ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଚୋରୀ ସାମଗ୍ରୀ ଜବତ, ଧରାପଡିଲେ ୩ ନାବାଳକ

ଡାବୁଗାଁ, ୧୪/୯ ନବରଙ୍ଗପୁର ଜିଲା ଡାବୁଗାଁ ଥାନା ପୋଲିସ ଚୋରୀ ଅଭିଯୋଗରେ ୩ ନାବାଳକ ଙ୍କୁ ଧରିବା ସହ ଚୋରୀ ସାମଗ୍ରୀ କୁ ଜବତ କରିଛି | ସୂଚନାଯୋଗ୍ୟ  ୩୧ଅଗଷ୍ଟ ପୂର୍ବରୁ ଡାବୁଗାଁ ଥାନା ଅଧୀନ ଜୟନ୍ତୀନଗର ଗ୍ରାମର ଶିକ୍ଷକ ଧନଞ୍ଜୟ ବଡଜେନା ଏକ ଦଶାହ କାର୍ଯ୍ୟରେ ଯୋଗ ଦେବାକୁ ପୁରୀ ଜିଲାରେ ଥିବା ନିଜ ପୈତୃକ ଘର କୁ ଯାଇଥିଲେ | ସେଠାରୁ ୩୧ ଅଗଷ୍ଟ ଦିନ ସକାଳୁ ଆସିବା ପରେ ଦେଖିଥିଲେ ନିଜ ଘରର ମୁଖ୍ୟ କବାଟ ର ତାଲା ଭଙ୍ଗା ଯାଇଛି | କବାଟ ଖୋଲି ଘର ଭିତରକୁ ଯାଇ ଦେଖିଥିଲେ ଯେ ଘର ଭିତରେ ବିଭିନ୍ନ ସାମଗ୍ରୀ ଏଣେ ତେଣେ ପଡିଛି | ଘରେ ଥିବା ଏଲଇଡି ଟିଭି-୧ ଟି, ଟେବୁଲ ଫ୍ୟାନ-୧, ଇଣ୍ଡକସନ ଚୁଲା-୧, ସ୍କୁଲ ମନିଟରିଙ୍ଗ ମେସିନ-୧, ଆଇରନ ବକ୍ସ-୧, ଚାର୍ଜ ଲାଇଟ -୧, ପେନଡ୍ରାଇଭ-୧ଟି ଓ ଲୁଗାପଟା ଆଦି ଚୋରୀ ହୋଇଯାଇଛି | ଏନେଇ ଶିକ୍ଷକ ଜଣଙ୍କ ଡାବୁଗାଁ ଥାନାରେ ଏତଲା ଦେଇଥିଲେ | ଉକ୍ତ ଏତଲା କୁ ଭିତ୍ତି କରି ଥାନା ସବଇନିସ୍ପେକ୍ଟର ଚନ୍ଦନ ସାହୁ ମାମଲାର ତଦନ୍ତ କରିଥିଲେ | ତଦନ୍ତ କରିବାରୁ ଏଥିରେ ସମ୍ପୃକ୍ତ ଜୟନ୍ତୀନଗର ଓ ଡାବୁଗାଁ ର ୧୪ ବର୍ଷର ୨ ଜଣ ଓ ୧୫ ବର୍ଷର ୧ ଜଣ ନାବାଳକ ଙ୍କୁ ମଙ୍ଗଳବାର ଧରାଯାଇଥିଲା | ଏହା ସହ ଚୋରୀ ହୋଇଥିବା ସମସ୍ତ ସାମଗ୍ରୀ ଜବତ କରାଯାଇଛି | ବୁଧବାର ୩ ଜଣ ନାବାଳକଙ୍କୁ ନବରଙ୍ଗପୁର ପ୍ରିନ୍ସପାଲ ମାଜିଷ୍ଟ୍ରେଟ ଜୁଭେନାଲ ଜଷ୍ଟିସ ବୋର୍ଡ ନିକଟରେ ହଜାର କରାଯାଇଛି | ଏନେଇ ଥାନା କେସ ନଂ ୧୪୧/୨୨ରେ ଏକ ମାମଲା ରୁଜୁ କରାଯାଇଛି ବୋଲି ଆଇଆଇସି ପ୍ରମୋଦ କୁମାର ନାୟକ ସୂଚନା ଦେଇଛନ୍ତି |

ପ୍ରଜ୍ଞାରଞ୍ଜନ ପରିଡା, ଡାବୁଗାଁ

Related posts

ଚାରିଛକ ଠାରେ ବ୍ଲକ୍ ସ୍ତରୀୟ ସୁରଭି ୨୦୨୨ ଉଦଯାପିତ 

Sunil Chandra Nayak

ଭୁବନ ନୀଳକଣ୍ଠ ପୁର ରେ ସର୍ବ କନିଷ୍ଠ ଶହୀଦ ବାଜି ରାଉତ ଙ୍କୁ ଶ୍ରଦ୍ଧା ସୁମନ ଜ୍ଞାପନ

Sunil Chandra Nayak

ଜାତି ପ୍ରତି ନିଷ୍ଠା ହିଁ ସହିଦଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି , ଘଷିପୁରାରେ ଅମୃତ ମହୋତ୍ସବ ପାଳିତ

Sunil Chandra Nayak

Leave a Comment

error: Content is protected !!