ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସଡକ ସୁରକ୍ଷା କୁ ନେଇ ଆମପାଣି ଠାରେ ରକ୍ଷକ କାର୍ଯ୍ୟକ୍ରମ ଅନୁଷ୍ଠିତ

କୋକସରା,୧୨/୯-  ( ମ ନି ସ ) ସଡକ ସୁରକ୍ଷା ଉପରେ ସଚେତନତା ଉଦ୍ଦେଶ୍ୟରେ ଶନିବାର କୋକସରା ବ୍ଲକ ଆମପାଣି ପଞ୍ଚାୟତ ପରିସର ମଧ୍ୟରେ ରକ୍ଷକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ଓଡିଶା ସରକାରଙ୍କ ଦ୍ବାରା ପ୍ରୟୋଜିତ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଦୁର୍ଘଟଣା ସଚେତନତା ଏବଂ ଦୁର୍ଘଟଣା ଜନିତ ମୃତ୍ୟୁହାର କମାଇ ହେବ । ସେଥିପାଇଁ ଦୁର୍ଘଟଣା ଘଟୁଥିବା ସ୍ଥାନ ତଥା ବ୍ଳାକ ସ୍ପଟ ଛିହ୍ନିତ ସ୍ଥାନ ମାନଙ୍କରେ ସାଧାରଣ ଦୋକାନି, ଡ୍ରାଇଭର, ସ୍ଥାନୀୟ ଯୁବକ ମାନଙ୍କୁ ପ୍ରଶିକ୍ଷଣ ଦିଆଯାଉଛି। ଆଜି ଅନୁଷ୍ଠିତ କାର୍ଯ୍ୟକ୍ରମରେ ଆମପାଣି ସରପଞ୍ଚ ରୁକ୍ମିଣୀ ବାଣୁଆ ମୂଖ୍ୟ ଅତିଥିଭାବେ ଯୋଗଦେଇ ଶିବିରକୁ ଉଦଘାଟନ କରିଥିଲେ। କଳାହାଣ୍ଡି ଆର.ଟି.ଓ ରାମ ନିବାସ ସିରିକା ରକ୍ଷକ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ ରାସ୍ତା ଦୁର୍ଘଟଣା ସଂପର୍କରେ ସଚେତନ କରିଥିଲେ। ବେହେରା କଲେଜ ର ଅଧ୍ୟାପକ ତଥା ପ୍ରାଥମିକ ଚିକିତ୍ସକ ମୋହନ ଚରଣ ବିଷି ପ୍ରଶିକ୍ଷଣ ପ୍ରଦାନ କରିଥିଲେ।ଏହି କାର୍ଯ୍ୟକ୍ରମରେ ଆମପାଣି ନାଏବ ସରପଞ୍ଚ ଭବାନୀଶଙ୍କର ପୁରୋହିତ ଗ୍ରାମ ପଞ୍ଚାୟତ କର୍ମଚାରୀ ଏବଂ ସ୍ଥାନୀୟ ଦୋକାନୀ, ସାଧାରଣ ଜନତା, ଡ୍ରାଇଭର ମାନେ ଉପସ୍ଥିତ ଥିଲେ। ଆରଟିଓ ଅଫିସ କର୍ମଚାରୀ ଓ କଟକରୁ ଆସିଥିବା କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Related posts

ପ୍ରଗତି ଉତ୍କଳ ସଂଘ ଓ ଓଡ଼ିଆ ଭାଷା ବିକାଶ ମଞ୍ଚର ଶାସ୍ତ୍ରୀୟ ଭାଷା ଦିବସ ପାଳନ

Sunil Chandra Nayak

ରୀକ୍ଷିରାମ ମେହେର  ଙ୍କ କବିତା ପରିକଳ୍ପନାର ସହରରେ

Sunil Chandra Nayak

ନୂଆପଡା ଜିଲ୍ଲା ଯାଦବ ସମାଜ ର ନୂତନ କର୍ମକର୍ତ୍ତା ଚୟନ

Leave a Comment

error: Content is protected !!