ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରେଙ୍ଗାଭାଟି ରେ ଗୁଳି କରି ହତ୍ୟା ଉଦ୍ୟମ

ରାଇଘର -: ନବରଙ୍ଗପୁର ଜିଲା ରାଇଘର ବ୍ଲକ ରେଙ୍ଗଭାଟୀ ଯିବା ରାସ୍ତା ରେ ରେ ଜଣେ ବ୍ୟକ୍ତି ଙ୍କୁ ଗୁଳି କରି ହତ୍ୟା ଉଦ୍ୟମ l ସୋନପୁର ରେଙ୍ଗଭାଟୀ ଯିବା ରାସ୍ତା କଡ଼ରେ ଜଣକୁ ଗୁଳି ମାରିବା ଫଳରେ ମୁଣ୍ଡ ଭିତରେ ରହିଯାଇଛି ଗୁଳି।ଏହି ଅବସ୍ଥାରେ ଘଟଣାସ୍ଥଳ ରୁ ଅଗ୍ନିଶମ ବିଭାଗ ର ଗାଡି ସାହାଯ୍ୟରେ ରାଇଘର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର କୁ ଆଣିବା ପରେ ରାଇଘର ପ୍ରାଥମିକ ଚିକିତ୍ସା ପରେ ଉମରକୋଟ ସ୍ଥାନାନ୍ତର କରଯାଇଛି l ବ୍ଲକ ର ସୋନପୁର ଡି ଏନ୍ କେ ରୁ ରେଙ୍ଗାଭାଟି ଗ୍ରାମ କୁ ଯିବା ରାସ୍ତା ରେ ଜଣେ ବ୍ୟକ୍ତି ଙ୍କୁ ଦିନ ସମୟରେ ଗୁଳି କରି ନିର୍ମମ ହତ୍ୟା ଉଦ୍ୟମ ଅଂଚଳ ରେ ଭୟର ବାତାବରଣ ସୃଷ୍ଟି ହୋଇଛି l ଗୁରୁତର ବ୍ୟକ୍ତି ଙ୍କ ପକେଟ ରୁ ଦୁଇଟି ଏଟିମ ଏବଂ ଆଧାର କାର୍ଡ ମିଳିଛି ତାଙ୍କ ନାମ ହିନ୍ଦୁ ମାର୍କମ ବୋଲି ଆଧାର କାର୍ଡ ରୁ ଜଣା ପଡିଛି, ରାଇଘର ମେଡିକାଲ ରେ sdpo ଶୁଭେନ୍ଦୁ କୁମାର ଶବର ଏବଂ ରାଇଘର ପୋଲିସ ଆହତ ବ୍ୟକ୍ତି ଙ୍କୁ ପଚାରିବାରୁ ସେ ରାଇଘର ବ୍ଲକ ଛତାବେଡା ଆଦିବାସୀ ଗ୍ରାମ ର କିନ୍ତୁ  ବର୍ତମାନ ସେ ଛତିଶଗଡର ଗୋରିଆ ବନ୍ଧ ଜିଲା ଭୁତବେଡା ଗ୍ରାମରେ ରହିଥିବା ପ୍ରକାଶ କରିଛନ୍ତି l ଏହି ହତ୍ୟା ଘଟଣା ଚର୍ଚ୍ଚା ର ବିଷୟ ପାଲଟିଛି ଏ ନେଇ sdpo ଶୁଭେନ୍ଦୁ କୁମାର ଶବର ଙ୍କୁ ପଚାରିବାରୁ ତାଂକର ପରିବାର ଲୋକ ପାଖରେ ନ ଥିବାରୁ ସଙ୍ଗରେ ପୋଲିସ ଯାଇଛନ୍ତି l ଘଟଣା ର ତଦନ୍ତ ପରେ ସମ୍ପୁର୍ଣ ତଥ୍ୟ ଜଣାପଡ଼ିବ ବୋଲି କହିଛନ୍ତି l

ରାଇଘର ରୁ କିରଣ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ 

Related posts

ରାଉରକେଲା କଲେଜରେ ବନମହୋତ୍ସବ ସପ୍ତାହ ପାଳନ

ଜାତୀୟ ଫ୍ଳୋରେନ୍ସ୍ ନାଇଟିଙ୍ଗଲ ପୁରସ୍କାର ପାଇଁ ମନୋନୀତ ଏମକେସିଜି ମେଡିକାଲରେ କାର୍ଯ୍ୟରତ ନର୍ସ ଶିବାନୀ ଦାସ

ଜାନକୀ ମହାନ୍ତ ଙ୍କ କବିତା କ୍ରାନ୍ତିର କଲମ

Sunil Chandra Nayak

Leave a Comment

error: Content is protected !!