ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କଳାହାଣ୍ଡି ହିନ୍ଦୀ ଶିକ୍ଷକ ସଂଘଠନ ପକ୍ଷରୁ ହିନ୍ଦୀ ଦିବସ ପାଳିତ

ଭବାନୀପାଟଣା:୧୫/୯- (ମନିସ)- ୧୪/୯/୨୦୨୨ ତାରିଖ ଦିନ କଳାହାଣ୍ଡି ହିନ୍ଦୀ ଶିକ୍ଷକ ସଂଗଠନ ତରଫରୁ ହିନ୍ଦୀ ଦିବସ ଭବାନୀପାଟଣା ମ୍ଯୁସିପାଲିଟି ସଭାଗୃହଠାରେ ମହାସମାରୋହରେ ପାଳିତ ହୋଇଯାଇଛନ୍ତି। ସଂଘର ସଭାପତି ସରୋଜ କୁମାର ନନ୍ଦଙ୍କ ସଭାପତିତ୍ବରେ ସଭା କାର୍ଯ୍ଯ ଆରମ୍ଭ ହୋଇଥିଲା। ଉକ୍ତ କାର୍ଯ୍ଯକ୍ରମରେ ମୁଖ୍ଯଅତିଥି ଭାବେ ଜିଲ୍ଲା ଶିକ୍ଷା ବିଜ୍ଞାନ ସଂଯୋଜକ ପ୍ରକାଶ ନିଶଙ୍କ, ସମ୍ମାନିତ ଅତିଥି ଭାବେ ମ୍ଯୁସିପାଲ ହାଇସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀ ଇଲା ମହାନ୍ତି ଯୋଗଦେଇଥିଲେ। ଏତତ୍ ବ୍ଯତୀତ ସଂଘର ସଂପାଦକ ଗଙ୍ଗାଧର ନନ୍ଦ, କୋଷାଧ୍ୟକ୍ଷ ପଦ୍ମରାମ ସା,ବ୍ଳକ ସଂଯୋଜକ ମୂରାରୀ ସାହୁ, ଶିଷିର ବେହେରା,ତିଲକ ସାହୁ, ସନ୍ତୋଷ ମାଝୀ, ତଥା ଜିଲ୍ଲାର ସମସ୍ତ ଅଞ୍ଚଳର ହିନ୍ଦୀ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଯୋଗଦେଇଥିଲେ। ମୁଖ୍ଯ ଅତିଥି ତାଙ୍କ ବକ୍ତବ୍ଯରେ ରାଷ୍ଟ୍ରଭାଷା ହିନ୍ଦୀ ଉପରେ ଗୁରୁତ୍ୱ ଦେଇ ବିଭିନ୍ନ ବିଷୟ ଉପସ୍ଥାପନା କରିଥିଲେ। ସେହିଭଳି ସମ୍ମାନିତ ଅତିଥି ମଧ୍ୟ ଭାଷାର ପ୍ରସାର ଓ ପ୍ରଚାର ଉପରେ ବକ୍ତବ୍ୟ ଦେଇଥିଲେ। ସଭାପତି ତାଙ୍କ ବକ୍ତବ୍ୟରେ ହିନ୍ଦୀ ଦିବସର ମହତ୍ତ୍ଵ ଓ ଏହାକୁ କିଭଳି ସମସ୍ତଙ୍କ ପାଖରେ ପହଞ୍ଚାଯାଇପାରିବ ଓ ଲୋକପ୍ରିୟତା କରାଯାଇପାରିବ ତା ଉପରେ ଉପସ୍ଥାପନା କରିଥିଲେ। ସର୍ବ ଶେଷରେ ସମସ୍ତଙ୍କ ସମ୍ପାଦକ ଧନ୍ୟବାଦ ଅର୍ପଣ କରିଥିଲେ।

କିଶନ ଶର୍ମା ଙ୍କ ରିପୋର୍ଟ 

Related posts

ଶିକ୍ଷୟତ୍ରୀଙ୍କୁ ଲୁହ ଭରା ଆଖିରେ ଅବସର କାଳୀନ ବିଦାୟ ଦେଲେ ଛାତ୍ରୀ ଛାତ୍ର ସହ ଅଭିଭାବକ

Sunil Chandra Nayak

ଢେଙ୍କାନାଳ-: ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ନୃସିଂହ ଚରଣ ସାହୁଙ୍କ ଦ୍ୱାରା ବିଦ୍ୟାଳୟ ଶ୍ରେଣୀଗୃହ ଉଦଘାଟନ

ଇପିଏଫ୍ ପେନସନଧାରୀଙ୍କ ପାଇଁ ଖୁସି ଖବର , ଗୋଟିଏ ଦିନରେ ସମସ୍ତଙ୍କୁ ମିଳିବ ପେନସନ୍

Sunil Chandra Nayak

Leave a Comment

error: Content is protected !!