ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାସୋଳ ରେ ଶାନ୍ତି ଧାମ ଯାନ ଲୋକାର୍ପିତ: ଜନ ମଂଗଳ କୁ ଦିଆ ଗଲା ଦାୟୀତ୍ବ 

 ଢେ଼ଙ୍କାନାଳ _ସଂଗ୍ରାମୀ ସାରଙ୍ଗ ଧର ଙ୍କର ସ୍ମୃତି ଉପଲକ୍ଷେ ଆଗେଇବା ପରିବାର(ଢେଙ୍କାନାଳ) ଓ ଆମ ପ୍ରତିଭା ଆମ ସମ୍ମାନ ସଂଗଠନ ତରଫରୁ ଗତ ତା ୧୦/୯/୨୨ ଶନିବାର ଅପରାହ୍ନ ସମୟ ରେ ରାସୋଳ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ପରିସର ମଧ୍ୟରେ ନବ ନିର୍ମିତ ସ୍ବେଚ୍ଛାସେବୀ ସଂଗଠନ ଶ୍ରଦ୍ଧା ଶକ୍ତି ସେବା ସଂସ୍ଥାନ(ଜନ ମଙ୍ଗଳ)ରାସୋଳ କୁ ଦାୟୀତ୍ବ ପ୍ରଦାନ ପୂର୍ବକ ସର୍ବସାଧାରଣ ଙ୍କ ସେବା ନିମିତ୍ତ ଲୋକାର୍ପିତ କରାଯାଇଛି।ଉକ୍ତ ଶାନ୍ତି ଧାମ ଲୋକାର୍ପଣ ଉତ୍ସବ ରେ ରାସୋଳ ତଥା ହିନ୍ଦୋଳ ଅଞ୍ଚଳ ର ବହୁ ମାନ୍ଯଗଣ୍ଯ ବ୍ୟକ୍ତିବିଶେଷ ତଥା ବିଭିନ୍ନ ଗ୍ରାମ ପଞ୍ଚାୟତ ର ସରପଞ୍ଚ ଏବଂ ସର୍ବସାଧାରଣ ମାନଙ୍କର ଉପସ୍ଥିତ ରେ ଏହା ସମ୍ପାଦିତ ହୋଇଛି।ଉକ୍ତ କାର୍ଯ୍ୟକ୍ରମରେ ସମ୍ମାନୀୟ ମୁଖ୍ୟ ଅତିଥି ହିନ୍ଦୋଳ ବ୍ଲକ ଉପାଧ୍ୟକ୍ଷ ବରୁଣ କୁମାର ସର ମହୋଦୟ, ସମ୍ମାନୀୟ ଅତିଥି ମାନ୍ଯବର ସାଂସଦ ତଥା ଆଗେଇବା ସାପ୍ତାହିକ ସମ୍ବାଦ ପତ୍ର ର ସଂପାଦକ ଶ୍ରୀଯୁକ୍ତ ମହେଶ ସାହୁ ମହୋଦୟ ଉଦଘାଟନ କରିଥିଲେ ।ସମ୍ମାନିତ ଅତିଥି ଭାବେ ପୂର୍ବତନ ହିନ୍ଦୋଳ ପୌରପାଳିକା ଅଦ୍ଧକ୍ଷା ରୀନା ରାଣୀ ବେହେରା ରାସୋଳ ଗ୍ରାମ ପଞ୍ଚାୟତ ର ସରପଞ୍ଚ ଦିବାକର ନାଏକ,ଜନ ମଙ୍ଗଳ ସଂଗଠନ ର ଉପଦେଷ୍ଟା ତଥା ରାସୋଳ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ର ଭାରପ୍ରାପ୍ତ ଅଧିକାରୀ ଡାକ୍ତର ଦୟା ନିଧି ପୃଷ୍ଟି ,ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଖଜୁରିଆ କଟା ର ଭାରପ୍ରାପ୍ତ ଅଧିକାରୀ ଡାକ୍ତର ସାଗର ପ୍ରଧାନ ,ରାସୋଳ ଦମକଳ ବିଭାଗ ର ଭାରପ୍ରାପ୍ତ ଅଧିକାରୀ ଧନୀରାମ ମୁଣ୍ଡା ,ଆମ ପ୍ରତିଭା ତଥା ଆମ ସମ୍ମାନ ର ସଭାପତି ତଥା ଜନ ମଙ୍ଗଳସଂଗଠନ ର ଆଜୀବନ ସେବକ ଏବଂ ପୂର୍ବତନ ହିନ୍ଦୋଳ ବ୍ଲକ ଅଧକ୍ଷ ପ୍ରିୟ ରଞ୍ଜନ ମାହୁନ୍ତ ,ଜନ ମଙ୍ଗଳ ର ମୁଖ୍ୟ ଉପଦେଷ୍ଟା ବିଶିଷ୍ଟ ସମାଜ ସେବୀ,ପରିବେଶବିତ୍,ସୁସାହିତ୍ଯିକ, କବି ଶ୍ରୀଯୁକ୍ତ ରତିକାନ୍ତ ଗଡନାୟକ ତତ୍ ସହ ହିନ୍ଦୋଳ ବ୍ଲକ ର ସମସ୍ତ ପଞ୍ଚାୟତ ର ସରପଞ୍ଚ,ଜିଲ୍ଲା ପରିଷଦ,ସମିତି ସଭ୍ୟ/ସଭ୍ଯା,ସରକାରୀ, ବେସରକାରୀ ସଂସ୍ଥା ର ମୂଖ୍ୟ ଆଦି ବହୁ ମାନ୍ଯଗଣ୍ଯ ବ୍ୟକ୍ତିବିଶେଷ ଏବଂ ଗଣ ମାଧ୍ୟମ ର ଭାଇ ଭଉଣୀ ମାନେ ଯୋଗଦାନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ସଂଗଠନ ର ସମସ୍ତ ସେବକ/ସେବିକା ଭାଇ ଭଉଣୀ ମାନେ ଉପସ୍ଥିତ ରହି ଅତିଥି ମାନଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଇବା ସହିତ ସଂଗଠନ ର ସେବକ ପ୍ରଶାନ୍ତ କୁମାର ଦାଶ ଭାଇଙ୍କ ନେତୃତ୍ବରେ ଉପ ସଭାପତି ପ୍ରଦୀପ ନାୟକ,ସହ ସଂପାଦିକା ପ୍ରଭାସିନୀ ସାହୁ,ସଂଯୋଜକ ନିରାକାର ବୈଦ୍ୟ, ସହ ସଂଯୋଜକ ସୁନିଲ୍ ପାତ୍ର,ସେବକ ଭାଇ ଚନ୍ଦନ,ରାମକୃଷ୍ନ,ବିଭୁତି,ମହିମା ଏବଂ ସେବିକା ଭଉଣୀ କୁନି,ମମତା,ନିରୁପମା,ସରୋଜିନୀ ପ୍ରମୁଖ ସହାୟତା ପ୍ରଦାନ ପୂର୍ବକ କାର୍ଯ୍ୟକ୍ରମ ଶୃଙ୍ଖଳିତ ଭାବେ ପରିଚାଳିତ ହୋଇ ପରିଶେଷରେ ସମସ୍ତ କାର୍ଯ୍ୟକର୍ତ୍ତା ଅତିଥି ଗ୍ରାମ ବାସୀ ମାନଙ୍କ ଉପସ୍ଥିତିରେ ଶାନ୍ତିଧାମ ଯାନ କୁ ହିନ୍ଦୋଳ ଅଞ୍ଚଳ ର ସର୍ବସାଧାରଣ ଙ୍କ ସେବା ନିମିତ୍ତ ଲୋକାର୍ପିତ କରାଗଲା।ପରିଶେଷରେ ମୁଖ୍ୟ ସଂଗଠକ ବିଭୁପ୍ରସାଦ ଶତପଥୀ ସମସ୍ତ ସମ୍ଭାନୀୟ ଅତିଥି,ଉପସ୍ଥିତ ସେବକ ଓ ସେବିକା ମାନଙ୍କୁ ଧନ୍ଯବାଦ୍ ଅର୍ପଣ କରିବା ସହିତ ସମସ୍ତଙ୍କର ସହଯୋଗ କାମନା କରିଥିଲେ।

ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ୍

Related posts

ଦେବସେନା ପକ୍ଷରୁ ହିନ୍ଦୁ ଦେବାଦେବୀଙ୍କ ଉପରେ ଆପତ୍ତିଜନକ ମନ୍ତବ୍ୟ କୁ ନେଇ ଥାନାରେ ଏତଲା

Sunil Chandra Nayak

ପାର୍ବତ୍ୟାଞ୍ଚଳ ସମାଡପଦର ଗ୍ରାମରେ ଉତ୍କଟ ପାନୀୟ ଜଳ ସମସ୍ୟା, ସରପଞ୍ଚଙ୍କୁ ଅଭିଯୋଗ କଲେ ଗ୍ରାମବାସୀ

ବିଜେଡି ର ବାଇକ୍ ରେଲୀ

Sunil Chandra Nayak

Leave a Comment

error: Content is protected !!