ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗୀତାମୃତ ପଠନ ଓ ଶ୍ରବଣ କାର୍ଯ୍ୟକ୍ରମ: ଅକ୍ଷର ବ୍ରହ୍ମ ଯୋଗ

ବ୍ୟୁରୋ:_ତା ୧୫.୦୯.୨୨ ରିଖ   ସାହିତ୍ୟିକ କବି ବନ୍ଧୁ ପରିବାରର,ବାଲେଶ୍ଵର, ଓଡିଶା ତରଫରୁ ଗୀତାମୃତ ପଠନ ଶ୍ରବଣ କାର୍ଯ୍ୟକ୍ରମ ତା ୧୫.୦୯.୨୨ ରିଖ ଗୁରୁବାର ସନ୍ଧ୍ୟା ୭.୦୦ ଘଟିକା ସମୟରେ    ବାଲେଶ୍ବର ଜିଲ୍ଲାର ଅତି ପରିଚିତ ସାହିତ୍ୟ ଅନୁଷ୍ଠାନ “ସାହିତ୍ୟିକ କବି ବନ୍ଧୁ ପରିବାର”ର ସଭାପତି ଶ୍ରୀଯୁକ୍ତ ଦେବେନ୍ଦ୍ର କୁମାର ନାଏକଙ୍କର ସଭାପତିତ୍ୱରେ , ତେଲେଙ୍ଗାନାରୁ ବୈଜ୍ଞାନିକ ଅଧିକାରୀ ଅରୁଣ କୁମାର ମହାପାତ୍ରଙ୍କର ପୌରହିତ୍ୟରେ ଆଭାସୀ ମାଧ୍ୟମରେ ଗୀତାମୃତ ଭଳି ପବିତ୍ର ସତସଙ୍ଗ ଅନୁଷ୍ଠିତ ହୋଇଯାଇଛି ।ପ୍ରାରମ୍ଭରେ ବଡ଼ଭାଇ ବିଶ୍ବେଶ୍ବର ମାଝୀ ଓମକାର ନାଦଧ୍ବନି,ପ୍ରଣତି ମହାପାତ୍ର ସମସ୍ତଙ୍କୁ ସୁସ୍ଵାଗତ ଶୁଭେଚ୍ଛା ଓ ଅଧ୍ୟାପକ ପ୍ରଦୀପ୍ତ କୁମାର ମିଶ୍ର ପ୍ରବାଚକଙ୍କ ପରିଚୟ ରଖିଥିଲେ ।ମୁଖ୍ୟ ଅତିଥି ତଥା ବିଶିଷ୍ଟ ଆଲୋଚକ ପଣ୍ଡିତ ଶ୍ରୀଯୁକ୍ତ ମୁକୁନ୍ଦ ମହାରାଜ,ବାଲେଶ୍ବର ମହାଭାଗଙ୍କର ଅଷ୍ଟମ ଅଧ୍ୟାୟ ଅକ୍ଷର ବ୍ରହ୍ମ ଯୋଗର ଦଶଟି ଶ୍ଲୋକର ଦୀକ୍ଷାନ୍ତ ଆଲୋଚନା, ଉଦାହରଣ ମାଧ୍ୟମରେ ତଥା ବକ୍ତବ୍ୟରେ ସମସ୍ତେ ମନ୍ତ୍ରମୁଗ୍ଧ ହୋଇ ଶ୍ରବଣ କରି ପ୍ରୀତ ହୋଇଥିଲେ ।  ଯେଉଁ ପୁରୁଷ ସକଳ ଇନ୍ଦ୍ରିୟ ରୂପକ ଦ୍ବାରକୁ ରୁଦ୍ଧ କରି, ମନକୁ ହୃଦୟରେ ନିରୁଦ୍ଧ କରି ପ୍ରାଣକୁ ଭୃଦ୍ବୟର ମଧ୍ୟରେ ରଖି ଯୋଗସମାଧିସ୍ଥ ହୋଇ “ଓମ୍” – ଏହି ବ୍ରହ୍ମବାଚକ ଏକାକ୍ଷରକୁ ଉଚ୍ଚାରଣ କରୁ କରୁ ତଥା ମୋର ସ୍ବରୁପ ସ୍ମରଣ କରୁ କରୁ ଦେହତ୍ୟାଗ କରି ପରଲୋକ ଗମନ କରନ୍ତି, ସେ ପରମ ଗତି ଲାଭ କରନ୍ତି । ହେ ପାର୍ଥ ! ଯେଉଁ ଲୋକ ଅନନ୍ୟ ଚିତ୍ତରେ ନିରନ୍ତର ମୋତେ ସ୍ମରଣ କରେ, ସେହି ନିତ୍ୟଯୁକ୍ତ ଯୋଗୀ ମୋତେ ସହଜରେ ପ୍ରାପ୍ତ ହୁଅନ୍ତି ବୋଲି ପଣ୍ଡିତ ମୁକୁନ୍ଦ ମହାରାଜ ସୁନ୍ଦର ଭାବରେ ଶ୍ଲୋକର ଅର୍ଥ ବ୍ୟାଖ୍ୟା ମାଧ୍ୟମରେ ଉପସ୍ଥାପନ କରିଥିଲେ ।ପ୍ରବାଚକଙ୍କର ବକ୍ତବ୍ୟ ଅତ୍ୟନ୍ତ ସରଳ,ସାବଲୀଳ, ଅତି ଉପାଦେୟ ତଥା ଉଚ୍ଚକୋଟୀର ବୋଲି ଉପସ୍ଥିତ ଶ୍ରଦ୍ଧାଳୁ ତଥା ସତସଙ୍ଗୀ ବନ୍ଧୁମାନେ ଭକ୍ତି ଗଦଗଦ ହୋଇ ମନ୍ତବ୍ୟ ଦେଇଥିଲେ । ଉକ୍ତ ସତସଙ୍ଗ କାର୍ଯ୍ୟକ୍ରମରେ ବିଭିନ୍ନ ସ୍ଥାନରୁ ୪୦ ରୁ ଉର୍ଦ୍ଧ୍ବ ସତସଙ୍ଗୀ ଗୀତା ପ୍ରେମୀ ଯୋଗ ଦେଇ ଏ ମହତ୍ ବାଣୀ ସାହିତ୍ୟିକ କବି ବନ୍ଧୁ ପରିବାରର ଏ କାର୍ଯ୍ୟକ୍ରମ ମାଧ୍ୟମରେ ଶ୍ରବଣ କରି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ ।ଶେଷରେ ସଭାପତିଙ୍କ ଅନୁମୋଦନ କ୍ରମେ ପ୍ରଫୁଲ୍ଲ କୁମାର ଦାସ ମହୋଦୟ ଧନ୍ୟବାଦ ଓ ଶ୍ରୀମତୀ ସ୍ନେହ ମିଶ୍ର ଶାନ୍ତିପାଠ କରିବା ସହ ଗୀତାମୃତ କାର୍ଯ୍ୟକ୍ରମ ସାଙ୍ଗ କରିଥିଲେ ।

ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ୍

Related posts

ଚୋରି ସାମଗ୍ରୀ ଉଦ୍ଧାର ଜଣେ କୋର୍ଟ ଚାଲାଣ

Sunil Chandra Nayak

ଅପରାଜିତା ପରିଡା ଙ୍କ କବିତା ତିନି ତୁଣ୍ଡରେ 

Sunil Chandra Nayak

ବ୍ଲକ ଚେୟାରମେନଙ୍କ ସିର୍ଜାପାଲି ଓ ବେଲଖଣ୍ଡି ପଞ୍ଚାୟତ ଗସ୍ତ

Leave a Comment

error: Content is protected !!