଣୀର ୩ରୁ ୭ ବର୍ଷର ପିଲାମାନଙ୍କୁ ବେସରକାରୀ ବିଦ୍ୟାଳୟ ଗୁଡିକରେ ନିଃଶୁଳ୍କ ଶିକ୍ଷା ପାଇଁ ଚୟନ

Sunil Chandra Nayak

ରକ୍ତ ଦେଇ ବିପଦ ର ବନ୍ଧୁ ସାଜିଲେ ଯୁବକ

Sunil Chandra Nayak

Leave a Comment

error: Content is protected !!