ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନବରଙ୍ଗପୁର ମହାବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ପାଳନ ଅବସରରେ ସାଂସ୍କୃତିକ ପ୍ରତିଯୋଗିତା ଅନୁଷ୍ଠିତ

ନବରଙ୍ଗପୁର,ତା୨୦.୧୧.୨୨( ମ ନି ସ) ନବରଙ୍ଗପୁର ମହାବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ପାଳନ ଅବସରରେ ମହାବିଦ୍ୟାଳୟ ପରିସରରେ ବିଭିନ୍ନ ସାଂସ୍କୃତିକ ପ୍ରତିଯୋଗିତା ପୁରାତନ ଛାତ୍ରଛାତ୍ରୀ ମାନଙ୍କ ଗହଣରେ ବହୁ ଉତ୍ସାହ ଉଦ୍ଦୀପନା ମଧ୍ୟରେ ଅନୁଷ୍ଠିତ ହୋଇ ଯାଇଛି।ପ୍ରଥମ ପର୍ଯ୍ୟାୟରେ ଏକକ ଅଭିନୟ ପ୍ରତିଯୋଗିତା ପରେ ଆଧୁନିକ ଏବଂ ଆଦିବାସୀ ସଙ୍ଗୀତ ପ୍ରତିଯୋଗିତା ଏବଂ ପରିଶେଷରେ ଆଧୁନିକ ଓ ଆଦିବାସୀ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।ଏହି ପ୍ରତିଯୋଗିତାର ଶ୍ରେଷ୍ଠ ତିନି ଜଣଙ୍କୁ ମୂଖ୍ୟ ଉତ୍ସବରେ ପୁରସ୍କୃତ କରାଯିବା ପାଇଁ ସ୍ଥିରୀକୃତ ହୋଇଛି।ଅଭିନୟ ଓ ଆଧୁନିକ ସଙ୍ଗୀତ ପ୍ରତିଯୋଗିତାରେ ବିଚାରକ ଭାବେ ପ୍ରକାଶ ସାମନ୍ତରାୟ,ସୁରେଶ ମିଶ୍ର,ଚନ୍ଦନା ପଣ୍ଡା,ଅଶୋକ ମହାନ୍ତି,ନରସିଂହ ତ୍ରିପାଠୀ କାର୍ଯ୍ୟ ତୁଲାଇଥିବା ବେଳେ ଆଦିବାସୀ ସଙ୍ଗୀତ ଓ ନୃତ୍ୟ ପ୍ରତିଯୋଗିତାରେ ଜ୍ୟୋତି ପରିଚ୍ଛା,ଯୁଗୋଳ ତ୍ରିପାଠୀ ,ଚନ୍ଦନା ପଣ୍ଡା,ପ୍ରକାଶ ସାମନ୍ତରାୟ,ମୁରଲୀ  ପଟ୍ଟନାୟକ ,ବାଲାଜୀ କିଶୋର ରାୟ ବିଚାରକ ଭାବେ ରହିଥିଲେ।ସାଂସ୍କୃତିକ କମିଟି ମୂଖ୍ୟ ସୁରେଶ ମହାନ୍ତି ସମଗ୍ର କାର୍ଯ୍ୟକ୍ରମର ପରିଚାଳନା କରିଥିବାବେଳେ ସୁରେଶ ମିଶ୍ର,ଚନ୍ଦନା ପଣ୍ଡା,କିଶୋର ପଟ୍ଟନାୟକ,ଦୁର୍ଗା ପ୍ରଧାନ,ସଂଗୀତା ତ୍ରିପାଠୀ,ସ୍ୱର୍ଣ୍ଣଲତା ପଟ୍ଟନାୟକ, ଦିଲ୍ଲୀପ କୁମାର ହୋତା,ଶମ୍ବୁ ପ୍ରସାଦ ହୋତା,ଶିବ ଶଙ୍କର ତ୍ରିପାଠୀ,ପ୍ରକାଶ ସାମନ୍ତରାୟ ଏହି କାର୍ଯ୍ୟକ୍ରମରେ ସକ୍ରୀୟ ସହଯୋଗ କରିଥିଲେ।କୋର କମିଟିର ବିଭିନ୍ନ ସଭ୍ୟ ମାନଙ୍କ ମଧ୍ୟରେ ସଭାପତି ଗଣେଶ ଦାଶ, ଉପସଭାପତି ପ୍ରଭାକର ପାତ୍ର ଏବଂ ସଙ୍ଗୀତା ତ୍ରିପାଠୀ ଉପସ୍ଥିତ ରହି ଉତ୍ସାହିତ କରିଥିଲେ।ଶେଷ କାର୍ଯ୍ୟକ୍ରମ ଢେମସା ନୃତ୍ୟ ସମସ୍ତଙ୍କୁ ବିମୋହିତ କରିଥିଲା।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିୟୁଜ।

Related posts

ଚତୁର୍ଥ ଶ୍ରେଣୀ କର୍ମଚାରୀ ଙ୍କ ପରଲୋକ 

Sunil Chandra Nayak

କଳାହାଣ୍ଡି, ନୂଆପଡା ଜିଲ୍ଲାରେ ଚୋର ଆତଙ୍କ, ଚନ୍ଦାହାଣ୍ଡି ରେ କୋକୁଆ ଭୟ

Sunil Chandra Nayak

ଶାନ୍ତି ଶୃଙ୍ଖଳା ର ସହ ଚାଲିଥିବା ବେଳେ ଭୋଟ ଗ୍ରହଣ ର ଶେଷ ସମୟରେ ସେହି ଗ୍ରାମର କେତେକ ଯୁବକ ବାଲଟ ପେପର ଛଡାଇ ନେଇଥିବା ଜଣାପଡିଛି।

Sunil Chandra Nayak

Leave a Comment

error: Content is protected !!