ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦୁବୁଲାବେଡାରେ ଦେଶକରମ୍ ଉତ୍ସବ ଧୁମଧାମରେ ପାଳିତ

ମୟୂରଭଞ୍ଜ-୦୭/୦୯/୨୨ -(ମସିହା)   ମୟୂରଭଞ୍ଜ ଜିଲ୍ଲାରେ ବସବାସ କରୁଥିବା କୁଡୁମୀ ସଂପ୍ରଦାୟର ଅନନ୍ୟ ପର୍ବ କରମ ପୂଜା ବା କରମ ଉତ୍ସବ ରାଇରଙ୍ଗପୁର ଦୁବୁଲାବେଡା ଗାଁରେ ଆନନ୍ଦ ଉଲ୍ଲାସର ସହ ପାଳିତ ହୋଇଯାଇଛି ।, ଏହି କରମ ପରବ ୭ ଦିନ ଧରି ରିତିନୀତି ଅନୁସାରେ ସମାପନ ହୋଇଯାଇଛି । ଆସନ୍ନୁ ଜାଣିବା କରମ ପୂଜା ବା କରମ ଉତ୍ସବ କଣ ? ଏହି କରମ ପୂଜା ଭାଦ୍ରବ ମାସ ର ଶୁକ୍ଳପକ୍ଷ ଏକାଦଶୀ ତିଥିରେ କରମ ଉତ୍ସବ ପାଳିତ ହୋଇଥାଏ । କରମ ପୂଜା ବିଶେଷଭାବରେ ୭୵୫୵୩୵ ଦିନ ପୂର୍ବରୁ ଜାୱା ଉଠାନ କର୍ମ ବିଧି ରହିଛି । କରମ୍ ପୂଜା ପ୍ରାରମ୍ଭରେ ଏହି ଜାୱାକୁ କୁଆଁରୀ ଝିଅ ମାନଙ୍କ ଦ୍ବାରା ନଦୀ , ପୋଖରୀ, ଜଳାଶୟ ସ୍ଥାନରୁ ନୀତି ନୀୟମ ବିଧି ଅନୁସାରେ ମାଦଳର ତାଳେ ତାଳେ ଜାୱା ଉଠାନ କର୍ମ କରାଯାଇଥାଏ , ଜାୱା ଉଠାନ କର୍ମରେ କୁଆଁରୀ କନ୍ଯା ମାନେ ଜଳାଶୟରୁ ବାଲି ଧାନ କ୍ଷେତରୁ ଧାନ, ଏହି ଭଳି ସାତ ପ୍ରକାରର ଶସ୍ଯକୁ ସଂଗ୍ରହ କରି ନୂତନ ପାଳ ବା ଟୋକେଇରେ ଗଛିତ କରି ରଖନ୍ତି , ଏହା ସାତ ପ୍ରକାରର ଶସ୍ଯ ମଞ୍ଜି କୁ ବପନ କରି ଅଙ୍କୋରଦଗମ କରାଉଥିବା ପଦ୍ଧତ କୁ ଜାୱା କୁହାଯାଏ । ଜାୱା ଉଠାଇବା ଦିନଠାରୁ କରମ ପୂଜା ଦିନ ପର୍ଯ୍ୟନ୍ତ କୁଆଁରୀ କର୍ମତୀ କନ୍ଯା ମାନେ ୧୧ ଗୋଟି ବିଧି ପାଳନ କରିଥାନ୍ତି । ଯାହା ଦ୍ବାରାକି ଭବିଷ୍ୟତରେ ମାତୃତ୍ବ ର ଶିକ୍ଷା ଲାଭ କରିଥାନ୍ତି । କରମ ଏକାଦଶୀ ଦିନ ବିଧି ମୁତାବକ ଦେହୁରୀଙ୍କ ଆଦେଶରେ କରମ ଗଛ ମୂଳେ କରମ ଦେବତାଙ୍କୁ ଉପାସନା କରି କରମ୍ ଗଛରୂ ୨ଟି କରମ ଡାଳକୁ କାଟି ଆଖଡାରେ ସ୍ଥାପନ କରାଯାଇଥାଏ । କରମ ଡାଳ ସ୍ଥାପନ ପରେ କୂମାରୀ କର୍ମତୀ ମାନେ ଜାୱା ଡାଲାକୁ ରଖିଥାନ୍ତି , ଦେହୁରୀ ନିର୍ଦ୍ଦେଶରେ ପୃଜାବିଧି ଆରମ୍ବ ହୋଇଥାଏ । ପୂଜା ସମାପନ ପରେ ବିଧି ମୁତାବକ କରମୁ ଓ ଧର୍ମୁ ଦୁଇ ଭାଇ ଙ୍କ କାହାଣୀ କରମ ଆଖଡାରେ ବଖାଣ କରାଯାଏ । ଦେହୁରୀ ଙ୍କ କାହାଣୀ ବଖାଣ ସରିବା ପରେ ପୂଜା ସମାପନ ହୋଇଥାଏ । ସମାପନ ପରେ ଆଖଡାରେ ପ୍ରସାଦ ହୋଇଥାଏ ତାହାକୁ ସମସ୍ତେ ଗ୍ରହଣ କରିଥାନ୍ତି । ପ୍ରସାଦ ସେବନ ପରେ ମାଦଳର ତାଳେ ତାଳେ କରମ ଗୀତ ଗାଇ ପୁରୁଷ ମହିଳା ମାନେ ହାତ ଧରାଧରୀ ହୋଇ କରମ ନୃତ୍ଯରେ ରାତିସାରା ମଜିଥାନ୍ତି ।ଦୁବୁଲାବେଡା ମଣ୍ଡପରେ କୁଡୁମି ସମାଜର ଦେଶ ଅରମ ପୂଜା ରୀତିନୀତି ସହ ସଂପନ୍ନ ପରେ ପ୍ରସାଦ ସେବନ ହୋଇଥିଲା । ରାତିସାରା ଆବାଳବୃଦ୍ଧବନିତା ହାତକୁ ହାତ ଛନ୍ଦି କୁଡୁମାଲି ଗୀତ ଗାଇ ନୃତଗୀତରେ ସଜ୍ଜିତ ରହିଥିଲେ ।ଏହା ଏକ କୃଷିଭିତ୍ତିକ ପର୍ବ । ଏହି କରମ ପୂଜା କରିବା ଦ୍ବାରା କୁଡୁମୀ ସଂପ୍ରଦାୟର ସୁଖଃ ଶାନ୍ତି ଫେରି ଆସେ ଓ ସ୍ବାସ୍ଥ୍ଯ ହେଉକି ଶସ୍ଯ ହେଉ ଘରେ ଘରେ ଶସ୍ଯଶ୍ଯାମଳରେ ପରିପୂର୍ଣ ହୁଏ ଧନଧାନ୍ୟରେ ପରିପୂରଣ ହୋଇଥାଏ ବୋଲି କୁଡୁମୀ ସଂପ୍ରଦାୟର ଲୋକଙ୍କ ମଧ୍ଯରେ ବିଶ୍ବାସ ରହିଛି । କାର୍ଯ୍ଯକ୍ରମକୁ ପରିଚାଳନ କରିଥିଲେ ସଭାପତି ନିରଞ୍ଜନ ମହାନ୍ତ ଉପ-ସଭାପତି ମନମୋହନ ମହାନ୍ତ , ଜଗବନ୍ଧୁ ମହାନ୍ତ , କାର୍ଯ୍ଯକାରୀ ସଭାପତି ଜନ୍ମଜୟ ମହାନ୍ତ , ସମ୍ପାଦକ ବନମାଳୀ ମହାନ୍ତ , ସହ- ସମ୍ପାଦକ ଆଶିଷ ମହାନ୍ତ , କୋଷାଧ୍ୟକ୍ଷ -,ହରମୋହନ ମହାନ୍ତ ଓ ରାଜ ମନମୋହନ ମହାନ୍ତ, ସଂଯୋଜକ – ନିର୍ମଳ ମହାନ୍ତ ,ଉପଦେଷ୍ଟା – ଉପେନ୍ଦ୍ର ମହାନ୍ତ , ଭାଗବତ ମହାନ୍ତ , ପରେଶ ମହାନ୍ତ , ରାମେଶ୍ବର ମହାନ୍ତ , ଟିକାୟାତ୍ ମହାନ୍ତ , ପରମେଶ୍ବର ମହାନ୍ତ ପ୍ରମୁଖ ଉପସ୍ଥିତ ରହି ଦେଶକରମ ବାମନଘାଟୀ କମିଟିର କର୍ମକର୍ତ୍ତା ରହି କାର୍ଯ୍ୟକ୍ରମକୁ ପରିଚାଳନ କରିଥିଲେ ।

ମୟୂରଭଞ୍ଜ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ରାୟଗଡ଼ – କେନ୍ଦ୍ରମନ୍ତ୍ରୀ ମାନନୀୟ ଶ୍ରୀ ସୋମ ପ୍ରକାଶଙ୍କ ଗସ୍ତ

Sunil Chandra Nayak

ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଠାରେ ମାତୃପିତୃ ସମ୍ମିଳନୀ

Sunil Chandra Nayak

ଖଣ୍ଡିଆଗୁଡା ଗ୍ରାମରେ 13 ଦିନରେ 6 ଜଣ ଙ୍କ ମୃତ୍ୟୁ : ଗ୍ରାମରେ ଚିନ୍ତାର ମହୋଲ ,ଚିକତ୍ସା ର ଅଭାବ ନା ମଦ୍ୟପାନ ଜନିତ ତଦନ୍ତ ନହେଲେ ଅନ୍ଧ ବିଶ୍ୱାସରେ ପେଶୀ ହେବେ ଗ୍ରାମବାସୀ

Sunil Chandra Nayak

Leave a Comment

error: Content is protected !!