ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଷ ପାନ କରି ଜୀବନ ହାରିଲେ ଯୁବକ, କାରଣ ଅସ୍ପଷ୍ଟ, ପୋଲିସର ତଦନ୍ତ ଜାରି

କୋକସରା,୧୨/୯-( ମ ନି ସ ) କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କୋକସରା ପଞ୍ଚାୟତ ଚିଲିଗୁଡା ଗ୍ରାମର ନେତ୍ର ମୋହନ ଖମାରି ଙ୍କ ପୁଅ ସୁଶାନ୍ତ ଖମାରି (୨୦) ବିଷ ପାନ କରି ଜୀବନ ହାରିଥିବା ଅଭିଯୋଗ ହୋଇଛି। ସୂଚନା ମତେ କୌଣସି କାରଣକୁ ନେଇ ଯୁବକ ସୁଶାନ୍ତ ମାନସିକ ଚାପରେ ରହୁଥିଲେ ଶନିବାର ସନ୍ଧ୍ୟାରେ ସେ ବିଷ ପାନ କରି ଗୁରୁତର ହୋଇ ପଡ଼ିଥିବା ବେଳେ ପରିବାର ଲୋକେ ଗୁରୁତର ଅବସ୍ଥାରେ ଯୁବକଙ୍କୁ ପ୍ରଥମେ ସ୍ଥାନୀୟ କୋକସରା ଡାକ୍ତରଖାନାରେ ଭର୍ତି କରିଥିଲେ । ହେଲେ ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ତାଙ୍କୁ ଜିଲ୍ଲା ଡାକ୍ତରଖାନା ଭବାନୀପାଟଣାକୁ ଚିକିତ୍ସା ପାଇଁ ସ୍ଥାନାନ୍ତରିତ କରିଥିଲେ । ତେବେ ରବିବାର ସକାଳେ ବିଷକ୍ରିୟା କାରଣରୁ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ପୁଲିସ ର ତଦନ୍ତ ଜାରି ରହିଛି।ଏନେଇ କୋକସରା ଥାନା ୧୯/୨୨ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ନେଇ କୋକସରା ଥାନାର ତଦନ୍ତକାରୀ ପୁଲିସ ଅଧିକାରୀ ହେମନ୍ତ କୁମାର ପାତ୍ର ସୂଚନା ଦେଇଛନ୍ତି।

Related posts

ଲଗାଣ ବର୍ଷା ରେ ଭାଙ୍ଗିଲା ଘର, ମୋଟେର ଓ ସିର୍ଲିଗୁଡା ରେ ବେସାହାରା ହେଲେ ଦୁଇ ପରିବାର

Sunil Chandra Nayak

ବିଜେପି ସରକାର ବିରୋଧ ରେ କଂଗ୍ରେସ୍ ର ବିକ୍ଷୋଭ 

Sunil Chandra Nayak

ରାଷ୍ଟ୍ରପତି ଙ୍କ ବିରୁଦ୍ଧ ରେ ଅଶାଳୀନ ଓ ଅଭଦ୍ର ଟିପଣି ବିରୁଦ୍ଧ ରେ ପଶ୍ଚିମ ବଙ୍ଗ ମନ୍ତ୍ରୀ ଙ୍କ ବିରୋଧ ରେ ଥାନା ରେ ଏତଲା ଦେଲା ଚନ୍ଦାହାଣ୍ଡି ବିଜେପି ଆଦିବାସୀ ମୋର୍ଚ୍ଚା

Sunil Chandra Nayak

Leave a Comment

error: Content is protected !!