ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ଜୀବନର ମାନେ କଣ?

ଜୀବନର ମାନେ କଣ?

ଉପେନ୍ଦ୍ର କୁମାର ବସ୍ତିଆ

ଅନେକ ଥର ପ୍ରଶ୍ନ ଆସେ ମନକୁ
ଜୀବନର ମାନେ କଣ ?
ଯାତନା ,ଲାଞ୍ଛନା,ନିର୍ଯାତନା ନା
ଅସୀମ ସୁଖର ସୁଲୋଚନା ?
ଜୀବନ କଣ ବିରହ ବେଦନା ନା
ସୀମାହିନ ମିଳନର ସମାଲୋଚନା ?
 
ଜୀବନ କଣ ?
ଲାଭ ଆଉ ଭୋଗର ଲାଳସା ?ନା
ସଜ୍ଞାବାହି ତ୍ୟାଗର ପରସା ?
ଜୀବନ କଣ ମିଥ୍ୟା ଓ ପ୍ରତାରକ?
ନା ସମ୍ପୂର୍ଣ୍ଣ ପ୍ରୀତିଭରା ମହକ ?
ଜୀବନ •••
ଆନନ୍ଦ ଅଟେ ଲୁହ ନୁହେଁ
ଜୀବନ •••
ସତ୍ୟ ଅଟେ ପ୍ରତାରଣା ନୁହଁ,
ଜୀବନ •••
ତ୍ୟାଗ ଅଟେ ଭୋଗ ନୁହେଁ ।
କେବଳ ମିଳନ ହିଁ ମିଳନ
ବିରହ ନୁହେଁ ।ସଂଜ୍ଞା ବାହି ପ୍ରାଣୀର
ପ୍ରତୀକ ହିଁ ଜୀବନ ଅଟେ ।

ରାଉରକେଲା

Related posts

ଦାୟିତ୍ୱ ଗ୍ରହଣ କଲେ ଗଗନଧୂଳି ସେବା ସମବାୟ ସମିତି ସଭାପତି

Sunil Chandra Nayak

ବହଳଦା କଲେଜ କର୍ମଚାରୀଙ୍କ ଘରେ କଳାକନା ବୁଲାଇଲେ ଚୋର

Sunil Chandra Nayak

ଚିତ୍ତ ରଂଜନ ନନ୍ଦ ଙ୍କ କବିତା ବୈପ୍ଳବିକ ସ୍ରୋତେ ଚାଲିବା

Sunil Chandra Nayak

Leave a Comment

error: Content is protected !!