ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ଭୋଦୁଅ ଆସିଛି

ଭୋଦୁଅ ଆସିଛି

ଉପେନ୍ଦ୍ର କୁମାର ବସ୍ତିଆ

     
ଭୋଦୁଅ ଆସିଛି ଓଢ଼ଣୀ ପକାଇ 
    ଭିଜାଭିଜା ପଣତରେ 
ନାନା ଜାତି ଫୁଲ ହସି ଉଠିଲାଣି 
    କିଏ ଦେବ ମୂଲ୍ୟ ତାରେ ।
ବାଦଲ କୋଳରେ ସୁରୁଜ ଲୁଚଇ
    ଲାଗେ ଲୁଚକାଳି ଖେଳ 
କେତେବେଳେ ଖରା କେବେବା ବରଷା  
     ହୁଏନା କାହାରି ମେଳ ।
ସବୁଜ ପଣତେ ଧରଣୀ ହସଇ 
    ସତେକି ନୂଆ ସମ୍ଭାର 
ସରୋବରେ ଫୁଟି କୁମୁଦ ହସଇ
    ବାସନା କିଆ ଫୁଲର ।
ପର୍ବ ପର୍ବାଣୀରେ ପୁର ପଲ୍ଲୀଠାରେ
    ଗାଆଁ ଦାଣ୍ଡ ହସି ଉଠେ 
ଖୁଦୁରୁକୁଣୀର ସଙ୍ଗୀତର ସ୍ୱର 
    ଜହ୍ନି ଓଷା ଗୀତ ଛୁଟେ ।
ଗଣପତି ପୂଜା ହୁଏ ବିଦ୍ୟାପୀଠେ 
    ସବୁରୀ ମନ ରଙ୍ଗାଏ 
ପିଲାଙ୍କ ଆନନ୍ଦ ପୂଜି ବିଘ୍ନ ରାଜ 
    ସକଳ ବାଧା ଘୁଞ୍ଚାଏ ।
ଅନନ୍ତ ବ୍ରତର ନାଗ ପୂଜା ବିଧି 
    ପିଠାପଣା ମଉଛବ
 ଭୋଦେଇ ଓଷାକୁ ପୂଜନ୍ତି ଲଳନା 
   ମନେ ଧରି ଗଉରବ ।
  ଶରତ ଋତୁର ଭାଦ୍ରବ ମାସଟି 
    ଛୁଟେ ପରବର ସୁଅ 
ଜାନିଯାତରାକୁ ପାଳିବାର ମଜା 
    ମାସଟି ଅଟେଇ ପ୍ରିୟ ।

    ରାଉରକେଲା

Related posts

ନବ କୁମାର ଦାସ ଙ୍କ କବିତା  ଝଡ଼ ବତାସ

Sunil Chandra Nayak

କଲ୍ୟାଣୀ କଳା କେନ୍ଦ୍ରର ଆଇ କାନ ଡ୍ୟାନ୍ସ ଅନୁଷ୍ଠିତ

Sunil Chandra Nayak

ଉମାକାନ୍ତ ଦାସ ଙ୍କ କବିତା “ମା” ଗଡ଼ଚଣ୍ଡୀ ସ୍ତୁତି

Sunil Chandra Nayak

Leave a Comment

error: Content is protected !!