ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମିନତି ଦାଶ ଙ୍କ କବିତା ଶ୍ରୀ ଗଣେଶ

ଶ୍ରୀ ଗଣେଶ

ଠଣ ସୁନ୍ଦର ଠାଣି ଲୋଭା
ଇନ୍ଦୁର ପୃଷ୍ଠେ ଅଗ୍ର ଦେବା,
ଅଯୋନି ସମ୍ଭୁତ ଗଣେଶ,
ସତୀ ମାନସ ପୁତ୍ର ଈଶ.
ଗଂ ବୀଜ ମନ୍ତ୍ରେ ହୁଅ ପୂଜା,
ବିଲ୍ଵ ଦୁର୍ବା ଜବା ରେ ସଜା.
ଅଷ୍ଟସିଦ୍ଧି ଶ୍ରୀ ପ୍ରଦାୟକ,
ଅଜ୍ଞାନ ତିମିର ନାଶକ.
ହେରମ୍ବ ଅବ୍ୟଗ୍ର ବିଘ୍ନେଶ
କୋଟି ସୂର୍ଯ୍ୟ ଠୁ ସୁ ପ୍ରକାଶ.
ପିତ ଅମ୍ବରେ ଲମ୍ବୋଦର
ବକ୍ଷପୋବିତ ସର୍ପ ସାର.
ଶ୍ରୀ ଏକଦନ୍ତ ଧୃମ ଵର୍ଣ୍ଣ,
ଭାଲେ ଚନ୍ଦ୍ରମା ସୂପକର୍ଣ୍ଣ.
ରକ୍ତ ଚନ୍ଦନ ପ୍ରଲେପିତ,
ସ୍ଫଟିକ ମାଳେ ସୁଶୋଭୀତ.
ଖର୍ବ ଶରୀର ଗଜାନନ,
ଶିରେ ସିନ୍ଦୂର ଶୋଭାବନ.
ପାଶ ଅଙ୍କୁଶ ଧରି ହସ୍ତେ
ହସ୍ତ ବରଦ ଭକ୍ତାକାଶେ.
ନିଷ୍ଠା ସଂଯମ ହୃଦେ ଭକ୍ତି,
ଆଚରି ବିନାୟକ ବ୍ରତୀ,
ମିଳଇ ଖ୍ୟାତି ପଉରୁଷ
ଧନ ଜନ ଓ ବିଦ୍ୟା ଯଶ.
ଜ୍ୟେଷ୍ଠ ପାଣ୍ଡଵ କରି ବ୍ରତ
କୀର୍ତ୍ତି ରୁ କେତନ ପ୍ରଖ୍ୟାତ.
ସର୍ବ ବିଧେ ପୁଜନ୍ତି ଗଣେ 
ଭାଦ୍ରବର ଚତୁର୍ଥୀ ଦିନେ.
ଭୋ ଗଣପତି ଗଣାଦକ୍ଷ
ଅଜ୍ଞାନ ତିମିର ଵିଧ୍ଵଂଶ,
ହିଂସା ଦ୍ୱେଷ ଓ ପାପାଚାର
ଏ ଧରା ଧାମୁ କର ଦୂର.
ହେ ପୁଷ୍ପ ପ୍ରିୟ ମାତୃଭକ୍ତ!
ମଙ୍ଗଳକାରୀ ଶିବା ପୁତ୍ର!
ସ୍ଵ ଅପଘନେ ଅବତରି
ଖଳ ଦୁଃର୍ଜନେ ପରିହରି
ସୁନ୍ଦର କର ଏହି ଧରା
ଅରଜ ଅର୍ଚ୍ଚନା ବି ପୂରା 

ମିନତି ଦାଶ

ବାରିପଦା 
.

Related posts

କବିତା – ଲୁହ ର ଫଗୁଣ

Sunil Chandra Nayak

ବାଲେଶ୍ଵର – ଭ୍ରାମ୍ୟମାଣ ପାଠାଗାରର ରାଜ୍ୟ ପରିକ୍ରମା କାର୍ଯ୍ୟକ୍ରମ ଆୟୋଜିତ

Sunil Chandra Nayak

ଚନ୍ଦ୍ରକଳା ଦେବୀ ଙ୍କ କବିତା ରାମ ବନବାସ

Sunil Chandra Nayak

Leave a Comment

error: Content is protected !!