ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସ୍ଵାସ୍ଥ୍ୟ

ଝାଡ଼ା ବାନ୍ତି ରେ ଗୋଟିଏ ପରିବାର ର ତିନି ମୃତ

ଚନ୍ଦାହାଣ୍ଡି (୫/୫ ମ ନି ସ) ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଗମ୍ବାରୀଗୁଡା ପଞ୍ଚାୟତରେ ଝାଡା ବାନ୍ତି ଆତଙ୍କ। ଗୋଟିଏ ପରିବାରରେ ତିନି ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ନାବାଳିକା ଗୁରୁତର ହୋଇଛନ୍ତି।ମୃତକ ମାନେ ହେଲେ ୬୦ ବର୍ଷିୟ ଲକ୍ଷିଧର ପାରାଭୋଇ, ସ୍ତ୍ରୀ ୫୫ ବର୍ଷିୟ ଦେମତୀ ପାରାଭୋଇ ଓ ନାବାଳକ ପୁଅ ୧୬ ବର୍ଷିୟ ସଦାରାମ ପାରାଭୋଇ। ଏହାସହ ଲକ୍ଷିଧରଙ୍କ ନାବାଳକ ଝିଅ ଦେବକୀ ବର୍ତ୍ତମାନ ଗୁରୁତର ହୋଇଛନ୍ତି। ଏମାନଙ୍କ ବ୍ୟତୀତ ସାହିର ଆହୁରି ୪ ଜଣ ବ୍ୟକ୍ତି ସାମାନ୍ୟ ଆକ୍ରାନ୍ତ ହୋଇଛନ୍ତି।ବର୍ତ୍ତମାନ ଏହାକୁ ନେଇ ଗ୍ରାମରେ ଏକ ପ୍ରକାର ଭୟର ବାତାବରଣ ସୃଷ୍ଟି ହୋଇଛି l ସ୍ୱାସ୍ଥ୍ୟ ବିଭାଗର ଦୃଢ଼ ପ୍ରୟାସ ଯୋଗୁ ଝାଡା ବାନ୍ତି ବର୍ତ୍ତମାନ ଗ୍ରାମରେ ସ୍ଥିର ରହିଥିବା ଗ୍ରାମବାସୀ ପକ୍ଷରୁ କୁହାଯାଇଛି। ରୋଗୀ ଏବଂ ମୃତକମାନଙ୍କଠାରୁ ସଂଗୃହିତ ସ୍ୱାବ ରିପୋର୍ଟ ଆସିବା ପରେ ମୃତକମାନେ ଖାଦ୍ୟ ବିଷକ୍ରିୟା ନା ହଇଜା ଭୁତାଣୁ ଦ୍ୱାରା ମୃତ୍ୟୁ ହୋଇଛି ତାହା ଜଣା ପଡିବ ବୋଲି ଚନ୍ଦାହାଣ୍ଡି ଗୋଷ୍ଠୀ ଚିକିତ୍ସା ଅଧିକାରୀ ଡାକ୍ତର ସନ୍ଧିପ କୁମାର ଶତପଥି କହିଛନ୍ତି l ଗ୍ରାମର ପାଣି ଓ ରୋଗୀଙ୍କ ମଳ ମୂତ୍ର ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଥିବା ସେ ସୂଚନା ଦେଇଛନ୍ତି l   ମିଳିଥିବା ସୂଚନା ଅନୁସାରେ, ଗମ୍ବାରୀଗୁଡା ଭୋଇ ସାହିରେ ଲକ୍ଷିଧର ପାରାଭୋଇଙ୍କ ପରିବାର ଶୁକ୍ରବାର ନୁଆଁଖିଆ ବାସୀ ତିହାର ମନାଇ ଥିଲେ। ଏହାପରେ ଲକ୍ଷିଧରଙ୍କ ସ୍ତ୍ରୀ ଦେମତୀ ପାରାଭୋଇଙ୍କୁ ଝାଡାବାନ୍ତି ହେବାରୁ ପରିବାର ଲୋକେ ତୁରନ୍ତ ୧୦୮ ଆମ୍ୱୁଲାନ୍ସ ଯୋଗେ ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ l ହେଲେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ମା’ଙ୍କୁ ଡାକ୍ତରଖାନା ନେଇଥିବା ପୁଅ ସଦାରାମ ପାରାଭୋଇ ମଧ୍ୟ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିଲେ।ସେ ୩ ତାରିଖ ଅପରାହ୍ନରେ ପ୍ରାଣ ହରାଇଥିଲେ l ଏହାପରେ ବାପା ଲକ୍ଷିଧର ଝାଡ଼ା ବାନ୍ତିରେ ଆକ୍ରାନ୍ତ ହୋଇ ୪ ତାରିଖ ରାତିରେ ପ୍ରାଣ ହରାଇଥିଲେ lଗୋଷ୍ଠୀ ଚିକିତ୍ସା ଅଧିକାରୀ ଡାକ୍ତର ସନ୍ଦୀପ କୁମାର ଶତପଥିଙ୍କ ନିର୍ଦ୍ଦେଶ କ୍ରମେ ଡାକ୍ତର ମନୀଷ କୁମାର ପୁରୋହିତ, ସ୍ୱାସ୍ଥ୍ୟ ପରିଦର୍ଶକ ପ୍ରଦୀପ କୁମାର ପତି, ଏଏନଏମ ଝୁନୁଵାଲା ସାହୁ, ଫାର୍ମାସିଷ୍ଟ ରମେଶ ଦାଶ, ମେଲେରିଆ ପରିଦର୍ଶକ ଚକ୍ରଧର ଭତ୍ରା ଓ ଦୋଳଗୋବିନ୍ଧ ମାଝି ପ୍ରମୁଖ ଗ୍ରାମକୁ ଗସ୍ତ କରି ଆକ୍ରାନ୍ତ ମାନଙ୍କୁ ଚିକିତ୍ସା କରିବା ସହ ସାହିବାସୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରି ଔଷଧ ପ୍ରଦାନ କରିଥିଲେ l

ଚନ୍ଦାହାଣ୍ଡି ରୁ ଦିଲୀପ ଦାସ ଙ୍କ ରିପୋର୍ଟ 

Related posts

ଦଳେଇଗୁଡା ଏସଏସଡି ବାଳିକା ହାଇସ୍କୁଲ ଛାତ୍ରୀ ଅସୁସ୍ଥ ଘଟଣା, ମେଡିକାଲ ଟିମର ଉପସ୍ଥିତିରେ ସ୍ୱାସ୍ଥ୍ୟ ପରୀକ୍ଷା 

Sunil Chandra Nayak

ସହରରେ ଡେଙ୍ଗୁ ର କାୟା ବିସ୍ତାର 

masiha

ଏମ୍ ଗୁମଣ୍ଡଳୀ ଗ୍ରାମରେ ଝାଡାବାନ୍ତି ଆକ୍ରାନ୍ତ

Sunil Chandra Nayak

Leave a Comment

error: Content is protected !!