ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶ୍ରୀ ବିଦ୍ୟାଧର ମହାନ୍ତ ଙ୍କ କବିତା ଅଭିମାନ

ଅଭିମାନ 

ରାଗ :-ବଙ୍ଗଳା ଶ୍ରୀ
ମାନବ ଜୀବନ
କେତେହସ କେତେ
ଲୁହ କାନ୍ଦ ସ୍ନେହ ଭରା
ମମତା ସାଗର
ମଧୁର ନିର୍ଝର
ଅମୃତର ପୂର୍ଣ୍ଣଝରା |1|
ଜୀବନେ ଯୌବନ
ହୁଏ ଉବୁଟୁବୁ
ବହେସଦା ଫଲ୍ଗୁ ଧାରା
ମଳୟ ପବନ
ସୁବାସ ଚନ୍ଦନ
ଛୁଇଁଯାଏ ଦେହ ସାରା |2|
ଯୁବକ ଯୁବତୀ
ସୁନ୍ଦର ଉଦ୍ୟାନେ
ମଗ୍ନ ସଦା ମଧୁବନେ
ଅଧାଛାଇ ଅଧା
ତନ୍ଦ୍ରା ଭରା ନିଦ
ରମଣୀୟ ଉପବନେ |3|
ବେସୁରା ରାଗିଣୀ
ବିପଞ୍ଚିର ସ୍ୱର
ଇଥରେକମ୍ପନ ଜାତ
ସଦ୍ୟ ସ୍ନାତାମଧୁ
ପାନେ ରତ ଜନ
ମାରିଥାନ୍ତି ବାଜିମାତ |4|
ମାନ ଅଭିମାନ
ଟିକେରୁଷା ଟିକେ
ଲୁହେ ହୁଏ ସମାଧାନ
ଟିକିଏ ସ୍ନେହରେ
ଅକୁହା କାହାଣୀ
ସ୍ନେହ ଭରା ଅଭିମାନ |5|
ଯେଉଁ ଦମ୍ପତିରେ
ନାହିଁ ରାଗ ରୁଷା
ନାହିଁ କିଛି ଗଣ୍ଡଗୋଳ
ସେପରି ସୁନ୍ଦର
ଘର କାହିଁ ଅଛି
ପ୍ରେମେହେବା ପାଇଁଭୋଳ |6|
ସ୍ୱର୍ଗ ପାରିଜାତ
ତୋଳି ଥାନ୍ତି ପ୍ରେମୀ
ପାଇଥାନ୍ତି ସ୍ୱର୍ଗ ସୁଖ
ମାନ ଅଭିମାନ
ଟିକେ ଖଟା ମିଠା
ନଥାଏ ଟିକିଏ ଦୁଃଖ |7|
ସରଗୁ ସୁନ୍ଦର
ସ୍ୱାମୀ ସ୍ତ୍ରୀର ନିତି
ପ୍ରେମ ପୂର୍ଣ୍ଣ ଖେଳଘର
ଜଗତ ଯାକର
ସୁଧା ପୂରି ଥାଏ
ଶାନ୍ତି ଝରେ ଝର ଝର |8|
ବୈକୁଣ୍ଠ ସମାନ
ଅଟେ ସେହିଘର
ରହିଥିଲେ ଅଭିମାନ
ସଂସାର ସାଗରେ
ସଦା ଝରିଥାଏ
ଆନନ୍ଦର ସ୍ୱାଭିମାନ |9|
ପ୍ରକୃତି ପୁରୁଷ
କ୍ରୀଡ଼ାସ୍ଥଳୀ ବିଶ୍ୱ
ରମଣୀୟ ବାସସ୍ଥାନ
ପ୍ରଜାପତି ମହା
ମିଳନ ନିକୁଞ୍ଜ
ବଞ୍ଚିଥିଲେ ଅଭିମାନ |10|

ଶ୍ରୀ ବିଦ୍ୟାଧର ମହାନ୍ତ,

ତମ୍ବାହରା , ହରିଚନ୍ଦନପୁର, କେନ୍ଦୁଝର

Related posts

ପଳାସ ଗଛରେ ଯୁବକଙ୍କ ଝୁଲନ୍ତା ମୃତଦେହ ଠାବ, ପୋଲିସର ତଦନ୍ତ ଜାରି

Sunil Chandra Nayak

କଲମପୁର ରେ ବିପର୍ଯ୍ୟସ୍ତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

Sunil Chandra Nayak

ରାଇରଙ୍ଗପୁର ଟାଉନ ଥାନା ପରିସରରେ ଆମ ପୋଲିସ ସମିତି ବୈଠକ

Leave a Comment

error: Content is protected !!