ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କେସିଙ୍ଗାଠାରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତା ରେ ଜନଶୁଣାଣି ଶିବିର ଅନୁଷ୍ଠିତ

ଭବାନୀପାଟଣା ତା୧୨.୦୯.୨୦୨୨( ମ ନି ସ) ଆଜି କେସିଙ୍ଗା ବ୍ଲକସମ୍ମିଳନୀ ଗୃହରେ କଳାହାଣ୍ଡି ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀଙ୍କ ଅଧକ୍ଷତାରେ ଏକ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ ଶ୍ରୀ ସୁଶାନ୍ତ କୁମାର ପଟେଲ,ଉପ ଜିଲ୍ଲାପାଳ ଡ଼ ବିଶ୍ୱଜିତ୍ ଦାସ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ବିଜୟ କୁମାର ନନ୍ଦ ,କେସିଙ୍ଗା ବ୍ଲକ ଅଧ୍ୟକ୍ଷ ଶ୍ରୀ ଚନ୍ଦନ ସେନାପତି, ଉପାଧ୍ୟକ୍ଷ ରାଜଲକ୍ଷ୍ମୀ ପଟ୍ଟନାୟକ, ବି ଡି ଓ ଶ୍ରୀ ପ୍ରଫୁଲ୍ଲ କୁମାର ଓଡ୍ଡୁ ଙ୍କ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।ଏହି ଜନ ଶୁଣାଣି ଶିବିରରେ ମୋଟ ୫୧୦ଜଣ ଆବେଦନକାରୀ ନିଜର ଅଭିଯୋଗ ପତ୍ର ଦାଖଲ କରିଥିଲେ। ସେଥିମଧ୍ୟରୁ ୪୭୮ଟି ବ୍ୟକ୍ତିଗତ ସମସ୍ୟା ଅଭିଯୋଗ ଓ ୩୨ଟି ଗ୍ରାମ୍ୟ ତଥା ସାମୁହିକ ସମସ୍ୟା ସମ୍ମିଳିତ ଥିଲା। ୨୧ଟି ଅଭିଯୋଗର ସମାଧାନ ତତକ୍ଷଣାତ୍ କରାଯାଇଥିଲା। ଅଭିଯୋଗ ମୁଖ୍ୟତଃ ଆବାସ ଗୃହ, ଭତ୍ତା,ରାସନ୍ କାର୍ଡ ,ରାସ୍ତା,ପାନୀୟ ଜଳ,ଶିକ୍ଷକ ପଦବୀ ପୂରଣ ଉପରେ ଥିଲା।

Related posts

ଜନରଞ୍ଜନ ପ୍ରଧାନ ଙ୍କ କବିତା ମାଆ ତାରିଣୀ

ଆମ୍ଆଦମୀ ପାର୍ଟି କଳାହାଣ୍ଡି ଶାଖା ତରଫରୁ  କର୍ମକର୍ତ୍ତା ସମ୍ମିଳନୀ ଓ ନୂତନ କର୍ମକର୍ତ୍ତାର ଶପଥ ପାଠ

Sunil Chandra Nayak

ମହିଳା ଓ ଶିଶୁ ବିକାଶ ଏବଂ ମିଶନଶକ୍ତି ମନ୍ତ୍ରୀ ଶ୍ରୀମତୀ ବାସନ୍ତୀ ହେମ୍ବ୍ରେମ୍ ଙ୍କ କଳାହାଣ୍ଡି ଗସ୍ତ

Sunil Chandra Nayak

Leave a Comment

error: Content is protected !!