ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଅସହାୟ ଗରିବ ବିଧବା ବୃଦ୍ଧା ପୌଙ୍ଗାଲୁ ବିଛଣାରେ

ଅର୍ଥ ସାଜିଛି ବାଧକ , ପରିବାର କହିଲେ କେବଳ ଗୋଟିଏ ଝିଅଟିଏ, ସ୍ୱାମୀ କିଛି ବର୍ଷ ହେବ ଆରପାରିକୁ ,ଦିର୍ଘ ଦିନ ହେଲାଣି ରୋଗରେ ଶଯ୍ୟା ଶାୟୀ ହୋଇ ବିଛଣାରେ , ମେଡିସିନ ଟିକିଏ ଖାଇବା ପାଇଁ ଅର୍ଥ ନାହିଁ , ପାଇଲେ ଖାଇଲେ ନ ପାଇଲେ ନାହିଁ ଭୋକରେ କଟେ ମା,ଝିଅ ଙ୍କ ଜୀବନ

ଏହିପରି ଏକ ଖବର ପାଇ ଅସହାୟ ଗରିବ  ଙ୍କ ପାଖରେ ପହଂଚିଲେ ଭାରତୀୟ ମାନବାଧିକାର ପରିଷଦ ।ଏହିପରି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ଗଜପତି ଜିଲ୍ଲା, ମୋହନା ବ୍ଲକ, କର୍ଚ୍ଚବାଡ଼ି ଗ୍ରାମପଞ୍ଚାୟତ,ରଙ୍ଗଗୁଡା ଗ୍ରାମର ସବିତା ମଲ୍ଲିକ lପିତା ଗୁରୁବାରିଆ ମଲିକ ଓ ମାତା  ପୌଙ୍ଗାଲୁ ।ସବିତା ଙ୍କ ବାପା କିଛି ବର୍ଷ ପୂର୍ବେ ତାଙ୍କୁ ଛାଡ଼ି ଆର ପାରିକୁ ଚାଲିଯିବା ପରେ ମା ମଧ୍ୟ ଅଜଣା ରୋଗରେ ପଡ଼ି ସବୁଦିନ ପାଇଁ ଶଯ୍ୟାଶାଇ ହୋଇପଡିଲେ ନା ବସି ପାରୁଛନ୍ତି ନା ଚାଲିପାରୁଛନ୍ତି ତାଙ୍କ ହାତ ଓ ଗୋଡ଼ ସଂପୂର୍ଣ୍ଣ ଅଚଳ ହୋଇପଡିଛି  ତାଙ୍କର ସେବା ଶୁଶ୍ରୁଷା ସବୁ ନମିତା ହିଁ କରିଥାନ୍ତି। ନମିତା ଙ୍କ ସାହା ଭରସା କେହି ବି ନାହାନ୍ତି କୁଲି ମଜୁରୀ ଖଟିଲେ ଦୁଇ ପ୍ରାଣୀ କଷ୍ଟେ ମଷ୍ଟେ ଚଳିଯାନ୍ତି ନମିତା  ନିଜ ଭବିଷ୍ୟତ ଗଢିପାରୁଛନ୍ତି ନା ନିଜ ମା ଙ୍କ ଚିକିତ୍ସା ପାଇଁ ଅର୍ଥ ଯୋଗାଡ କରିପାରୁଛନ୍ତି ,ଭାଗ୍ୟକୁ ଆଦରି ଧୋର୍ଯ୍ୟ ର ସହିତ ବାଟ ଚାଲୁଛନ୍ତି ସବିତା ।ନିଜର ରୋଗୀଣl ମା ଙ୍କୁ ଛାଡିଦେଲେ ନିଜର ବୋଲି କେହି ବି ନାହାନ୍ତି l ପ୍ରସାସନ ଯଦି ଦୃଷ୍ଟି ଦେଇଥାନ୍ତେ ଏବଂ ନମିତା ଙ୍କ ମା ଙ୍କ ଚିକିତ୍ସା ର ଵ୍ୟଵସ୍ଥା କରିଥାନ୍ତେ ତେବେ ନମିତା ଓ ତାଙ୍କ ମା ଉପକୃତ ହୋଇପାରିଥାନ୍ତେ ,  ପୌଙ୍ଗାଲୁ ଙ୍କ ପାଖରେ ପହଂଚିଲେ  ଦାସୀନ୍ତ ନାୟକ,ପ୍ରଶ୍ନୋ କୁମାର ନାୟକ, ଆହ୍ବାନ ନାୟକ।ଘଟଣା ସ୍ଥଳରେ ପହଞ୍ଚି ଥିଲେ ଭାରତୀୟ ମାନବାଧିକାର ପରିଷଦ ,   ଟ୍ୟୁଇଟ ଯୁଗେ ଅବଗତ କରାଇଛନ୍ତି  bhrc ର   ଜାତୀୟ ସଭାପତି ଜବାହରଲାଲ ଓଝା ଏବଂ ଜାତୀୟ କାର୍ଯ୍ୟ ରତ ସଭାପତି ତଥା ସମାଜ ସେବୀ ଦୁଖବନ୍ଧୁ ବିଶ୍ୱାଳ ପ୍ରଶାସନ ଙ୍କୁ ସ୍ୱାସ୍ଥ୍ୟ ବିଭାଗ ଟ୍ୟୁଇଟ ଯୋଗେ ଫୋନ ମାଧ୍ୟମରେ ଅବଗତ କରାଇଛନ୍ତି , ପୌଙ୍ଗାଲୁ ମଲ୍ଲିକ ଙ୍କୁ ଉତ୍ତମ ଚିକିତ୍ସା ସହିତ ସମସ୍ତ ସରକାରୀ ଯୋଜନା ଯୋଗାଇ ଦିଆଯାଉ ବୋଲି ,   bhrc  ଅବଗତ କରାଇଛନ୍ତି।

Related posts

ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକୁ ତଦାରଖ କଲେ ସିନାପାଲି ବ୍ଲକ ଅଧ୍ୟକ୍ଷା 

Sunil Chandra Nayak

ପୁଣି ଲାଗିଲା ଖାକିରେ କଳଙ୍କର ଛିଟା

Sunil Chandra Nayak

ରାଇରଙ୍ଗପୁରରେ ରୁଙ୍ଗୁଟା ମାଇନସର ଜମି ଅଧିଗ୍ରହଣ ନେଇ ବ୍ୟାପକ ପ୍ରସ୍ତୁତି

Sunil Chandra Nayak

Leave a Comment

error: Content is protected !!