ନବରଙ୍ଗପୁର /, ସ୍ଥାନୀୟ ଆଖଣ୍ଡଳମଣି କଲ୍ୟାଣ ମଣ୍ଡପ ଠାରେ ଶିଷ୍ଟ କରଣ ସଂଘର ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାନେତ୍ରୀ ପ୍ରମିଳା ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସମ୍ପାଦକ ମହେଶ୍ଵର ପଟ୍ଟନାୟକ ପରିଚାଳନା କରିଥିଲେ । ସଭା ପ୍ରାରମ୍ଭରେ ମହାଦେବଙ୍କ ଫଟୋ ଚିତ୍ର ନିକଟରେ ପ୍ରଦୀପ ପ୍ରଜ୍ଵଳନ ପରେ ଦିବଙ୍ଗତ ସଦସ୍ୟ ହର ପ୍ରସାଦ ପଟ୍ଟନାୟକ ଓ ଜଗନ୍ନାଥ ପଟ୍ଟନାୟକଙ୍କ ଆତ୍ମାର ସଦଗତି ପାଇଁ ଦୁଇ ମିନିଟ ନିରୋବ ପ୍ରାର୍ଥନା କରଯାଇଥିଲା । ସେକ୍ରେଟେରୀ ସମ୍ପାଦକିୟ ବିବରଣୀ ପାଠ କରି ବର୍ଷ ତମାମ ସଂଘର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଗୃହକୁ ଅବଗତ କରାଇଥିଲେ । ଏହାପରେ ସଂଘର ବିଭିନ୍ନ ସମସ୍ୟା ସମ୍ପର୍କରେ ବରିଷ୍ଠ ଆଇନଜୀବୀ ତଥା ଉପଦେଷ୍ଟା ଅରବିନ୍ଦ ପଟ୍ଟନାୟକ , କାର୍ଯ୍ୟକାରିଣୀ ସଦସ୍ୟ ରବି ପଟ୍ଟନାୟକ,ପ୍ରସନ୍ନ ପଟ୍ଟନାୟକ , ଜଗଦୀଶ ପଟ୍ଟନାୟକ , ଦନ୍ତେଶ୍ଵର ଦାଶ , ରାମମୂର୍ତି ପଟ୍ଟନାୟକ ,ସତୀଶ ପଟ୍ଟନାୟକ , ଦାଶରଥି ପଟ୍ଟନାୟକ, ରାବଣା ପଟ୍ଟନାୟକ ପ୍ରମୁଖ ନିଜ ନିଜ ମତ ପୋଷଣ କରିଥିଲେ । ଏହି ଅବସରରେ କରଣ ସଂଘର ଦୀର୍ଘ ବର୍ଷର ଉଛଗୀକୃତ ସେବା ପାଇଁ ଶ୍ରୀ ନାରାୟଣ ରାଓ ପଟ୍ଟନାୟକଙ୍କୁ ସଭାପତି ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ମାନିତ କରିଥିଲେ । ସମାଜର ଦୁର୍ବଳ ଶ୍ରେଣୀ ପରିବାରକୁ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ କରିବାକୁ ଆଗେଇ ଆସିବା ପାଇଁ ସଭାନେତ୍ରୀ ତାଙ୍କ ବକ୍ତ୍ୟବ୍ୟରେ ଆହ୍ଵାନ ଦେଇଥିଲେ । ସଂଘ ନିମନ୍ତେ ଏକ ସ୍ଥଳ ଆବଶ୍ୟକ ରହିଥିବା ସମ୍ପର୍କରେ ଆଲୋଚନା ହୋଇଥିଲା । ସଭା ଶେଷରେ ସତ୍ୟ ନାରାୟଣ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ବୈଠକରେ ବହୁ ସଂଖ୍ୟାରେ ସଂଘର ସଦସ୍ୟ ସଦସ୍ୟା ମାନେ ଉପସ୍ଥିତ ରହିଥିଲେ ।
ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିୟୁଜ।