ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବରିଷ୍ଠ କଳାକାର ସଂଘ ତରଫରୁ ଗୁରୁ ଦିବସ ପାଳିତ

 ବାଲେଶ୍ଵର,୦୬/୯/୨୨- କଳା ଓ କଳାକାର ହିତୈଷୀ ମହାମଞ୍ଚ ” ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ ” ପକ୍ଷରୁ ସ୍ଥାନୀୟ ଗିରି ମାର୍କେଟ ଛକ ସ୍ଥିତ ପ୍ରକାଶମ୍ ହଲ୍ ପରିସରରେ ପବିତ୍ର ଗୁରୁ ଦିବସ ଅବସରରେ ଗୁରୁ ପୂଜନ ମହୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ ନାଟ୍ୟକାର ରବି ନାରାୟଣ ବେହେରା ଏବଂ ଓଡ଼ିଶା ନାଟ୍ୟ ସଂଘ ଉପ-ସଭାପତି ଇଂ ମନୋଜ ଦଂଡପାଟ ବିଧିବତ୍ କାର୍ଯ୍ୟକ୍ରମର ପ୍ରଥମ ଅଧିବେଶନକୁ ଉଦ୍ଘାଟନ କରିଥିଲେ । ଏହି ଅବସରରେ ହରିଡ଼ାଖଣ୍ଡି, ଶ୍ରୀ ଶ୍ରୀ ଲକ୍ଷ୍ମୀନୃସିଂହ ନାଟ୍ୟ ସଂଘ ପକ୍ଷରୁ ମହନ୍ତ ଶ୍ରୀ ରାମାଧୀନ ଦାସ ଗୋସ୍ଵାମୀ କୃତ ତଥା ନରସିଂହ ମଲ୍ଲିକ ନିର୍ଦ୍ଦେଶିତ ” ରାବଣ ଦର୍ପ ଦଳନ ” ବା ରାମ ନାଟକ ପରିବେଷିତ ହୋଇଥିଲା । ଏଥିରେ ସର୍ବଶ୍ରୀ ଅରୁଣ କୁମାର ଜେନା, ରବୀନ୍ଦ୍ର ବେହେରା, ବବୁଲ ବେହେରା, ବଳରାମ ଜେନା, ରାକେଶ ବେହେରା, ପ୍ରବିଣ ଜେନା, ସନାତନ ପ୍ରଧାନ, ଟୁକୁନା ଡାକୁଆ, ସନ୍ତୋଷ ସାହୁ ପ୍ରମୁଖ ସୁନ୍ଦର ଅଭିନୟ କରିଥିଲେ । ସଂଘ କାର୍ଯ୍ୟକାରୀ ସଭାପତି ଦୁର୍ଗା ପ୍ରସାଦ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଦ୍ଵିତୀୟ ଅଧିବେଶନରେ ଗୁରୁ ପୂଜନ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ସଂସ୍କୃତି ଅଧିକାରୀ ଜୀତେନ କୁମାର ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଲୋକ କଳା ଓ ଲୋକ ନାଟକକୁ ବଞ୍ଚେଇ ରଖିବାକୁ ହେଲେ ଲୋକ ଚେତନାରେ ଲୋକ କଳା ପ୍ରତି ଦୁର୍ବଳତା ସୃଷ୍ଟି କରାଯିବା ଉଦ୍ୟମ ହେବା ଉଚିତ୍ ବୋଲି ମତବ୍ୟକ୍ତ କରିଥିଲେ । ବରିଷ୍ଠ ସାରସ୍ଵତ ସାଧକ ନାଟ୍ୟକାର ଇଂ ଯାମିନୀକାନ୍ତ ଦାସ, ପ୍ରାକ୍ତନ ବିଡ଼ିଏ ଅଧ୍ୟକ୍ଷ ସୁବାସ ମହାରଣା, ଶିକ୍ଷାବିତ୍ ଉଷାରାଣୀ ମହାପାତ୍ର, କବୟିତ୍ରୀ କିରଣ ବାଳା ମିଶ୍ର, ସାରସ୍ଵତ ସାଧକ ପେଣ୍ଡରା ପ୍ରସାଦ ନାୟକ, ନାଟ୍ୟକାର ଲିଙ୍ଗରାଜ ନାହାକ, ସଙ୍ଗୀତଜ୍ଞ ଘନଶ୍ୟାମ ବେହେରା, ପ୍ରାକ୍ତନ କୋଅପରେଟିଭ୍ ଅଧ୍ୟକ୍ଷ ଜଗନ୍ନାଥ ସାବତ ପ୍ରମୁଖ ଅତିଥି ଭାବରେ ଯୋଗଦେଇ ଗୁରୁ ମହିମା ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ଅବସରରେ ଅତିଥିମାନଙ୍କ ଦ୍ଵାରା ଜିଲ୍ଲାର ବିଭିନ୍ନ ଅଂଚଳରୁ ୩୦ ଜଣ ବିଭିନ୍ନ କ୍ଷେତ୍ରର ଗୁରୁ ବିଶେଷଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ସଂଘ ସମ୍ପାଦକ ସୁବାସ ଚନ୍ଦ୍ର ସାହୁ ରୋଶନ୍ ସ୍ଵାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ପ୍ରଫୁଲ୍ଲ ଚନ୍ଦ୍ର ନାୟକ, ପ୍ରଦୀପ କୁମାର ସାହୁ, କୁନୁ ବେହେରା, ମହେନ୍ଦ୍ର କୁମାର ସାହୁ, ଗୀତା ସ୍ୱାଇଁ, ବନ୍ଦନା ନନ୍ଦ, ବନ୍ଦନା ମହାପାତ୍ର, ଚାନ୍ଦମାମା ବେହେରା, ପିଙ୍କି ପରିଡ଼ା ପ୍ରମୁଖ ସହଯୋଗ କରିଥିଲେ । ପରିଶେଷରେ ଅନୁଷ୍ଠାନର ବରିଷ୍ଠ ସଦସ୍ୟ ଶଙ୍କର୍ଷଣ ସାବତ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ । ବାଲେଶ୍ଵର ସଦସ୍ୟ ତଥା ସାମ୍ବାଦିକ ନରେନ୍ଦ୍ର ପ୍ରସାଦ ବେହେରା ଏହା ଏକ ସ୍ବାଗତ ଯୋଗ୍ଯ କାର୍ଯ୍ୟକ୍ରମ ବୋଲି କହିଛନ୍ତି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ସରୋଜ କୁମାର ସାହୁ ଙ୍କ କବିତା ବିଧବା

ବେଣୁଧର ସୂତାର ଙ୍କ କବିତା ଶିଶିର ସୁନ୍ଦରୀ

Sunil Chandra Nayak

ବାଇକ୍ ଦୁର୍ଘଟଣା ରେ ୩ ଗୁରୁତର

Sunil Chandra Nayak

Leave a Comment

error: Content is protected !!