ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମଧୁସୂଦନ ମହାପାତ୍ର ଙ୍କ କବିତା ଅମୃତ କୋଳାହଳ 

      ଅମୃତ କୋଳାହଳ 

ସେଦିନ କବି “
ଖୋଜୁଥିଲା ଆକାଶକୁ
ସ୍ୱାଧୀନତାର ପଞ୍ଚସ୍ତରୀ ବର୍ଷ ପରେ,
ଦେଶ ଯେଉଁଠି ଠିଆହୋଇଛି
ଦୁଇପ୍ରକାର ବେଶରେ !
ଗୋଟିଏ ଚିକମିକ କରୁଥିବା 
ଉଜ୍ବଳ ଆଲୋକରେ
ଉଦ ଭାସିତ “ଇଣ୍ଡିଆ “
ଅଛି ଯେଉଁଠି ସୁଖସ୍ବପ୍ନ,
ଅନ୍ୟଟି ପାଣିନଥିବାପଙ୍କ
ଗାଡ଼ିଆର ମାଟି କାଦୁଅରେ!
ପେଟ ପିଠି ପାଇଁ ଦାନାକନା
ଚାଳ ଛପରର ମାଗଣା ଵାସ
ଅଣ୍ଡାଳୁଥିବା “ଭାରତ “!
କେଉଁଟି “ମୋ ଦେଶ,?
କେଉଁଠି ମୁଁ ଅଛି ,
ଖୋଜି ଚାଲିଛି ମୁଁ “ନିଜକୁ
ସ୍ୱାଧୀନତାର ଅମୃତ
କୋଳାହଳ ଭିତରେ!

ମଧୁସୂଦନ ମହାପାତ୍ର

ଝୁଂପାଣ, ନିଳାଦ୍ରୀବିହାର 
ନଗୁଁଆ, ଯାଜପୁର 

Related posts

ଗାୟତ୍ରୀ ମନ୍ଦିର ପ୍ରାଙ୍ଗଣ ରେ ବ୍ରୁକ୍ଷରୋପଣ

Sunil Chandra Nayak

କାଙ୍ଗାଳି ଚରଣ ସେଠୀ ଙ୍କ କବିତା ଯନ୍ତ୍ରଣା ନଈ ର ଢେଉ

Sunil Chandra Nayak

କୁକୁଡ଼ା ଗାଲି ଚଢ଼ାଉ :ଏଗାର ଗିରଫ ,ଗୋଟିଏ କୁକୁଡ଼ା ଓ 6ଟି ଖୁୁଡୁଖୁଡ଼ି ପାଲି ଜବତ

Sunil Chandra Nayak

Leave a Comment

error: Content is protected !!