ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଫାଲଗୁନି ରଣା ଙ୍କ କବିତା ଦୁଃଖ

       ଦୁଃଖ

ଦୁଃଖ ପରେ ଦୁଃଖ ଆସୁଛି ଜୀବନେ
କେବେ ନ ଗଲା ରେ ଦୁଃଖ.
ଅର୍ଦ୍ଧ ରାହୁଗ୍ରସ୍ତ ହିଂମାଶୁ ପରାୟେ
ହୋଇଲା ରେ ଚନ୍ଦ୍ରମୁଖ…୧
ନୟନାଶ୍ରୁ ତାର ବିସ୍ତାର ଜଣାଏ
ଉଦାସୀନ ପ୍ରତିଛବି..
ଏ’ ପ୍ରତିଛବିରେ ସୁଖର ପ୍ରକାଶ
କରି କି ପାରିବ କବି…? ୨
ବିଷଣ୍ଣ ବଦନ ଦେଖି କବିବନ୍ଧୁ !
ପାରିବ କି ଗୀତେ ଲେଖି.
ମୋ ଚକ୍ଷୁ ହୋଇଛି ଅଶ୍ରୁ ପରିପୂର୍ଣ୍ଣ
ଅକ୍ଷର ନ ପାରେ ଦେଖି…୩
ହାୟ ରେ ସୁଖ ତୁ ଏଡେ ପ୍ରତାରକ
ହାତ ଠାରି ମୋତେ ଡାକୁ
ସତ୍ୟ ଧରିନେଇ ତୋ ପାଖକୁ ଧାଏଁ
ଆଲିଙ୍ଗନ କରିବାକୁ…୪
ହେଲେ ତୁହି ଅଟୁ ସରସୀ ଜଳରେ
ପତିତ ଚନ୍ଦ୍ରମା ପରା..
ଯେଡେବଡ କ‌ଉଶଳ ପାଞ୍ଛିଲେ ବି
ସହଜେ କି ଯିବୁ ଧରା..? ୫
ତୋତେ ପାଇବାକୁ ବଳିଛି ମୋ ମତି
କେଣେ ଅଛୁ ତୁହି କହ..
କାନ୍ଦି କାନ୍ଦି କରି କବିତା ଲେଖୁଛେ
ଏ’ କଷ୍ଟ ହୁଏ ଦୁଃସହ…୬
ଦୁଃଖ ତ’ ହେଇଛି ମୋ ଭାଗ୍ୟ-ଭଗାରି
ସୁଖ ଖେଳେ ଲୁଚକାଳି..
ଦ‌ଇବ ଦେଖିଣ କରେ ଉପହାସ
ବିଷଣ୍ଣତା ପିଟେ ତାଳି…୭

ଫାଲଗୁନି ରଣା

ମହୁଆଭଟା, ନୂଆପଡ଼ା

Related posts

ମସୀହା ର ସାହିତ୍ୟ ଅଗଣା ପକ୍ଷରୁ ଅନୁଷ୍ଟିତ ପ୍ରତିଯୋଗିତା ରେ ଶ୍ରେଷ୍ଟ ବିବେଚିତ କବି ଅଶୋକ କୁମାର ନାୟକ , କେନ୍ଦୁଢ଼ିପି, ନୟାଗଡ଼ ଙ୍କୁ ସୁନୀଲ ଚନ୍ଦ୍ର ନାୟକ,ସଂପାଦକ, ମସୀହା ଓ ପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀ, ସଂଯୋଜକ,ସାହିତ୍ୟ ଅଗଣା ଙ୍କ ଦ୍ଵାରା ଡିଜିଟାଲ ମାନପତ୍ର ପ୍ରଦାନ

ରାଜ୍ୟରେ ନିର୍ମାଣ ହେବ ୩୩୮ଟି ନୂଆ ଡାକ୍ତରଖାନା ଓ ସ୍ବାସ୍ଥ୍ୟ କେନ୍ଦ୍ର

Sunil Chandra Nayak

କର୍ଲାମୁଣ୍ଡାରେ ମିଶନ ଶକ୍ତିର ଋଣ ମେଳା ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!