ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କିସ୍ ଶିକ୍ଷାନୁଷ୍ଠାନକୁ ଜାତିସଂଘର ସର୍ବଶ୍ରେଷ୍ଠ ସାକ୍ଷରତା ପୁରସ୍କାର: ଉତ୍ସବ ପାଳିଲେ ଆଦିବାସୀ

ମ.ରାମପୁର,୦୯/୦୯(ମସୀହା): ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଭୁବନେଶ୍ୱର ସ୍ଥିତ କିସ୍ ଶିକ୍ଷାନୁଷ୍ଠାନକୁ ଜାତି ସଂଘ ତରଫରୁ ବିଶ୍ଵ ସ୍ତରରେ ସର୍ବଶ୍ରେଷ୍ଠ ଶିକ୍ଷା ସମ୍ମାନ “ୟୁନେସ୍କୋ ଇଣ୍ଟରନ୍ୟାସନାଲ ଲିଟେରାସି ଆୱାର୍ଡ଼ ୨୦୨୨” ଆନ୍ତର୍ଜାତିକ ସାକ୍ଷରତା ଦିବସ ଅବସରରେ ଆଫ୍ରିକାର ଡି ଆଇଭୋର୍ କୋଷ୍ଟଠାରେ ୟୁନେସ୍କୋ ତରଫରୁ ଆୟୋଜିତ ଉତ୍ସବରେ ପୁରସ୍କାର ବାବଦକୁ ୨୦ ହଜାର ଆମେରିକୀୟ ଡଲାର,ମେଡାଲ ଓ ପ୍ରଶଂସାପତ୍ର ମିଳିଛି l ଏହି ଅନ୍ତର୍ଜାତୀୟ ଶିକ୍ଷା ପୁରସ୍କାର ପାଇବାରେ କିସ୍ ବିଶ୍ଵର ପ୍ରଥମ ଜନଜାତି ଅନୁଷ୍ଠାନ ହୋଇଥିବା ବେଳେ ଭାରତର ସମସ୍ତ ଘରୋଇ ଓ ସରକାରୀ ଅନୁଷ୍ଠାନ କ୍ଷେତ୍ରରେ ପଞ୍ଚମ ଅନୁଷ୍ଠାନ ଓ ତୃତୀୟ ଏନଜିଓ l କିସ୍ କୁ ଏହି ପୁରସ୍କାର ମିଳିବା ଖୁସିରେ କଳାହାଣ୍ଡି ଜିଲ୍ଲା ର ମ.ରାମପୁର, ନାର୍ଲା , କେସିଙ୍ଗା ଏବଂ କର୍ଲାମୁଣ୍ଡା ବ୍ଲକ୍ ର ଆଦିବାସୀ ମାନେ ମ.ରାମପୁର, ବୁରାଟସ୍ତିତ ସେବାଜଗତ ଠାରେ ଆଜି ଏକ ଉତ୍ସବ ପାଳନ କରି କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ଶୁଭେଚ୍ଛା ଓ ଅଭିବାଦନ ଜଣାଇଛନ୍ତି l ଆୟୋଜିତ ଉତ୍ସବରେ ଆଦିବାସୀ ନେତା ତଥା ସମାଜସେବୀ ଧନ୍ ସିଂ ମାଝୀ ମୁଖ୍ୟ ଅତିଥି ଏବଂ ସମ୍ମାନିତ ଅତିଥି ଭାବରେ ସେବଜଗତ ଅନୁଷ୍ଠାନ ର ସଂଯୋଜିକା ରୋସନାରା ମହାନ୍ତି ଯୋଗ ଦେଇଥିଲେ l ନୀଳାମ୍ବର ପାତ୍ର ମଞ୍ଚ ପରିଚାଳନା କରିଥିବା ବେଳେ କିସ୍ ଅଭିଭାବ ସଂଘ ସଭାପତି ଦ୍ରୋଣାଚାର୍ଯ୍ୟ ମାଝୀ ସ୍ବାଗତ ଭାଷଣ ଦେଇଥିଲ l ନିରାକାର ପାତ୍ର ସମସ୍ତଙ୍କୁ ଧନ୍ୟବାଦ୍ ଦେଇଥିଲେ l ଏହି କାର୍ଯ୍ୟକ୍ରମରେ କିସ୍ ଅବିଭାବକ, କିସ୍ ଶୁଭେଚ୍ଛୁ, କିସ୍ ଆଲୁମିନା, କିସ୍ ଅବିଭାବକ ସଂଘ ସଭାପତି ଏବଂ ଆଦିବାସୀ କର୍ମକର୍ତ୍ତା ପ୍ରମୁଖ ଯୋଗଦାନ କରିଥିଲେ l ଅନ୍ୟମାନଙ୍କ ମଧରେ ସିଲି ମାଝୀ,ବାରୁ ମାଝୀ , ସୁରସେନ୍ ପୁଟା , ଯୋଗେଶ୍ୱର ମାଝୀ,କ୍ଷେତ୍ରୀ ମାଝି, ସେବକ ଭୋଇ, ମାନିନୀ ପାତ୍ର ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସହଯୋଗ କରିଥିଲେ l

ମ. ରାମପୁରରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ l

 

Related posts

ସହଦେବ ପରିଡ଼ା ଙ୍କ ଡାକ ଶୁଭିଲା କି ନାହିଁ???

Sunil Chandra Nayak

ବୋରଗୁଡ଼ାରେ ବ୍ଲକ ସ୍ତରୀୟ ଜନଶୁଣାଣୀ ଶିବିର ଅନୁଷ୍ଠିତ 

Sunil Chandra Nayak

ମା ତାରିଣୀ କଂ ପବିତ୍ର ପିଠ ଘଟଗାଁ ଠାରେ ତ୍ରିରଙ୍ଗା ଯାତ୍ରା ମହାସମାରୋହରେ ପାଳିତ

Sunil Chandra Nayak

Leave a Comment

error: Content is protected !!