ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପୁଣି ଇନ୍ଦ୍ରାବତୀ ବାମ କେନାଲ ରେ ଘାଇ….ଲୋକଙ୍କ ଘରେ ପଶିଲା ପାଣି.. ବହୁ ଚାଷ ଜମି ଜଳମଗ୍ନ

ଅପର ଇନ୍ଦ୍ରାବତୀ ବାମ ମୂଖ୍ୟ କେନାଲ ରେ ପ୍ରାୟ ୧୫ ଫୁଟର ଘାଇ । କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଡଙ୍ଗରିପଡା ଠାରେ କେନାଲ ର ବାମ ପଟ ହୁଡାରେ ଘାଇ ହେବା ସହିତ ବ୍ଯାପକ ଚାଷ ଜମି ବାଲିଚର ହୋଇଛି ଏହା ସହିତ ୫ ଜଣଙ୍କ ଘରେ ପାଣି ପଶିଯାଇଛି । ଆଜି ରାତିରେ ଏହି କେନାଲ ଭାଙ୍ଗି ଯାଇଥିଲା । ଇନ୍ଦ୍ରାବତୀ କର୍ତ୍ତୃପକ୍ଷ ମଙ୍ଗଳପୁର ଗେଟ ବନ୍ଦ କରିବା ସହ କ୍ଷୟକ୍ଷତି ଆକଳନ ଏବଂ ତୁରନ୍ତ ମରାମତି କାମ ଆରମ୍ଭ କରିଛନ୍ତି । କିଛିଦିନ ତଳେ ଧର୍ମଗଡ ବ୍ଲକ ବଗାଡ ଠାରେ ମଧ୍ୟ ଏହି ସମାନ ପରିସ୍ଥିତି ସୄଷ୍ଟି ହୋଇଥିଲା ।ନିମ୍ନ ମାନର କାର୍ଯ୍ୟ ଯୋଗୁଁ ପ୍ରତି ବର୍ଷ କେନାଲ ହୁଡ଼ା ଭାଙ୍ଗି ଚାଷୀଙ୍କ ଶହ ଶହ ଏକର ଚାଷ ନଷ୍ଟ ହେଉଥିଲେ ହେଁ ବିଭାଗୀୟ କର୍ତ୍ତୃପକ୍ଷ ଆଗତୁରା କୌଣସି ପଦକ୍ଷେପ ନେଉ ନ ଥିବାରୁ ବାରମ୍ୱାର ଏଭଳି ଦୁର୍ଘଟଣା ଘଟୁଛି ବୋଲି ଚାଷୀ ମାନେ ଅଭିଯୋଗ କରିଛନ୍ତି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଉତ୍ସାହ କାର୍ଯ୍ୟକ୍ରମ ଅନୁଷ୍ଠିତ 

Sunil Chandra Nayak

ରିଷିଡା କପ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ , ତୁଷୁରା ଇଲେଭେନ୍ ଷ୍ଟାର ଚମ୍ପିୟାନ 

Sunil Chandra Nayak

ପାଞ୍ଚ ମାସ ହେଲା ବୃନ୍ଦାବତୀ ପାଈ ନାହାନ୍ତି ବାର୍ଦ୍ଧକ୍ୟ ଭତ୍ତା

Sunil Chandra Nayak

Leave a Comment

error: Content is protected !!