ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସଦର ପୁଲିସ କୁ ବଡ  ସଫଳତା – ସୁନା , ନଗଦ ଟଙ୍କା ସହ ମୋଟର ସାଇକେଲ ଜବତ , ୨ ବାଙ୍ଗଳା ଦେଶୀୟ ଡକାୟତ ଗିରଫ କୋର୍ଟ ଚାଲାଣ   

ଭବାନୀପାଟଣା:୬/୯- (ମନିସ):- ଦିନକୁ ଦିନ କଳାହାଣ୍ଡି ଜିଲ୍ଲାରେ ଡକାୟତି ଘଟଣା ବୃଦ୍ଧି ପାଇବାରେ ଲାଗିଛି। ସେ।ଅନୁସାରେ ପୁଲିସ ମଧ୍ୟ ସଜାଗ ରହି କେତେକାଂଶରେ ଡକାୟତି ଦଳଙ୍କୁ ଠାବ କରୁଛନ୍ତି। ଏହା ଭିତରେ  ଭବାନୀପାଟଣା ସଦର ପୁଲିସ ଏକ ବାଙ୍ଗଳାଦେଶୀୟ  ଡକାୟତି ଗ୍ଯାଙ୍ଗକୁ ଠାବ କରିଥିବା ଜଣାପଡିଛି। ପ୍ରାପ୍ତ ସୂଚନା ମୁତାବକ ଅଭିଯୋଗକାରୀ ଗତ ଦୁଇ ତାରିଖ ଦିନ ନୂଆଖାଇ ପରିପ୍ରେକ୍ଷି ରେ ଦର୍ପଣ ସାଗର ପଡ଼ା ନିବାସୀ ନିଜ ସମ୍ପର୍କୀୟ ଙ୍କ ଘର କୁ ଦିନ ୧୨ ଘଣ୍ଟା ସମୟରେ ଯାଇଥିଲେ , ଅପରାହ୍ନ ୩ ଘଣ୍ଟା ସମୟରେ ନିଜ ବାସ ସ୍ଥାନ କୁ ଫେରି ଦେଖନ୍ତି ଯେ ଘରର ତାଲା ଭାଙ୍ଗିବା ସହ ଆଲମୀରା ମଧ୍ୟ ଭଙ୍ଗା ଯାଇଛି ଏବଂ ସେଥିରେ ଥିବା  ୧୫ ଭରି ସୁନା , ନଗଦ ୩୫ ହଜାର ଟଙ୍କା ଓ ଏକ ମୋବାଇଲ୍ ଫୋନ୍ ଯାହାର ସିମ୍ ନମ୍ବର ୭୦୦୦୬୭୬୪୨୨ ଚୋରି ହୋଇଯାଉଛି। ଏ ନେଇ ସେ   ଭବାନୀପାଟଣା ସଦର ପୋଲିସ ଷ୍ଟେସନ ରେ ଏକ କେଶ୍ ୠଜୁ କରିଥିଲେ  ।ପୁଲିସ ଅଭିଯୋଗ କୁ ଭିିତ୍ତି  କରି ଅନୁସନ୍ଧାନ ଜାରି ରଖି ଶେଷରେ ଅପରାଧୀ ମାନଙ୍କ ଙ୍କୁ ଠାବ କରିବାରେ ସଫଳ ହୋଇଥିଲେ। ଡକାୟତ ଦଳଙ୍କ ଠାରୁ ଜବତ କରିଥିବା ଜିନିଷ ଗୁଡିକ ହେଲା ନେକ୍ଲେଶ ୧ , ମଙ୍ଗଲସୂତ୍ର ୧ ଟି, କାନଫୁଲ ୩ ଯୋଡା, ଆଙ୍ଗୁଠି ରିଙ୍ଗ ୨ ଟି,ଚୂଡ ୧, ଲକେଟ୍ ୩, ସୁନାଚେନ୍ ୩, ଯୁଗଳ ବଙ୍ଗଳା ମଙ୍ଗଲ ସୂତ୍ର ୨ ଟି, ଯୁଗଳ ସୁନା ବ୍ରେସଲେଟ୍ ୧, ହାତ ଘଣ୍ଟା ଗୋଟିଏ କାନ ଫୁଲ ୩ ଟି ଯୁଗଳ ରିଙ୍ଗ ୫, ନଗଦ ୧୦୦୨୫୦ ଟଙ୍କା ସହିତ ମୋବାଇଲ ୫ ଟି , ୧ ଆପେକ ମୋଟର ସାଇକେଲ    ଅଭିଯୁକ୍ତ ଙ୍କ ଠାରୁ ଜବତ୍ କରାଯାଇଛି। ଅପରାଧୀ ମାନେ ହେଲେ ମାସୁଦ ହୁସେନ ୩୫ , ମହମ୍ମଦ ମୁନା ମାଜି , ୩୨ , ଏମାନେ ହେଲେ ନୂତନ ବଜାର ,ମୂଜାଫର ନଗର , ୱାର୍ଡ ନମ୍ୱର୍ ୩ , ଦିନେଶ ପୁର , ବାଂଲାଦେଶ ବୋଲି ପ୍ରକାଶ କରିଛନ୍ତି। ଏହାକୁ ନେଇ ସଦର ଥାନା କେସ ନମ୍ୱର୍ ୩୩୭/୨୨ , ୩୩୮/୨୨ ,  ୩୪୪ /୨୨, ୩୪୬/୨୨ ରେ କେଶ୍ ରୁଜୁ କରିବା ସହ ଡକାୟତଙ୍କୁ ଗିରଫ୍ କରି କୋର୍ଟ ଚାଲାଣ କରାଯାଇଥିବା ଏସ ଡି ପୀ ଓ ଏକ ପ୍ରେସ ସମ୍ମିଳନୀ ରେ ପ୍ରକାଶ କରିଛନ୍ତି ।

କିଶନ ଶର୍ମା , ଭବାନୀ ପାଟଣା 

Related posts

ଭାସିଗଲା କଂଗ୍ର। ଓ ଦୁଖୁ ଗୁଡା ସଂଯୋଗ କାରୀ କଲଭର୍ଟ

Sunil Chandra Nayak

ମା କୁ ଦେଖିବାକୁ ଯିବାବେଳେ ଅଘଟଣ , ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହୋଇ ଦୁଇ ଗୁରୁତର

Sunil Chandra Nayak

ଘୁଡଘୁଡ଼ି ଖେଳ ବେଳେ ପୁଲିସ ଚଢ଼ାଉ ପଟିଦାର ଓ ୩ ଖେଳାଳି ଙ୍କ ସମେତ ୪ ଅଟକ 

Sunil Chandra Nayak

Leave a Comment

error: Content is protected !!