ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପତ୍ନୀ ହତ୍ୟାକରି ସ୍ୱାମୀ ଗିରଫ

ପାପଡାହାଣ୍ଡି,9/9, ମନିସ — ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ନୂଆକୋଟ ପଂଚାୟତ କିଡିଙ୍ଗଗୁଡା ହତ୍ୟାକାଣ୍ଡର ପର୍ଦାଫାଶ କରିଛି ପୋଲିସ | ଏ ନେଇ ଶୁକ୍ରବାର ଏକ ପ୍ରେସ ବିବୃତିରେ ସୂଚନା ଦେଇଛନ୍ତି ପାପଡାହାଣ୍ଡି ଏସ୍ଡ଼ିପିଓ ଆଦିତ୍ୟ ସେନ | ସୂଚନା ମୁତାବକ ଗତ ବୁଧବାର ଦିନ କିଡିଙ୍ଗଗୁଡା ଗ୍ରାମରେ ନିର ବଞ୍ଜାରାଙ୍କ ରକ୍ତ ଜୁଡୁବୁଡୁ ମୃତ ଦେହ ଘର ଭିତରେ ଦେଖିବାକୁ ମିଳିଥିଲା | ଘଟଣା ପରେ ସ୍ୱାମୀ ତୀର୍ଥ ଓ ଦୁଇ ଛୋଟିଆ ଝିଅଙ୍କୁ ଧରି ଫେରାର ଥିଲେ | ନିରଙ୍କ ବାପା କୀର୍ତନ ବଞ୍ଜାରା ଥାନାରେ ଏତଲା ଦେବା ପରେ ପୋଲିସ କେଶ ନମ୍ବର 139/22ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା | ମଇଦଲପୁର ଅଞ୍ଚଳରୁ ଶୁକ୍ରବାର ପୋଲିସ ଅଭିଯୁକ୍ତ ତୀର୍ଥଙ୍କୁ ଧରି ଗିରଫ କରି କୋର୍ଟ ଚାଲାଣ କରିଛି | ପାରିବାରିକ କଳହ ରୁ ତୀର୍ଥ ହତ୍ୟା କରିଥିବା ଜଣାପଡିଛି | ସେମାନଙ୍କ ଦୁଇ ଝିଅଙ୍କୁ ଜେଜେ ଙ୍କ ଜିମାରେ ଦିଆଯାଇଛି | ଏହି ସମୟରେ ଥାନାରେ ଆଇଆଇସି ରାମେଶ୍ୱର ପ୍ରଧାନ ସହ ଅନ୍ୟାନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ |

ପାପଡାହାଣ୍ଡି ରୁ ସ୍ବପ୍ନଜିତ ପଟନାୟକ ଙ୍କ ରିପୋର୍ଟ 

Related posts

ଥୁଆମୂଳ ରାମପୁର ବ୍ଳକର ସରପଞ୍ଚଙ୍କ ସଂଘଠନ ଗଠନ ଓ କର୍ମକର୍ତ୍ତା ଚୟନ

ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଳିତ

Sunil Chandra Nayak

ସାହିତ୍ୟ ଅଗଣା

Sunil Chandra Nayak

Leave a Comment

error: Content is protected !!