ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କାଙ୍ଗାଳି ଚରଣ ସେଠୀ ଙ୍କ କବିତା ପ୍ରେମ ଓ ପ୍ରତାରଣା 

ପ୍ରେମ ଓ ପ୍ରତାରଣା 

ପ୍ରେମ ଏକ ସ୍ପର୍ଶରେ ସ୍ପନ୍ଦନ
   ଆନମନା ଅନୁରାଗ ଭରା
ନୈସର୍ଗିକ ତ୍ରିବେଣୀ ସଙ୍ଗମ
   ପ୍ରାଚୀ କୁଆଁତାରା ।
ଆରବ୍ୟ ରାତ୍ରିର ଜହ୍ନ ପୂର୍ବ ରାଗ
  ଶ୍ୟାମଳ ଶୃଙ୍ଗାର 
କୁଞ୍ଜବନ ବୃନ୍ଦାବନ ବାସ୍ନାଭରା
   ରଜନୀ ଗନ୍ଧ।ର ।
ପ୍ରେମ ଏକ ରାଜିନାମା ବିଶ୍ଵାସର
   ହୃଦ ଅଦ୍ଦାଲତେ
ପ୍ରତିଜ୍ଞାର ଗୀତାସ୍ପର୍ଶ ପ୍ରତିଶ୍ରୁତି
   ମରଣ ପର୍ୟନ୍ତେ ।
ପ୍ରତାରଣା ହୃଦୟର ହାହାକାର
   ଆତ୍ମାରେ ଅନ୍ଧାର
ମୁହୁରୁମୁହୁ ମରୁଥାଏ ଯନ୍ତ୍ରଣାର
   ନିଷ୍ଠୁର ପ୍ରହାର ।
ପରିତ।ପ,ଅନୁତାପ,ମନସ୍ତାପ
  ଦୀର୍ଘଶ୍ୱାସ,କିନ୍ତୁ
ପ୍ରତାରଣା ଅଦୃଶ୍ୟ ଘାତକ
   ବିଷାଦର ଋତୁ ।

କାଙ୍ଗାଳି ଚରଣ ସେଠୀ

ଅବସର ପ୍ରାପ୍ତ ବରିଷ୍ଠ ଶାଖା ପରିଚାଳକ
ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ
ବିରଜା ନଗର
ଯାଜପୁର ରୋଡ଼

Related posts

ଶୁଭଦର୍ଶିନୀ ସଂଯୁକ୍ତl ସାହୁ ଙ୍କ ଗଳ୍ପ ରୋଡ ରୋମିଓ

Sunil Chandra Nayak

ରାଜ୍ୟର ସରକାରୀ ଡିଗ୍ରୀ କଲେଜରେ ନିଯୁକ୍ତି ପାଇବେ ଅତିଥି ଅଧ୍ୟାପକ, ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କଲେଜ ଅଧ୍ୟକ୍ଷଙ୍କୁ ଚିଠି

Sunil Chandra Nayak

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ଶ୍ୟାମ ନାମ ଶୁଣାନା ତୁ

Sunil Chandra Nayak

Leave a Comment

error: Content is protected !!