ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ତୁମେ ସମସ୍ୟାର କାରଣ ହୁଅ ନାହିଁ, ସମାଧାନର ପଥଟିଏ ହୁଅ

 ବ୍ୟୁରୋ _ ତା ୦୮.୦୯.୨୨ ରିଖ –  ସାହିତ୍ୟିକ କବି ବନ୍ଧୁ ପରିବାରର,ବାଲେଶ୍ଵର, ଓଡିଶା ତରଫରୁ ଗୀତାମୃତ ପଠନ ଶ୍ରବଣ କାର୍ଯ୍ୟକ୍ରମ ତା ୦୮.୦୯.୨୨ ରିଖ ଗୁରୁବାର ସନ୍ଧ୍ୟା ୭.୦୦ ଘଟିକା ସମୟରେ  ବାଲେଶ୍ବର ଜିଲ୍ଲାର ଅତି ପରିଚିତ ସାହିତ୍ୟ ଅନୁଷ୍ଠାନ “ସାହିତ୍ୟିକ କବି ବନ୍ଧୁ ପରିବାର”ର ସଭାପତି ଶ୍ରୀଯୁକ୍ତ ଦେବେନ୍ଦ୍ର କୁମାର ନାଏକଙ୍କର ସଭାପତିତ୍ୱରେ , ମୁମ୍ବାଇରୁ ଅଧ୍ୟାପିକା ଶ୍ରୀମତୀ ସ୍ନେହ ମିଶ୍ରଙ୍କର ପୌରହିତ୍ୟରେ ଆଭାସୀ ମାଧ୍ୟମରେ ଗୀତାମୃତ ଭଳି ପବିତ୍ର ସତସଙ୍ଗ ଅନୁଷ୍ଠିତ ହୋଇଯାଇଛି ।ପ୍ରାରମ୍ଭରେ ଡକ୍ଟର ପ୍ରିୟମ୍ବଦା ସାମଲ ଓମକାର ନାଦଧ୍ବନି,ପ୍ରଣତି ମହାପାତ୍ର ସମସ୍ତଙ୍କୁ ସୁସ୍ଵାଗତ ଜଣାଇବା ସହ ଶୁଭେଚ୍ଛା ଓ ଅତିଥି ପରିଚୟ ରଖିଥିଲେ ।  ମୁଖ୍ୟ ଅତିଥି ତଥା ବିଶିଷ୍ଟ ଆଲୋଚକ ପଣ୍ଡିତ ଶ୍ରୀଯୁକ୍ତ ପ୍ରଦୀପ୍ତ କୁମାର ମିଶ୍ର,ବାଲେଶ୍ବର ମହାଭାଗଙ୍କର ଅଷ୍ଟମ ଅଧ୍ୟାୟ ଅକ୍ଷର ବ୍ରହ୍ମ ଯୋଗର ଦଶଟି ଶ୍ଲୋକର ଦୀକ୍ଷାନ୍ତ ଆଲୋଚନା, ଉଦାହରଣ ମାଧ୍ୟମରେ ତଥା ବକ୍ତବ୍ୟରେ ସମସ୍ତେ ମନ୍ତ୍ରମୁଗ୍ଧ ହୋଇ ଶ୍ରବଣ କରି ପ୍ରୀତ ହୋଇଥିଲେ । ହେ ଅର୍ଜୁନ ! ଯିଏ ଯୋଗୀ,ଅଭ୍ୟାସ ଯୋଗରେ ଯୁକ୍ତ ହୋଇ ଏକାଗ୍ର ମନରେ ଦିବ୍ୟ ପରମ ପୁରୁଷଙ୍କୁ ଧ୍ୟାନ କରି ପ୍ରାପ୍ତ ହୁଅନ୍ତି । ଚାପରେ ଥିଲେ ବି ସଂଯମୀ ପଥଚ୍ୟୁତ ନ ହେଉ । ସତ୍ୟ ହେଉଛି ସରଳ, ବୁଝାଇ ବସିଲେ ଜଟିଳ ହୋଇଯାଏ । ଯିଏ ନିଜକୁ ଠିକ ଭାବରେ ସ୍ବାଧ୍ୟାୟ କରେ, ସେ ହିଁ ପ୍ରକୃତ ମଣିଷ ।ରାମାୟଣ, ବେଦ ଉପନିଷଦ, ମହାଭାରତ ଭଳି ଅନେକ ପ୍ରସଙ୍ଗ ଭିତ୍ତିକ କଥା ଉପରେ ପ୍ରାଞ୍ଜଳ ଭାବରେ ଅନେକ ତତ୍ତ୍ବପୂର୍ଣ୍ଣ ଓ ତଥ୍ୟଭିତ୍ତିକ ପ୍ରସଙ୍ଗ ଉତ୍ଥାପନ କରିଥିଲେ ପଣ୍ଡିତ ଶ୍ରୀଯୁକ୍ତ ପ୍ରଦୀପ୍ତ ମିଶ୍ର ମହାଭାଗ ।ଶ୍ରୀଯୁକ୍ତ ପ୍ରଦୀପ୍ତ କୁମାର ମିଶ୍ରଙ୍କର ବକ୍ତବ୍ୟ ସରଳ,ସାବଲୀଳ, ଅତି ଉପାଦେୟ ତଥା ଉଚ୍ଚକୋଟୀର ବୋଲି ଉପସ୍ଥିତ ଶ୍ରଦ୍ଧାଳୁ ତଥା ସତସଙ୍ଗୀ ବନ୍ଧୁମାନେ ଭକ୍ତି ଗଦଗଦ ହୋଇ ମନ୍ତବ୍ୟ ଦେଇଥିଲେ । ଉକ୍ତ ସତସଙ୍ଗ କାର୍ଯ୍ୟକ୍ରମରେ ବିଭିନ୍ନ ସ୍ଥାନରୁ ୫୦ ରୁ ଉର୍ଦ୍ଧ୍ବ ସତସଙ୍ଗୀ ଗୀତା ପ୍ରେମୀ ଯୋଗ ଦେଇ ଏ ମହତ୍ ବାଣୀ ସାହିତ୍ୟିକ କବି ବନ୍ଧୁ ପରିବାରର ଏ କାର୍ଯ୍ୟକ୍ରମ ମାଧ୍ୟମରେ ଶ୍ରବଣ କରି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ ।ଶେଷରେ ସଭାପତିଙ୍କ ଅନୁମୋଦନ କ୍ରମେ ରୀତା ଅପରାଜିତା ମହାନ୍ତି ମହୋଦୟା ଧନ୍ୟବାଦ ଓ ଶ୍ରୀଯୁକ୍ତ ରତିନାରାୟଣ ରାଉତ ଶାନ୍ତିପାଠ କରିବା ସହ ଗୀତାମୃତ କାର୍ଯ୍ୟକ୍ରମ ସାଙ୍ଗ କରିଥିଲେ ।

ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀଙ୍କ ରିପୋର୍ଟ୍

Related posts

ପଞ୍ଚାୟତକୁ ଯିବାକୁ ରାସ୍ତା ସାଜୁଛି ସାଜୁଛି ବାଧକ

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ ଜଣାଣ

ପାଞ୍ଚ ଗୋଟି ବାଲ୍ୟ ବିବାହ ଅଟକାଇଲା ଚାଇଲ୍ଡଲାଇନ ଓ ସମନିତ ଶିଶୁ ବିକାଶ ପ୍ରକଳ୍ପ

Sunil Chandra Nayak

Leave a Comment

error: Content is protected !!