ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗଡଜାତ ଅଞ୍ଚଳ ରେ ଆଜି  ନୁଆଖାଇ 

ଭବାନୀପାଟଣା -: (ମ ନି ସ)  ଐତିହ୍ୟ , ସଂସ୍କୃତି , ପରମ୍ପରା ଓ ଭାଇଚାରାର ପର୍ବ ନୁଆଖାଇ । ତେବେ କଳାହାଣ୍ଡି ଜିଲ୍ଲାରେ ପ୍ରାୟ ତିନୋଟି ପର୍ଯ୍ୟାୟରେ ନୁଆଖାଇଥାନ୍ତି । ପ୍ରଥମେ ଭାଦ୍ରବ ମାସ ସପ୍ତୁପୁରି ଅମାବସ୍ୟା ପ୍ରତିପଦା ଦିନ ପଥର୍ଲା ଗ୍ରାମବାସୀ ଏବଂ ପଂଚମି ତିଥିରେ ସାରା ପଶ୍ଚିମ ଓଡିଶା ରେ ନୁଆ ଖାଇ ସାରିଥିବା ବେଳେ ଆଜି ମାଁ ମାଣିକେଶ୍ୱରୀଙ୍କ ପୀଠରେ ନବାନ୍ନ ଲାଗି ହୋଇଛି । କଳାହାଣ୍ଡି ଜିଲ୍ଲାର ଗଡଜାତ ଅଂଚଳ ଭବାନୀପାଟଣା , ଲାଞ୍ଜିଗଡ , ମଦନପୁର ରାମପୁର , ଥୁଆମୁଳ ରାମପୁର , ଜୟପାଟଣା , କର୍ଲାପାଟ , ମହୁଲପାଟଣା ଆଦି ଜମିଦାରୀ ଅଂଚଳରେ ତୃତୀୟ ପାର୍ଯ୍ୟୟ ନୁଆଖାଇ । ଆଜି ଦସମୀ ତିଥିରେ ମାଁ ମାଣିକେଶ୍ବରୀଙ୍କ ପୀଠରେ ନବାନ୍ନ ଲାଗି ପରେ ଅନୁଷ୍ଠିତ ହୋଇଛି ନୂଆଖାଇ । ଲଗ୍ନ ଅନୁଯାୟୀ ଆଜି ସକାଳ 9.15 ରୁ 9.40 ମିନିଟ ମଧ୍ୟରେ ମାଣିକେଶ୍ୱରୀ ମନ୍ଦିରରେ ନବାନ୍ନ ଲାଗି ପରେ ସର୍ବ ସାଧାରଣ ନୁଆ ଅନ୍ନ ଗ୍ରହଣ କରିଛନ୍ତି । ଏନେଇ ଆଜି ସକାଳୁ ସକାଳୁ ଭବାନୀପାଟଣା ସ୍ଥିତ ମାଁ ମାଣିକେଶ୍ୱରୀ ମନ୍ଦିରରେ ଭକ୍ତଙ୍କ ଭିଡ ଲାଗିରହିଛି ଦୁଇ ବର୍ଷ କରୋନା ମହାମାରି ପାଇଁ ମନ୍ଦିର ବନ୍ଦ ହେବା ଯୋଗୁଁ ନୁଆ ଚୁଡା ପାଇ ପାରିନଥିଲା ବେଳେ ଆଜି ପାଇ ଖୁସି ର ଲହର ମନ୍ଦିର ରେ ମାଁ ଙ୍କୁ ପୂଜା କରି ଭୋଗ ଲଗାଇ ନେଇଛନ୍ତି ।

 

 

Related posts

କେସିଙ୍ଗା ଏନଏସି ଅଧ୍ୟକ୍ଷ ଭାବେ ବିଜେଡିର ନୃପରାଜ ଯାଦବ ବିଜୟୀ

Sunil Chandra Nayak

ଜୁଆ ଖୁଡୁଖୁଡି ଖେଳ ଉପରେ ଚଢ଼ଉ ଦୁଇ ଗିରଫ 

Sunil Chandra Nayak

ପୂର୍ତ୍ତ ବିଭାଗର ଦୂରଦୃଷ୍ଟିର ଅଭାବ, ରାସ୍ତା ସାଜିଛି କାଳ  

Sunil Chandra Nayak

Leave a Comment

error: Content is protected !!