ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜ୍ଞାନ ବିଜ୍ଞାନ ମେଳାରେ ଚମକିଲେ ପାପଡାହାଣ୍ଡିର ଛାତ୍ର ଛାତ୍ରୀ

ପାପଡାହାଣ୍ଡି,8/9, ମନିସ – କୋରାପୁଟ ଜିଲ୍ଲା ଜୟପୁରର ସାରଦା ବିହାର ଠାରେ ଚାଲିଥିବା ବିଭାଗ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା କାର୍ଯ୍ୟକ୍ରମରେ ଚମକିଛନ୍ତି ପାପଡାହାଣ୍ଡି ସରସ୍ବତୀ ଶିଶୁ ମନ୍ଦିରର ଛାତ୍ରୀ ଛାତ୍ର | ସଂସ୍କୃତି ଜ୍ଞାନ ପ୍ରଶ୍ନ ମଞ୍ଚରେ ପାପଡାହାଣ୍ଡି ସରସ୍ବତୀ ଶିଶୁ ମନ୍ଦିରର ସୁଭାଶିଷ ପଟନାୟକ, ତପସ୍ୱିନୀ ଭତରା ଓ ଅନ୍ବେସା ବିଶୋଇ ଭାଗ ନେଇ ପ୍ରଥମ ସ୍ଥାନ ଅଧିକାର କରି ବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି | ସମସ୍ତଙ୍କୁ ପଛରେ ପକାଇ ପ୍ରଶ୍ନ ଗୁଡିକର ଉତ୍ତର ଦେଇଥିଲେ | ଏହି କାର୍ଯ୍ୟକ୍ରମରେ ଅଭିବକ୍ତ କୋରାପୁଟ ଜିଲ୍ଲାର ଶିଶୁ ମନ୍ଦିରର ଛାତ୍ରୀ ଛାତ୍ର ମାନେ ଭାଗ ନେଇଥିଲେ | ସମ୍ଭାଗ ସ୍ତରରେ ଭାଗ ନେବାକୁ ଏହି ତିନି ଜଣ ଶୁକ୍ରବାର ଜୟପାଟଣା ଯିବେ | ବିଦ୍ୟାଳୟର ନାମ ରଖିଥିବାରୁ ପ୍ରଧାନ ଆଚାର୍ଯ୍ୟ ପୂର୍ଣ୍ଣ ଚନ୍ଦ୍ର ଗୁଆ ଓ ଗୁରୁମା ଏବଂ ଗୁରୁଜୀ ମାନେ ଖୁସି ବ୍ୟକ୍ତ କରିଛନ୍ତି | ଛାତ୍ର ଛାତ୍ରୀଙ୍କ ଗାଇଡ଼ ଶିକ୍ଷକ ଭାବେ ବନବାସୀ ସ୍ୱାଇଁ ଓ ମନୋଜ ନାୟକ ଯାଇଛନ୍ତି |

ପାପଡାହାଣ୍ଡି ରୁ ସ୍ବପ୍ନଜିତ ପଟନାୟକ ଙ୍କ ରିପୋର୍ଟ 

Related posts

ସତ୍ୟରଞ୍ଜନ ସ୍ୱାଇଁ ଙ୍କ କବିତା ଆଖି ନାହଁ କାନ ନାହଁ 

Sunil Chandra Nayak

ଜିଲ୍ଲାପାଳ ପି. ଅନ୍ଵେଷା ରେଡ଼ିଙ୍କ ଗୋଲାମୁଣ୍ଡା ବ୍ଲକ ଅଂଚଳ ପରିଦର୍ଶନ

Sunil Chandra Nayak

କବିତା  ସାହୁ ଙ୍କ କବିତା କାଶତଣ୍ଡୀ

Sunil Chandra Nayak

Leave a Comment

error: Content is protected !!