ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶରତ ଚନ୍ଦ୍ର ପଣ୍ଡା ଙ୍କ କବିତା କଥାଟିଏ

କଥାଟିଏ 

ଶରତ ଚନ୍ଦ୍ର ପଣ୍ଡା, 

ଓଂକାର ନାଦର ପ୍ରତିଟି ପ୍ରଭାତ
ସୁଗନ୍ଧିତ ଭାବନାରେ,,
ପ୍ରତିଟି ଗୋଧୂଳି ଯବନିକା ଟାଣେ
ଗାୟତ୍ରୀ ଅମୃତ ସ୍ୱରେ ll1
ପବିତ୍ର ଭାବନା ଅମୃତ କର୍ମରେ
ଦିବାବସାନ ତୁଟାଇ,
ବେଦନା ସିକ୍ତ ଦୁର୍ବାର ଭାବନା
ଅବସରେ ରହିଯାଇ ll 2
ପ୍ରତିଟି କର୍ମର ଅନୁଷ୍ଟପଛନ୍ଦ
ସନ୍ଧ୍ୟା କାଳିମାରେ ଭରା,,
ଜହ୍ନ ନୀଳିମାରେ ପ୍ରସ୍ଫୁଟିତ ଆଭା
ଶିଶିର ବିନ୍ଦୁର ଝରା ll 3
ଆକାଶ ସlନ୍ଧ୍ରତା ଘନ ଗଡ଼ଖାଇ
ନିର୍ମାଣ କରିଛି ଦୁର୍ଗ,,
ସେ ସ୍ୱର୍ଗେ କାନ୍ଦୁଛି ଇତିହାସ ତାର
ଶାନ୍ତି ସାନ୍ତ୍ୱନାର ମାର୍ଗ ll 4
ସ୍ନିଗ୍ଧ ସୁନୀଳ ଜ୍ୟୋତ୍ସ୍ନା ବିଧୌତ
ଧରିତ୍ରୀର ଏ ଅଙ୍ଗନେ,
ଭୁଲି ଯାଇଥିବା କବିତା ପଂକ୍ତିକୁ
କାହା ଗୁଞ୍ଜନରେ ଶୁଣେ ll 5
କେମିତି କହିବି ଛଳନା ରେ ଭରା
ଏ ନିଶି ପ୍ରକୃତି ରାଣୀ,
ଯିଏ ଯେତେ କହୁ ସାଉଁଳା ସପନେ
ପଉଷ କାକର ୠଣୀ ll 6
କି ଫୁଲ ଫୁଟିଛି ଭାବ ବଗିଚାରେ
ସତେକି ସେ ରାତ୍ରି ରାଣୀ,,
ଦୂର ଦିଗ୍ ବଳୟ ମହକ ବାଣ୍ଟଇ
ବତୁରା ବେଦନା ଜାଣି ll 7
ଭୁଲି ଯାଇଥିଲି କହିବା କଥାକୁ
ନିସ୍ତବ୍ଦରେ ପୁଛେ ହାଏ …?
ମୁଠାଏ ପବନ ଆଣେ ଶିହରଣ
ଏଇଠି କୋଉଠି କିଏ ll8

ଯାଜପୁର

Related posts

କଂଅଳ କାନ୍ଧ ରେ ପରିବାର ର ରୋଷେଇ ବୋଝ

Sunil Chandra Nayak

ଜ୍ୟୋତ୍ସ୍ନା ରାଣୀ ଦେବୀ ଙ୍କ କବିତା ଆସିଛି ପହିଲି ରଜ

Sunil Chandra Nayak

ଶ୍ରୀମଦ୍ ଭଗବତ୍ ଗୀତାର ଚତୁର୍ଥ ଅଧ୍ଯାୟର ସାରକଥା-୪

Leave a Comment

error: Content is protected !!