ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶରତ ଚନ୍ଦ୍ର ପଣ୍ଡା ଙ୍କ କବିତା କଥାଟିଏ

କଥାଟିଏ 

ଶରତ ଚନ୍ଦ୍ର ପଣ୍ଡା, 

ଓଂକାର ନାଦର ପ୍ରତିଟି ପ୍ରଭାତ
ସୁଗନ୍ଧିତ ଭାବନାରେ,,
ପ୍ରତିଟି ଗୋଧୂଳି ଯବନିକା ଟାଣେ
ଗାୟତ୍ରୀ ଅମୃତ ସ୍ୱରେ ll1
ପବିତ୍ର ଭାବନା ଅମୃତ କର୍ମରେ
ଦିବାବସାନ ତୁଟାଇ,
ବେଦନା ସିକ୍ତ ଦୁର୍ବାର ଭାବନା
ଅବସରେ ରହିଯାଇ ll 2
ପ୍ରତିଟି କର୍ମର ଅନୁଷ୍ଟପଛନ୍ଦ
ସନ୍ଧ୍ୟା କାଳିମାରେ ଭରା,,
ଜହ୍ନ ନୀଳିମାରେ ପ୍ରସ୍ଫୁଟିତ ଆଭା
ଶିଶିର ବିନ୍ଦୁର ଝରା ll 3
ଆକାଶ ସlନ୍ଧ୍ରତା ଘନ ଗଡ଼ଖାଇ
ନିର୍ମାଣ କରିଛି ଦୁର୍ଗ,,
ସେ ସ୍ୱର୍ଗେ କାନ୍ଦୁଛି ଇତିହାସ ତାର
ଶାନ୍ତି ସାନ୍ତ୍ୱନାର ମାର୍ଗ ll 4
ସ୍ନିଗ୍ଧ ସୁନୀଳ ଜ୍ୟୋତ୍ସ୍ନା ବିଧୌତ
ଧରିତ୍ରୀର ଏ ଅଙ୍ଗନେ,
ଭୁଲି ଯାଇଥିବା କବିତା ପଂକ୍ତିକୁ
କାହା ଗୁଞ୍ଜନରେ ଶୁଣେ ll 5
କେମିତି କହିବି ଛଳନା ରେ ଭରା
ଏ ନିଶି ପ୍ରକୃତି ରାଣୀ,
ଯିଏ ଯେତେ କହୁ ସାଉଁଳା ସପନେ
ପଉଷ କାକର ୠଣୀ ll 6
କି ଫୁଲ ଫୁଟିଛି ଭାବ ବଗିଚାରେ
ସତେକି ସେ ରାତ୍ରି ରାଣୀ,,
ଦୂର ଦିଗ୍ ବଳୟ ମହକ ବାଣ୍ଟଇ
ବତୁରା ବେଦନା ଜାଣି ll 7
ଭୁଲି ଯାଇଥିଲି କହିବା କଥାକୁ
ନିସ୍ତବ୍ଦରେ ପୁଛେ ହାଏ …?
ମୁଠାଏ ପବନ ଆଣେ ଶିହରଣ
ଏଇଠି କୋଉଠି କିଏ ll8

ଯାଜପୁର

Related posts

ଆଦିବାସୀ କଲ୍ୟାଣ ମନ୍ତ୍ରୀ ଙ୍କ ଦ୍ଵାରା କ୍ରିକେଟ ଟୁର୍ଣ୍ଣାମେଣ୍ଟର ଶୁଭାରମ୍ଭ

Sunil Chandra Nayak

ଶ୍ରୀ ବିଦ୍ୟାଧର ମହାନ୍ତ ଙ୍କ ଗଳ୍ପ ମାତୃଶକ୍ତି

Sunil Chandra Nayak

ଜୁନାଗଡ଼ର ବିଭିନ୍ନ ସ୍ଥାନରେ ଅହିଂସା ରଥକୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା

Sunil Chandra Nayak

Leave a Comment

error: Content is protected !!