ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ଜୀବନର ମାନେ କଣ?

ଜୀବନର ମାନେ କଣ?

ଉପେନ୍ଦ୍ର କୁମାର ବସ୍ତିଆ

ଅନେକ ଥର ପ୍ରଶ୍ନ ଆସେ ମନକୁ
ଜୀବନର ମାନେ କଣ ?
ଯାତନା ,ଲାଞ୍ଛନା,ନିର୍ଯାତନା ନା
ଅସୀମ ସୁଖର ସୁଲୋଚନା ?
ଜୀବନ କଣ ବିରହ ବେଦନା ନା
ସୀମାହିନ ମିଳନର ସମାଲୋଚନା ?
 
ଜୀବନ କଣ ?
ଲାଭ ଆଉ ଭୋଗର ଲାଳସା ?ନା
ସଜ୍ଞାବାହି ତ୍ୟାଗର ପରସା ?
ଜୀବନ କଣ ମିଥ୍ୟା ଓ ପ୍ରତାରକ?
ନା ସମ୍ପୂର୍ଣ୍ଣ ପ୍ରୀତିଭରା ମହକ ?
ଜୀବନ •••
ଆନନ୍ଦ ଅଟେ ଲୁହ ନୁହେଁ
ଜୀବନ •••
ସତ୍ୟ ଅଟେ ପ୍ରତାରଣା ନୁହଁ,
ଜୀବନ •••
ତ୍ୟାଗ ଅଟେ ଭୋଗ ନୁହେଁ ।
କେବଳ ମିଳନ ହିଁ ମିଳନ
ବିରହ ନୁହେଁ ।ସଂଜ୍ଞା ବାହି ପ୍ରାଣୀର
ପ୍ରତୀକ ହିଁ ଜୀବନ ଅଟେ ।

ରାଉରକେଲା

Related posts

ଜିଲ୍ଲାପରିଷଦ ନିର୍ବାଚନ,ପୋଛି ନେଲା ବିଜେଡ଼ି

Sunil Chandra Nayak

ଦୁର୍ନୀତି ନିବାରଣ ସପ୍ତାହ ଅବସରରେ ପ୍ରେସକ୍ଳବ ଠାରେ ଦୁର୍ନୀତି ପ୍ରଗତି ପ୍ରତିବନ୍ଧକ ଆଲୋଚନା ଚକ୍ର ଅନୁଷ୍ଠିତ

Sunil Chandra Nayak

ଅପର୍ତ୍ତି ସେଠୀ ଙ୍କ କବିତା ତୁ ଛଲା‌ କୁକୁର ମୁଁ ବୁଲା ମାଙ୍କଡ

Leave a Comment

error: Content is protected !!