Uncategorizedଫାଲଗୁନି ରଣା ଙ୍କ କବିତା ଦୁଃଖ by Sunil Chandra NayakSeptember 6, 20220181 Share0 ଦୁଃଖ ଦୁଃଖ ପରେ ଦୁଃଖ ଆସୁଛି ଜୀବନେ କେବେ ନ ଗଲା ରେ ଦୁଃଖ. ଅର୍ଦ୍ଧ ରାହୁଗ୍ରସ୍ତ ହିଂମାଶୁ ପରାୟେ ହୋଇଲା ରେ ଚନ୍ଦ୍ରମୁଖ…୧ ନୟନାଶ୍ରୁ ତାର ବିସ୍ତାର ଜଣାଏ ଉଦାସୀନ ପ୍ରତିଛବି.. ଏ’ ପ୍ରତିଛବିରେ ସୁଖର ପ୍ରକାଶ କରି କି ପାରିବ କବି…? ୨ ବିଷଣ୍ଣ ବଦନ ଦେଖି କବିବନ୍ଧୁ ! ପାରିବ କି ଗୀତେ ଲେଖି. ମୋ ଚକ୍ଷୁ ହୋଇଛି ଅଶ୍ରୁ ପରିପୂର୍ଣ୍ଣ ଅକ୍ଷର ନ ପାରେ ଦେଖି…୩ ହାୟ ରେ ସୁଖ ତୁ ଏଡେ ପ୍ରତାରକ ହାତ ଠାରି ମୋତେ ଡାକୁ ସତ୍ୟ ଧରିନେଇ ତୋ ପାଖକୁ ଧାଏଁ ଆଲିଙ୍ଗନ କରିବାକୁ…୪ ହେଲେ ତୁହି ଅଟୁ ସରସୀ ଜଳରେ ପତିତ ଚନ୍ଦ୍ରମା ପରା.. ଯେଡେବଡ କଉଶଳ ପାଞ୍ଛିଲେ ବି ସହଜେ କି ଯିବୁ ଧରା..? ୫ ତୋତେ ପାଇବାକୁ ବଳିଛି ମୋ ମତି କେଣେ ଅଛୁ ତୁହି କହ.. କାନ୍ଦି କାନ୍ଦି କରି କବିତା ଲେଖୁଛେ ଏ’ କଷ୍ଟ ହୁଏ ଦୁଃସହ…୬ ଦୁଃଖ ତ’ ହେଇଛି ମୋ ଭାଗ୍ୟ-ଭଗାରି ସୁଖ ଖେଳେ ଲୁଚକାଳି.. ଦଇବ ଦେଖିଣ କରେ ଉପହାସ ବିଷଣ୍ଣତା ପିଟେ ତାଳି…୭ ଫାଲଗୁନି ରଣା ମହୁଆଭଟା, ନୂଆପଡ଼ା