ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବୁନିୟାଦୀ ଶିକ୍ଷା ଅଭିଯାନର ଉଦ୍ଘାଟନୀ କାର୍ଯ୍ୟକ୍ରମ

ନବରଙ୍ଗପୁର ଜିଲ୍ଲା ରେ ଅଦ୍ୟ ୦୬.୦୯୨୦୨୨ ରିଖ ଜିଲ୍ଲା ପଞ୍ଚାୟତ ସାଧନା କେନ୍ଦ୍ର ରେ ବୁନିୟାଦୀ ଶିକ୍ଷା ଅଭିଯାନ ଓ Youth for ନବରଙ୍ଗପୁର ଅଭିଯାନ ର ଉଦ୍ଘାଟନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଡକ୍ଟର କମଳ ଲୋଚନ ମିଶ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ମୁଖ୍ୟ ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ରତ୍ନାକର ସାହୁ, ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜୟକୃଷ୍ଣ ପାତ୍ର,ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ,ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ସ୍ଵର୍ଣ୍ଣ ଲତା ବିଶ୍ୱାସ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ପାତ୍ର,ଜିଲ୍ଲା ନିୟୋଜନ ଅଧିକାରୀ, ସମସ୍ତ ବ୍ଲକ୍ ଶିକ୍ଷା ଅଧିକାରୀ, ସହ ବ୍ଲକ୍ ଶିକ୍ଷା ଅଧିକାରୀ ପ୍ରମୁଖ ଏଥିରେ ଉପସ୍ଥିତ ରହି କାର୍ଯ୍ୟକ୍ରମ ର ସଫଳ କାମନା କରିଥିଲେ।ଅଭିଜ୍ଞତା ଏବଂ ନବସୃଜନ ସହିତ ଶିକ୍ଷା ର ମୂଳଦୁଆ କୁ କିପରି ସୁଦୃଢ କରାଯାଇପାରିବ ସେ ସମ୍ପର୍କରେ ମନ୍ତବ୍ୟ ରଖିଥିଲେ। ଅନବରତ ଚେଷ୍ଟା ଓ ଆଗ୍ରହ ଦ୍ୱାରା ହିଁ ଆମେ ସଫଳତା ହାସଲ କରିପାରିବା ବୋଲି ଜିଲ୍ଲା ଶିକ୍ଷା ଅଧିକାରୀ ସମସ୍ତ ବ୍ଲକ ଶିକ୍ଷା ଅଧିକାରୀ ମାନଙ୍କୁ ଆହ୍ୱାନ କରିଥିଲେ। ବୁନିୟାଦୀ ଶିକ୍ଷା ଅଭିଯାନ ସହ ଆଉ ଏକ କାର୍ଯ୍ୟକ୍ରମ Youth for Nabarangpur ମଧ୍ୟ ଉଦ୍ଘାଟନ କରାଯାଇଅଛି, ଯାହା ସମ୍ପୂର୍ଣ୍ଣ ଭାବେ ଯୁବ ସମାଜ କୁ ଆହ୍ୱାନ୍ବିତ କରୁଛି ଜିଲ୍ଲା ର ବିକାଶପଥେ। ଏଥିରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ମୁଖ୍ୟ ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଶ୍ରୀ ସାହୁ ଯୁବସମାଜ ମଧ୍ୟରେ କିପରି ସମାଜ ସେବା ଭାବନା କୁ ପ୍ରସ୍ଫୁଟିତ କରାଇପାରିବ ସେସମ୍ପର୍କରେ ନିଜର ମନ୍ତବ୍ୟ ରଖିଥିଲେ। ଉପସ୍ଥିତ ଜିଲ୍ଲା ସ୍ତରୀୟ ଅଧିକାରୀ ମଧ୍ୟ ସମାଜ ରେ ହେଉଥିବା ପରିବର୍ତ୍ତନ ସହ କେମିତି ଏକ ବିକାଶ,ଉନ୍ନତି ଚିନ୍ତାଧାରା ସହ ଆଗକୁ ବଢ଼ିବେ ସେ ସମ୍ପର୍କରେ ଆଲୋକପାତ କରିଥିଲେ।ଉପରୋକ୍ତ ଦୁଇଗୋଟି ଅଭିଯାନ ର ସଫଳତା କାମନା କରି ଜିଲ୍ଲାପାଳ ଡକ୍ଟର ମିଶ୍ର ସମସ୍ତଙ୍କୁ ଶୁଭେଚ୍ଛା ଜଣାଇ ଥିଲେ। ଏଥିରେ ପିରାମଲ ଫାଉଣ୍ଡେସନ ର ପ୍ରୋଗ୍ରାମ ଲିଡର ଗୋୖରବ, ସ୍ୱରୂପା, ଗାନ୍ଧୀ ଫେଲୋ ର ଶୁଭ ସ୍ମିତା, ସୁଭାଷିନୀ ପ୍ରମୁଖ ଉପସ୍ଥିତ ଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବିନାରାୟଣ ମହାନ୍ତି ଙ୍କ ରିପୋର୍ଟ ମସୀହା ନିୟୁଜ୍।

Related posts

ଢେ଼ଙ୍କାନାଳ ରେ ବାଜି ରାଉତ ଫୁଟବଲ୍ କପ୍ ମ୍ୟାଚ୍ ଉଦ୍ଘାଟିତ

Sunil Chandra Nayak

ଜ୍ୟୋତ୍ସ୍ନା ରାଣୀ ଦେବୀ ଙ୍କ କବିତା ଭକ୍ତିଅର୍ଘ୍ୟ

Sunil Chandra Nayak

କୋକସରା ବ୍ଲକରେ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ସଚେତନତା ଓ ମକଡ୍ରିଲ କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!