ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାସ୍ତାରେ ମୃତାବସ୍ଥାରେ ପଡ଼ିଥିବା କୁକୁରର ଶବ ସତ୍କାର କଲେ ଯୁବ ସମାଜସେବୀ ସୁରେନ୍ଦ୍ର ମୁଣ୍ଡା

ମୟୂରଭଞ୍ଜ -୦୮/୦୯/୨୨(ମସିହା) ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର -ବିଶୋଇ ରାସ୍ତା କରଞ୍ଜେଇଠାରେ ୩ ଦିନ ତଳେ ଅଜଣା ଗାଡ଼ି ଧକ୍କାରେ ଏକ କୁକୁରର ମୃତ୍ୟୁ ହୋଇଥିଲା । ରାସ୍ତାରେ ପଡ଼ିଥିବା ଯୋଗୁଁ ଅତ୍ୟନ୍ତ ଦୁର୍ଗନ୍ଧ ହେଉଥିଲା ।ଯିବା ଆସିବା କଷ୍ଟକର ହୋଇ ପଡ଼ୁଥିଲା ।ରାସ୍ତାରେ ଯାଉଥିବା ଲୋକେ ନାକରେ ରୁମାଲ ଦେଇ ଆଡ ହୋଇ ଚାଲି ଯାଉଥିଲେ ।ଖବର ପାଇ ରାମଦୋଳି ୟୋଥ ପାଓ୍ବାର ଆସୋସିଏସନ୍ ପ୍ରତିଷ୍ଠାତା ସଦସ୍ୟ ତଥା ଯୁବ ସମାଜସେବୀ ସୁରେନ୍ଦ୍ର ମୁଣ୍ଡା ଘଟଣାସ୍ଥଳରେ ପହଞ୍ଚି ରାସ୍ତାର ପଚା ଷଢା କୁକୁରର ଶବକୁ ଉଠାଇ ରାସ୍ତାର କିଛି ଦୂରରେ ଗାତ ଖୋଳି କୁକୁରର ଶବ ସତ୍କାର କରିଥିଲେ ।ତାଙ୍କର ଏହି ସେବା ମନୋବୃତିକୁ ଚାରିଆଡକୁ ପ୍ରଶଂସାର ସୁଅ ଛୁଟୁଛି ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

ଚାଷୀଙ୍କ ପାଇଁ ବିଧାନସଭାରେ ଗର୍ଜିଲେ ଅଧିରାଜ

Sunil Chandra Nayak

ଗବେଷକ ଡକ୍ଟର ଅଜିତ ବେହେରାଙ୍କୁ ମୁନିଗୁଡ଼ା ସାହିତ୍ୟ ସମ୍ମାନ

Sunil Chandra Nayak

Leave a Comment

error: Content is protected !!