ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଭୀମ ଭୋଇ ଭିନ୍ନକ୍ଷମ ସ୍ୱାସ୍ଥ୍ୟ ଶିବିର ପାଇଁ ପ୍ରସ୍ତୁତି ବୈଠକ

ତେନ୍ତୁଳିଖୁଣ୍ଟି:- ୧୩/୦୯/୨୨ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ପଂଚାୟତ ସମିତି ସମ୍ମିଳନୀ କକ୍ଷରେ ବ୍ଳକ ସ୍ତରୀୟ ଭୀମ ଭୋଇ ଭିନ୍ନକ୍ଷମ ସ୍ୱାସ୍ଥ୍ୟ ଶିବିର ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଆସନ୍ତା ୨୦ତାରିଖ ଦିନ ଅନୁଷ୍ଠିତ ହେବାକୁ ଥିବା ଏହି ଶିବିର ପାଇଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦୁର୍ଯ୍ୟୋଧନ ଭୋଇ ସଭାପତିତ୍ୱ ରେ ଆଲୋଚନା ଆରମ୍ଭ ହୋଇଥିଲାି।ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ମୁନୁ ପାତ୍ର ନିର୍ବାଚିତ ଲୋକ ପ୍ରତିନିଧି ଙ୍କୁ ନିଜପଂଚାୟତ ରେ ଜନ ସାଧାରଣ ଙ୍କୁ ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେବା ନିମନ୍ତେ ଅବଗତ କରିବା ପାଇଁ ନିବେଦନ କରିଥିଲେ ।ବର୍ତ୍ତମାନ ସୁଦ୍ଧା 414 ଜଣ ଭିନ୍ନକ୍ଷମ ପ୍ରମାଣ ପତ୍ର ପାଇଁ ଆବେଦନ କରିଛନ୍ତି ଆଉ ଯେଉଁମାନେ କରି ନାହାଁନ୍ତି ସେମାନେ ଶୀଘ୍ର ଆବେଦନ କରନ୍ତୁ ଓ 20 ତାରିଖ ଦିନ ଶିବିର ରେ ପହଞ୍ଚିବାକୁ ପ୍ରବର୍ତ୍ତାଇବା କୁ ପଂଚାୟତ ପ୍ରତିନିଧି ଙ୍କୁ କହିଥିଲେ। ବର୍ତ୍ତମାନ ବୟସ ନ ହୋଇ ଥିବା ସତ୍ତ୍ୱେ ଭତ୍ତା ପାଉଛନ୍ତି, ସେମାନଙ୍କୁ ଚିହ୍ନଟ କରିବାକୁ ଆହ୍ୱାନ କରିଥିଲେ। ବିଭିନ୍ନ ଭତ୍ତା ନେଇ ଯାହା କିଛି ଅଭିଯୋଗ ରହିଛି ଅଙ୍ଗନବାଡ଼ି ଆଶା କର୍ମୀ ଓ ୱାର୍ଡ ସଭ୍ୟ ଙ୍କୁ ନେଇ ଏକ କମିଟି ପଂଚାୟତ ସ୍ତରରେ କରି ଡକୁମେଣ୍ଟ ସଂଗ୍ରହ କରି ବ୍ଲକ ସାମାଜିକ ସଂଗଠନ ଅଧିକାରୀ ଙ୍କ ମାଧ୍ୟମରେ ତ୍ୱରିତ ସମାଧନ କରିବାକୁ କହିଥିଲେ। ଦୀର୍ଘ ଦିନ ହେବ ନୂଆ ଭଟ୍ଟା ଦିଆ ଯାଉ ନଥିବା ଅଭିଯୋଗରେ କହିଲେ ବ୍ଲକରେ କମ ବୟସ ର ଭତ୍ତା ଧାରୀ ସଂଖ୍ୟା ଅଧିକ ଏବଂ ଧାର୍ଯ୍ୟ ଠାରୁ ଅଧିକ ଜଣ ଭତ୍ତା ନେଉଛନ୍ତି। ଏବେ ନୂଆ ଭତ୍ତା ଆବେଦନକାରୀ ଙ୍କୁ ଦିଆ ଯିବ ବୋଲି କହିଥିଲେ।କାର୍ଯ୍ୟକ୍ରମ ରେ ଏବି ଇ ଓ ମୋହନ ମଧୁସୂଦନ ବାଘ , ଏ ବି ଡି ଓ ତଥା ପଞ୍ଚାୟତ ପ୍ରତିନିଧି ପାତ୍ରପୁଟ ସମିତି ସଭ୍ୟ ଶ୍ରୀ ଦିଲିପ ପ୍ରଧାନୀ, ମଞ୍ଚଗାଁ ସରପଞ୍ଚ ସଦା ସାନ୍ତା ,ପି ବାରଙ୍ଗ ପଦର ସରପଞ୍ଚବବନ୍ଦିତା ନାୟକ, ଝରିଗୁମ୍ମା ସରପଂଚ ମୋହନ ଦଳପତି,ଦିଗି ପଂଚାୟତ ସରପଞ୍ଚ କିଶୋର ନାୟକ ପ୍ରମୁଖ ଉପସ୍ଥିତ ଥିଲେ।କାର୍ଯ୍ୟକ୍ରମ କୁ ବ୍ଳକ ସାମାଜିକ ସୁରକ୍ଷା ଅଧିକାରୀ ରବୀନ୍ଦ୍ର କୁମାର ସାହୁ ପରିଚାଳନା କରିଥିବା ବେଳେ ସବୀର କୁମାର ବାଘ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।

ଗୋବର୍ଦ୍ଧନ ସାହୁ,ତେନ୍ତୁଳିଖୁଣ୍ଟି

Related posts

ଭବାନୀପାଟଣା ଓ ଲାଞ୍ଜିଗଡ ବ୍ଳକରେ ଚତୁର୍ଥ ପର୍ଯ୍ୟାୟ ମତଦାନ ଶେଷ 

Sunil Chandra Nayak

ଖାତିଗୁଡା ଗାୟତ୍ରୀ ପରିବାର ସଂସ୍ଥାପକ ଙ୍କ ପରଲୋକ

Sunil Chandra Nayak

ପିଞ୍ଛାବଣିଆ ଗୁରୁକୁଳ ଆଶ୍ରମରେ ସମ୍ମାନ ସମାରୋହ ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!