ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗୋଡ଼ଭଂଜା ଗୋଳେଇ ଛକଠାରେ ଅହିଂସା ରଥ ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ 

ଛିଲିପା : ଧର୍ମଗଡ଼ ବ୍ଲକ ଗୋଡ଼ ବଞ୍ଜାର ଗୋଳେଇ ଛକରେ ଅହିଂସା ରଥ ସ୍ୱାଧୀନତା ଦିବସ 75ବର୍ଷ ପୂର୍ତ୍ତି ଅବସରରେ ଅମୃତ ମହୋତ୍ସବ ପାଳନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି l ଅହିଂସା ରଥ ଛିଲିପା ଗ୍ରାମ ପଂଚାୟତରୁ ଆରମ୍ଭ କରି ବିଭିନ୍ନ ଗ୍ରାମ ପଂଚାୟତ ଗୁଡିକୁ ଭ୍ରମଣ କରି ଅହିଂସା ରଥ ଅହିଂସା ବାର୍ତ୍ତା ପ୍ରେରଣ କରିଥିବା ବେଳେ ସ୍ୱାଗତ କରାଯାଇ ଥିଲା l ଏଥିରେ ଛାତ୍ରଛାତ୍ରୀ ପ୍ୟାରେଡ କରି ଥିବା ବେଳେ ସରକାରୀ ଓ ବେସରକାରୀ ସଂସ୍ଥା ଯୋଗ ଦେଇଥିଲେ l ଏଥିରେ ବ୍ଲକ ଅଧ୍ୟକ୍ଷ ବବିତା ପଟ୍ଟଯୋଶୀ, ବିଡ଼ିଓ ଶରତ କୁମାର ସେଠି, ଏପିଡି ବିମ୍ବାଧର ସାହୁ, ଛିଲିପା ସରପଞ୍ଚ ବିଭୁଦତ୍ତ ପ୍ରଧାନୀ,ପିଇଓ କେଦାରନାଥ ନାଏକ,ସମିତି ସଦସ୍ୟ ଜୈତ୍ରମ ବାଗ,ଏମବିକେ ଭାରତୀ ମେହେର, ଏସଏଚଜି ସଭାନେତ୍ରୀ ମମତା ପଟେଲ,ପ୍ରଧାନ ଶିକ୍ଷକ ଗଗନ ସା ସମାଜସେବୀ ଦାମୋଧର ମେହେର, ଏମବିକେ ମହିଳାମାନେ ଓ ଶିକ୍ଷକ ବୃନ୍ଦ ତଥା ଅନ୍ୟାନ୍ୟ ଭଦ୍ର ବ୍ୟକ୍ତି ଉପସ୍ଥିତ ଥିଲେ l

              ଜଗଜ୍ଜୀବନ ସାଙ୍କ ରିପୋର୍ଟ

Related posts

ଶିକ୍ଷକ ସଂଘ ତରଫରୁ ସାହାଯ୍ୟ

Sunil Chandra Nayak

କବିତା ସାହୁ  ଙ୍କ କବିତା – କବିତା

Sunil Chandra Nayak

ବାଉଁଶ ପାଳ ଗ୍ରାମ ରେ ମା ଦୁର୍ଗାଙ୍କ ଷୋଳ ପୂଜା ବିଧି ସଂପନ୍ନ

Sunil Chandra Nayak

Leave a Comment

error: Content is protected !!