ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶିଷ୍ଟ କରଣ ସଂଘର ସାଧାରଣ ବୈଠକ

ନବରଙ୍ଗପୁର /, ସ୍ଥାନୀୟ ଆଖଣ୍ଡଳମଣି କଲ୍ୟାଣ ମଣ୍ଡପ ଠାରେ ଶିଷ୍ଟ କରଣ ସଂଘର ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାନେତ୍ରୀ ପ୍ରମିଳା ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସମ୍ପାଦକ ମହେଶ୍ଵର ପଟ୍ଟନାୟକ ପରିଚାଳନା କରିଥିଲେ । ସଭା ପ୍ରାରମ୍ଭରେ ମହାଦେବଙ୍କ ଫଟୋ ଚିତ୍ର ନିକଟରେ ପ୍ରଦୀପ ପ୍ରଜ୍ଵଳନ ପରେ ଦିବଙ୍ଗତ ସଦସ୍ୟ ହର ପ୍ରସାଦ ପଟ୍ଟନାୟକ ଓ ଜଗନ୍ନାଥ ପଟ୍ଟନାୟକଙ୍କ ଆତ୍ମାର ସଦଗତି ପାଇଁ ଦୁଇ ମିନିଟ ନିରୋବ ପ୍ରାର୍ଥନା କରଯାଇଥିଲା । ସେକ୍ରେଟେରୀ ସମ୍ପାଦକିୟ ବିବରଣୀ ପାଠ କରି ବର୍ଷ ତମାମ ସଂଘର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଗୃହକୁ ଅବଗତ କରାଇଥିଲେ । ଏହାପରେ ସଂଘର ବିଭିନ୍ନ ସମସ୍ୟା ସମ୍ପର୍କରେ ବରିଷ୍ଠ ଆଇନଜୀବୀ ତଥା ଉପଦେଷ୍ଟା ଅରବିନ୍ଦ ପଟ୍ଟନାୟକ , କାର୍ଯ୍ୟକାରିଣୀ ସଦସ୍ୟ ରବି ପଟ୍ଟନାୟକ,ପ୍ରସନ୍ନ ପଟ୍ଟନାୟକ , ଜଗଦୀଶ ପଟ୍ଟନାୟକ , ଦନ୍ତେଶ୍ଵର ଦାଶ , ରାମମୂର୍ତି ପଟ୍ଟନାୟକ ,ସତୀଶ ପଟ୍ଟନାୟକ , ଦାଶରଥି ପଟ୍ଟନାୟକ, ରାବଣା ପଟ୍ଟନାୟକ ପ୍ରମୁଖ ନିଜ ନିଜ ମତ ପୋଷଣ କରିଥିଲେ । ଏହି ଅବସରରେ କରଣ ସଂଘର ଦୀର୍ଘ ବର୍ଷର ଉଛଗୀକୃତ ସେବା ପାଇଁ ଶ୍ରୀ ନାରାୟଣ ରାଓ ପଟ୍ଟନାୟକଙ୍କୁ ସଭାପତି ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ମାନିତ କରିଥିଲେ । ସମାଜର ଦୁର୍ବଳ ଶ୍ରେଣୀ ପରିବାରକୁ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ କରିବାକୁ ଆଗେଇ ଆସିବା ପାଇଁ ସଭାନେତ୍ରୀ ତାଙ୍କ ବକ୍ତ୍ୟବ୍ୟରେ ଆହ୍ଵାନ ଦେଇଥିଲେ । ସଂଘ ନିମନ୍ତେ ଏକ ସ୍ଥଳ ଆବଶ୍ୟକ ରହିଥିବା ସମ୍ପର୍କରେ ଆଲୋଚନା ହୋଇଥିଲା । ସଭା ଶେଷରେ ସତ୍ୟ ନାରାୟଣ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ବୈଠକରେ ବହୁ ସଂଖ୍ୟାରେ ସଂଘର ସଦସ୍ୟ ସଦସ୍ୟା ମାନେ ଉପସ୍ଥିତ ରହିଥିଲେ ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିୟୁଜ।

Related posts

ଆନନ୍ଦପୁର ବିଜେପି ଯୁବମୋର୍ଚ୍ଚା ସଭାପତି ହେଲେ ସମ୍ବିତ

Sunil Chandra Nayak

ବୁଢାଦେଓ ଉଚ୍ଚ ବିଦ୍ୟାଳୟ ଦାବ୍ରୀ ଠାରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ମାନଙ୍କୁ ନେଇ ବିଦାୟ କାଳିନ ଉତ୍ସବ ଅନୁଷ୍ଠିତ

Sunil Chandra Nayak

ଆମେରିକାରୁ ବାପାଙ୍କୁ ପୁଅ ପଠେଇ ଥିବା ଚିଠି ଟିଏ…..

Leave a Comment

error: Content is protected !!