ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦାସୀ ଗାଁରେ ଜନ ଶୁଣାଣି ଶିବିର

ଚିଲିଗୁଡା ( ମ ନି ସ )  ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଦାସୀ ଗାଁ ଗ୍ରାମରେ ବ୍ଲକ ସ୍ତରୀୟ ଯୁଗ୍ମ ଜନ ଶୁଣାଣି ଶିବିର ଦାସୀ ଗାଁ ପଞ୍ଚାୟତ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି ।ଏହି ଶିବିରରେ ଜୁନାଗଡ଼ ବ୍ଲକ ଅଧକ୍ଷା ସବିତା ମେହେର ,ବି ଡି ଓ ତୁଳ।ରାମ ମାରାଣ୍ଡି ,ସରପଞ୍ଚ ପ୍ରମୋଦିନି ପ୍ରହରାଜ ,ସମିତି ସଭ୍ୟ ସୌମେନ୍ଦ୍ର ପ୍ରକାଶ ମୁଣ୍ଡ ,ନ।ଏ ବ ସରପଞ୍ଚ କବିତା ପ୍ରହରାଜ ଏବଂ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ରହି ଥିଲେ ।ଏହି ଜନ ଶୁଣାଣି ଶିବିରରେ ପଞ୍ଚାୟତର ଦାସୀ ଗାଁ ,ଚିଲକପୁର ,ତାଳ ପଦର ,ପଦମ ପୁର ,ବ।ନ୍ଧନ ପଲ। ,ସିର୍ଲି ପଡ଼ା ,ମାଲ ପଡ଼ା ଏବଂ ଚୋର ଖସିଗୁଡା ଗ୍ରାମର ଶତାଧିକ ପୁରୁଷ ଓ ମହିଳାମାନେ ଉପସ୍ଥିତ ରହି ବିଭିନ୍ନ ସମସ୍ୟା ଉପରେ ଅଭିଯୋଗ କରିଥିଲେ । ବିଶେଷ କରି ବାର୍ଦ୍ଧକ୍ୟ ଭତ୍ତା ,ରେସନ କାର୍ଡ ଏବଂ ଆବାସ ଯୋଜନା ସମ୍ପର୍କରେ ଅଭିଯୋଗ କରିଥିଲେ ।ଶିବିରରେ ନୂତନ ଘର ଯୋଗାଣ ,ଭତ୍ତା ପ୍ରଦାନ ଏବଂ ନୂତନ ରେସନ କାର୍ଡ କିପରି ଭାବରେ ଗରିବ ଖଟିଖିଆ ଶ୍ରେଣୀର ଲୋକେ କାର୍ଡ ପାଇବାରେ ବଞ୍ଚିତ ନ ହେବେ ।ସେଥି ପାଇଁ ଆଜିର ଏହି ଯୁଗ୍ମ ଜନ ଶୁଣାଣି ଶିବିରରେ ଲୋକେ ନିଜ ନିଜ ମତ ରଖିଥିଲେ ।ଏହି କାର୍ଯ୍ୟକ୍ରମ ରେ ବରିଷ୍ଠ ସମାଜସେବୀ ପ୍ରକାଶ ପ୍ରହରାଜ ,ପି ଇ ଓ ଗଜାନନ ନ।ଏକ ,ଜିଆରଏ ସ ବିରେନ୍ଦ୍ର ନ।ଏକ ,ଯୋଗାଣ ସହାୟକ ଡବଲ କିଶୋର ନିଆଲ ,ସୟମ୍ବର ବାଗ ଏବଂ ଭୁବନ ମୋହନ ପ୍ରହରାଜ ପ୍ରମୁଖ ସହଯୋଗ କରିଥିଲେ ।

ସୁନ୍ଦର ମୋହନ ଛତ୍ରିଆ ,ଚିଲିଗୁଡା

Related posts

ଶ୍ରୀ ଭ୍ରମର ବାଗ ଙ୍କ କବିତା ଜୟ ଜଗନ୍ନାଥ

Sunil Chandra Nayak

ସାମାଜିକ ଗଣ ମାଧ୍ୟମ ରେ ଆଦିବାସୀ ଙ୍କ ପ୍ରତି କଟୁ ମନ୍ତବ୍ୟ କୁ ନିନ୍ଦା

Sunil Chandra Nayak

ତୁମୁରା ଗ୍ରାମର ଜଣେ ଯୁବକ ବିଷ ଖାଇ ଆତ୍ମହତ୍ୟା :ସତ୍କାର କଲେ ସୋସିଆଲ ୱେଲଫେର ଅର୍ଗାନାଇଜେସନ ର କର୍ମକର୍ତ୍ତା

Sunil Chandra Nayak

Leave a Comment

error: Content is protected !!