ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦିଲ୍ଲୀପ କୁମାର ନନ୍ଦୀ ଙ୍କ କବିତା ହଜିଲା ଦରବ:–ଅଧ୍ୟାୟ-୯

 ହଜିଲା ଦରବ:–ଅଧ୍ୟାୟ-୯

 ଦିଲ୍ଲୀପ କୁମାର ନନ୍ଦୀ

ଆମ୍ବ ତୋଟାରେ ତ ଖୋପଡ଼ ଶବଦ
ମାଳି କାନରେ ବାଜୁନି
ବିଦ୍ୟାଳୟ ଦ୍ବାରେ ପ୍ରାର୍ଥନା ଶୁଭୁନି
ଲୁଚିଲାଣି ହାରମୋନି।୧।
ଦାସକାଠିଆ ତ ସପନ ହେଲାଣି
ଘୋଡ଼ା ନାଚ ଲୁଚିଲାଣି
ପାଲା କଥା ଭାଇ କାହିଁକି ପଚାର
କୀର୍ତ୍ତନ ଆଉ ଶୁଭୁନି।୨।
ତେଲିଙ୍ଗି ବାଇଦ ତୁରୀ କି ମହୁରୀ
ଦେଖିବାକୁ ତ ମିଳୁନି
ଢିଙ୍କି ହଜିଲାଣି ଅଦୂରରେ ବନ୍ଧୁ
ହେମଦସ୍ତା ଲୁଚିଲାଣି।୩।
କଟ କାଚ଼ ଖେଳ ପାପୁଲିରେ ନାହିଁ
ଟିପରେ ତ ମୋବାଇଲ
ତାର ବେତାରକୁ ପଚାରୁଛି କିଏ
ଚିଠି ପତ୍ର ତ ଦିଶୁନି।‌‌୪।

କାଏମା, ଧର୍ମଶାଳା, ଯାଜପୁର

Related posts

ଦାସିଗାଁରେ ବନ ମହୋତ୍ସବ ଓ ସଚେତନତା କାର୍ଯ୍ୟକ୍ରମ

ବିବାଦ ଘେରରେ ଖଙ୍ଗାର ଗୁଡା -ଡ଼ଙ୍ଗାରିଗୁଡା ପ୍ରଧାନ ମନ୍ତ୍ରୀ ରାସ୍ତା ,ଅଧପାନ୍ତରିଆ କାମ ଶେଷ ହେବ କେବେ?

Sunil Chandra Nayak

ନବୀନ ପାଇଲେ ଜୀବନବ୍ୟାପୀ ସାଧନା ସମ୍ମାନ…ଉଲ୍ଲେଖନୀୟ ନେତୃତ୍ୱ ପାଇଁ ସମ୍ମାନୀତ ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Sunil Chandra Nayak

Leave a Comment

error: Content is protected !!