ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମଧୁସୂଦନ ମହାପାତ୍ର ଙ୍କ କବିତା ଅମୃତ କୋଳାହଳ 

      ଅମୃତ କୋଳାହଳ 

ସେଦିନ କବି “
ଖୋଜୁଥିଲା ଆକାଶକୁ
ସ୍ୱାଧୀନତାର ପଞ୍ଚସ୍ତରୀ ବର୍ଷ ପରେ,
ଦେଶ ଯେଉଁଠି ଠିଆହୋଇଛି
ଦୁଇପ୍ରକାର ବେଶରେ !
ଗୋଟିଏ ଚିକମିକ କରୁଥିବା 
ଉଜ୍ବଳ ଆଲୋକରେ
ଉଦ ଭାସିତ “ଇଣ୍ଡିଆ “
ଅଛି ଯେଉଁଠି ସୁଖସ୍ବପ୍ନ,
ଅନ୍ୟଟି ପାଣିନଥିବାପଙ୍କ
ଗାଡ଼ିଆର ମାଟି କାଦୁଅରେ!
ପେଟ ପିଠି ପାଇଁ ଦାନାକନା
ଚାଳ ଛପରର ମାଗଣା ଵାସ
ଅଣ୍ଡାଳୁଥିବା “ଭାରତ “!
କେଉଁଟି “ମୋ ଦେଶ,?
କେଉଁଠି ମୁଁ ଅଛି ,
ଖୋଜି ଚାଲିଛି ମୁଁ “ନିଜକୁ
ସ୍ୱାଧୀନତାର ଅମୃତ
କୋଳାହଳ ଭିତରେ!

ମଧୁସୂଦନ ମହାପାତ୍ର

ଝୁଂପାଣ, ନିଳାଦ୍ରୀବିହାର 
ନଗୁଁଆ, ଯାଜପୁର 

Related posts

ବେଣୁଧର ସୂତାର ଙ୍କ କବିତା ନୀଳ ନିଶୀଥର ସ୍ଵପ୍ନ

Sunil Chandra Nayak

ବିଜୟ କୁମାର ଜେନା ଙ୍କ କବିତା ଦୁଇ ହାତ ପାତି

Sunil Chandra Nayak

ରଥଯାତ୍ରା ପାଇଁ ପୁରୀ ରେ ବ୍ୟବସ୍ଥା…ଏଣିକି ସବୁ ଅଟୋ ପଛରେ ଲାଗିବ ଦର ତାଲିକା

Leave a Comment

error: Content is protected !!