ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୋର୍ଟ ସମ୍ମୁଖରେ ପଡି ମୁଦଲାଙ୍କ ଗୋଡ ଭାଙ୍ଗିଲା

ଚନ୍ଦାହାଣ୍ଡି(ମ ନିସ)।   ଚନ୍ଦାହାଣ୍ଡି କୋର୍ଟ ସମ୍ମୁଖରେ ଆଜି ଜଣେ ମୁଦଲାଙ୍କ ଗୋଡ ଭାଙ୍ଗି ଯାଇଥିବା ଜଣାପଡିଛି। ସୂଚନା ରୁ ପ୍ରକାଶ ଆଜି ଚନ୍ଦାହାଣ୍ଡି ଥାନା ଅଧିନସ୍ଥ ଦଣ୍ଡାମୁଣ୍ଡା ଗ୍ରାମର ଗୋକୁଳ ମହାନ୍ତି ଚନ୍ଦାହାଣ୍ଡି ପ୍ରଥମ ଶ୍ରେଣୀ ବିଚାରପତି ଙ୍କ ଅଦାଲତ ରୁ ସମନ ପାଇ କୋର୍ଟ କୁ ଆସିଥିଲେ । ଗୋକୁଳ ମହାନ୍ତି ଙ୍କ ପୂର୍ବରୁ ଡାହାଣ ଗୋଡ ଭାଙ୍ଗି ଯାଇଥିବା ରୁ ସେ ଦୁଇଟି ଆଶାବାଡି ସାହାଯ୍ୟ ଚାଲୁଥିଲେ । ତେବେ ସେ ଆଜି କୋର୍ଟ ଆସିଥିବା ସମୟରେ ତାଙ୍କର ଆଶାବାଡି ଖସିଯିବାରୁ ସେ ପଡିଯାଇ ଗୁରୁତର ଆହାତ ହୋଇ ଚିତ୍କାର କରିଥିଲେ। ତାଙ୍କ ଚିତ୍କାର ଶୁଣି ସ୍ଥାନୀୟ ବିଚାରପତି କୋର୍ଟ ବାହାରକୁ ଆସି ଓକିଲ ଙ୍କ ସହଯୋଗ ରେ ତାଙ୍କୁ ଉଦ୍ଧାର କରି ଚନ୍ଦାହାଣ୍ଡି ଅଗ୍ନିଶମ ବିଭାଗ କୁ ଡକାଇ ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ପଠେଇଥିଲେ । ଡାକ୍ତର ମନିଷ ପୁରୋହିତ ପ୍ରାଥମିକ ଚିକିତ୍ସା ପରେ ତାଙ୍କର ଗୋଡ ଫେକ୍ଚର ହୋଇ ଥିବା କହିବା ସହ ତାଙ୍କୁ କୋରାପୁଟ ଏସ ଏଲ ଏନ ମେଡିକାଲ କଲେଜ କୁ ସ୍ଥାନାନ୍ତର କରାଯାଥିବା ଜଣାପଡିଛି । ଗୋକୁଳ ଙ୍କ ଆର୍ଥିକ ଅବସ୍ଥା ଅତ୍ୟନ୍ତ ଶୋଚନୀୟ ଥିବାରୁ ତାଙ୍କୁ ସରକାରୀ ସହାୟତା ଯୋଗାଇଦେବାକୁ ଆଇନଜୀବୀ ମହମ୍ମଦ ହୁସେନ, ସରୋଜ ଅଗସ୍ତି, ଖେମରାଜ ବାଘ ପ୍ରମୁଖ ଦାବି କରିଛନ୍ତି ।

ଚନ୍ଦାହାଣ୍ଡି ରୁୁ ଦିଲୀପ ଦାସ ଙ୍କ ରିପୋର୍ଟ 

Related posts

ରାଉରକେଲା ସ୍ପୋର୍ଟସ ଆସୋସିଏସନ୍ ର ଜାତୀୟ କ୍ରୀଡା ଦିବସ ପାଳନ

Sunil Chandra Nayak

ଥୁଆମୂଳ ରାମପୁର ବ୍ଳକ ସାମ୍ବାଦିକ ସଂଘ ଗଠନ

Sunil Chandra Nayak

ଆମପାଣି ପୋଲିସ ଦ୍ୱାରା ସାର ବୋଝେଇ ମିନିଟ୍ରକ ଅଟକ, ତଦନ୍ତ କଲେ ଜିଲ୍ଲା କୃଷି ଅଧିକାରୀ

Sunil Chandra Nayak

Leave a Comment

error: Content is protected !!