ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଲାଞ୍ଜିଗଡ ବ୍ଲକ ଗସ୍ତରେ ଜଳଶକ୍ତି ଅଭିଯାନର ନୋଡାଲ ଅଫିସର , ସାମିଲ ହେଲା ଜିଲ୍ଲା ଓ ବ୍ଲକ ପ୍ରଶାସନ

ଲାଞ୍ଜିଗଡ,(ମ.ନି.ସ)-  କେନ୍ଦ୍ର ସରକାର ଯୋଜନା ଆୟୋଗର ନାମ ପରିବର୍ତ୍ତନ କରି ନୀତିଆୟୋଗ ଭାବେ ଏହାକୁ ନାମିତ କରିବା ସହିତ ଏହାଦ୍ୱାରା ଦେଶର ବିଭିନ୍ନ ଅଞ୍ଚଳରେ ବିକାଶମୂଳକ କାର୍ଯ୍ୟ ଓ ଏହାର ତଦାରଖ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଛନ୍ତି । ଏହିକ୍ରମରେ କେନ୍ଦ୍ର ଜଳଶକ୍ତି ଅଭିଯାନର ନୋଡାଲ ଅଫିସର ତଥା ନୀତି ଆୟୋଗର ବିଶେଷଜ୍ଞ ସଦସ୍ୟ ସଞ୍ଜୀବ କୁମାର ମିଶ୍ର କଳାହାଣ୍ଡି ଗସ୍ତରେ ଆସିଥିବାବେଳେ ଆଜି ଜିଲ୍ଲାର ଲାଞ୍ଜିଗଡ ବ୍ଲକକୁ ଦିନିକିଆ ଗସ୍ତ କରିବା ସହିତ ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କରିଛନ୍ତି । ଆଜି ଶ୍ରୀ ମିଶ୍ର ଭବାନୀପାଟଣାରୁ ବାହାରି ଲାଞ୍ଜିଗଡରୋଡ ଗ୍ରାମପଞ୍ଚାୟତର କିଡିଙ୍ଗଠାରେ କ୍ଷୁଦ୍ର ଜଳସେଚନ ବିଭାଗ ଦ୍ୱାରା କାର୍ଯ୍ୟକାରୀ ହୋଇଥିବା ପ୍ରକଳ୍ପ ପରିଦର୍ଶନ କରିବା ସହିତ ପ୍ରକଳ୍ପର ଅବସ୍ଥିତି ଦେଖି ଏହାର ସୌନ୍ଦର୍ଯ୍ୟକରଣ ପାଇଁ ପରାମର୍ଶ ଦେଇଥିଲେ । ଏହି ସମୟରେ ଲାଞ୍ଜିଗଡ ବ୍ଲକ ପ୍ରଶାସନ ତରଫରୁ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର, ଏବିଡିଓ ବିଭୁତିଭୂଷଣ ଶତପଥି, ଲାଞ୍ଜିଗଡରୋଡ ସରପଞ୍ଚ ସୁଶ୍ରୀ ମମତା ଶବର, ସମିତିସଦସ୍ୟା ମୁକ୍ତା ଭୋଇ ପ୍ରମୁଖ ତାଙ୍କୁ ସ୍ୱାଗତ କରିବା ସହିତ ପ୍ରକଳ୍ପ ଅଞ୍ଚଳ ବୁଲାଇ ଦେଖାଇଥିଲେ । ଏହାପରେ ଶ୍ରୀ ମିଶ୍ର ବିଶ୍ୱନାଥପୁରସ୍ଥିତ ଗୋପବନ୍ଧୁ ହାଇସ୍କୁଲ ପରିଦର୍ଶନ କରିବା ସହିତ ଫାଇଭ-ଟି ରୂପାନ୍ତରଣ କାର୍ଯ୍ୟକ୍ରମ ହୋଇଥିବା କାର୍ଯ୍ୟର ନିରୀକ୍ଷଣ କରିଥିଲେ । ସେଠାରୁ ବିଶ୍ୱନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରି ସ୍ୱାସ୍ଥ୍ୟକେନ୍ଦ୍ରରେ ଉପଲବ୍ଧ ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟସେବା ଓ ଆନୁସଙ୍ଗିକ ଭିତ୍ତିଭୂମି ସଂପର୍କରେ ଅନୁଧ୍ୟାନ କରିଥିଲେ । ବିଶ୍ୱନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ମେଡିକାଲ ଅଫିସର ଡା. ନିହାର ରଞ୍ଜନ ସାହୁ, ବିପିଏମ୍ ସୁରଜିତ ସିଂ କୁମାର, ଜନସ୍ୱାସ୍ଥ୍ୟ ଅଧିକାରୀ ଦିବାକର ପ୍ରଧାନ ପ୍ରମୁଖ ସ୍ୱାଗତ କରିଥିଲେ । ସେଠାରୁ ଶ୍ରୀ ମିଶ୍ର ଧଅଁରାଭଟା ଏକଲବ୍ୟ ମଡେଲ ସ୍କୁଲ ପରିଦର୍ଶନ କରି ହରିହରପୁର ଅଭିମୁଖେ ବାହାରିଥିଲେ । ସେଠାରୁ ସାପୁଲକୁଚା ଗାଁକୁ ଯାଇ ସେଠାରେ ନିର୍ମିତ ଅମୃତ ସରୋବର କାର୍ଯ୍ୟର ତଦାରଖ କରିଥିଲେ । ଏହାପରେ ଶ୍ରୀ ମିଶ୍ର ଚମ୍ପାଦେଇପୁର ଗ୍ରାମପଞ୍ଚାୟତର ଯୋଡାବନ୍ଧ ଗାଁର ଅଙ୍ଗନବାଡି କେନ୍ଦ୍ର ଓ ସେଠାରୁ ବାହାରି ଟାଙ୍ଗନକନାଠାରେ କୁଟିଆ କନ୍ଧ ଉନ୍ନୟନ ସଂସ୍ଥା ଦ୍ୱାରା ଚାଲିଥିବା ଏକାଧିକ ପ୍ରକଳ୍ପ ସଂପର୍କରେ ଅନୁଧ୍ୟାନ କରିଥିଲେ । ସେହିପରି ଲାଞ୍ଜିଗଡ ଦେଇ ବେଦାନ୍ତ ଲିମିଟେଡ ଦ୍ୱାରା ନିର୍ମିତ ବିସ୍ଥାପିତ କଲୋନୀ ପରିଦର୍ଶନରେ ଯାଇଥିଲେ । ଏହାପରେ ମିଶନ ଶକ୍ତି ଓ କୁଟିଆ କନ୍ଧ ଉନ୍ନୟନ ସଂସ୍ଥାର ଅନୁଦାନ ତଥା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ପରିଚାଳିତ ମିଶନଶକ୍ତି କାଫେ ପରିଦର୍ଶନ କରିବା ସହିତ ସେଠାରେ ମଧ୍ୟାହ୍ନଭୋଜନ ଗ୍ରହଣ କରିଥିଲେ । ଆଜି ଶ୍ରୀ ମିଶ୍ରଙ୍କ ସହିତ କଳାହାଣ୍ଡି ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀ, ଭବାନୀପାଟଣା ଉପ ଜିଲ୍ଲାପାଳ ଡ. ବିଶ୍ୱଜିତ ଦାସଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀମାନେ ଏହି ଗସ୍ତ କାର୍ଯ୍ୟକ୍ରମରେ ସାମିଲ ଥିଲେ । ସେହିପରି ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର, ଏବିଡିଓ ବିଭୁତିଭୂଷଣ ଶତପଥି, ଲାଞ୍ଜିଗଡ ରୋଡ ସରପଞ୍ଚ ସୁଶ୍ରୀ ମମତା ଶବର, ବିଶ୍ୱନାଥପୁର ସରପଞ୍ଚ ସୁରଥ ମାଝୀ, ସମିତିସଦସ୍ୟ ଅଜିତ ପ୍ରଧାନୀ, ଚମ୍ପାଦେଇପୁର ସରପଞ୍ଚ ନରେନ୍ଦ୍ର ମାଝୀ, ଲାଞ୍ଜିଗଡ ସରପଞ୍ଚ ସରସ୍ୱତୀ ମୁଣ୍ଡାଙ୍କ ସମେତ ଲାଞ୍ଜିଗଡ ବ୍ଲକ ପ୍ରଶାସନର ସମସ୍ତ ଅଧିକାରୀ ଓ କର୍ମଚାରୀ, ପଞ୍ଚାୟତ କର୍ତ୍ତୃପକ୍ଷ ପ୍ରମୁଖ ଉପସ୍ଥିତ ଥିଲେ ।

ଲାଞ୍ଜିଗଡରୁ ସୁଶୀଲ କୁମାର ବାଗଙ୍କ ରିପୋର୍ଟ୍‌

Related posts

ସଂସ୍କୃତି ଓ ସମର୍ପଣର ପର୍ବ ନୂଆଖାଇ :ଏହି ପର୍ବର ଐତିହ

Sunil Chandra Nayak

ଓଡ଼ିଆ ଭାଷା ବିକାଶ ମଞ୍ଚ ଦ୍ବାରା ଲେଲିନ ଜୟନ୍ତୀ ପାଳିତ

Sunil Chandra Nayak

ତେନ୍ତୁଳିଖୁଣ୍ଟି ରେ ଖସିଲେ କୋଷାଗୂମୁଡ଼ା ରେ ଫସିଲେ, ବିଡ଼ିଓ ଅକ୍ଷମିତା କାର୍ତ୍ତିକ ?

Sunil Chandra Nayak

Leave a Comment

error: Content is protected !!